ଥିରୁବନନ୍ତପୁରମ: କେରଳରେ ଲକଡାଉନ୍ ଉଲ୍ଲଂଘନ କରି ମସଜିଦରେ ପ୍ରାର୍ଥନା କରି ଇମାମ ଏବଂ ତାଙ୍କ ସହଯୋଗୀ ଗିରଫ । ମହାମାରୀ କୋରନାକୁ ନେଇ ଚାରିଆଡେ ଆତଙ୍କ ଓ ଭୟର ବାତାବରଣ ଖେଳିଥିଲାବେଳେ ଭାରତ ସରକାର 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି ।
ଖବର ମୁତାବକ କେରଳର କସରାଗଡ ଜିଲ୍ଲା ଅନ୍ତର୍ଗତ ମଡିକ୍କି ଗ୍ରାମରେ ଆରି ଜୁମା ମସଜିଦରେ ପ୍ରାର୍ଥନା କରିବା ସମୟରେ ଗିରଫ କରାଯାଇଛି । ସେଠାରେ ମୋଟ 25 ଜଣ ଲୋକ ଉପସ୍ଥିତ ଥିଲେ । ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଧାରା 269 ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି କସରାଗଡା ଜିଲ୍ଲାପାଳ ଡି. ସଜିଥବାବୁ ସୂଚନା ଦେଇଛନ୍ତି । ଏହା ସହ ମସଜିଦ କମିଟିକୁ ସଭାପତି ଓ ସାଧାରଣ ସଂପାଦକଙ୍କ ବିରୋଧର ମାମଲା ରୁଜୁ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କେରଳର କସରଗଡା ଜିଲ୍ଲା ମହାମାରୀ କୋରୋନା ହଟସ୍ପଟ ଭାବରେ ରହିଛି । ରାଜ୍ୟରୁ ଏଠାରୁ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
ସୂଚନା ଥାଉକି ଦିଲ୍ଲୀର ନିଜାମୁଦ୍ଦିନରେ ମରକଜରେ ଧର୍ମୀୟ ସଭାରେ କୋରୋନା ପଜିଟିଭ ବାହାରିବା ପରେ ଦେଶରେ କୋରୋନାର ସଂକ୍ରମଣ ବୃଦ୍ଧି ପାଇଛି । କେରଳରେ ବର୍ତ୍ତମାନ ପର୍ଯ୍ୟନ୍ତ 295 କୋରନା ପଜିଟିଭ ଚିହ୍ନଟ କରାଯାଇଥିଲା ବେଳେ 2 ଜଣ ମୃତ୍ୟବରଣ କରିଛନ୍ତି । ସାରା ଭାରତରେ 2902 ଜଣ ପଜିଟିଭ ଥିଲାବେଳେ 68ଜଣ ମୃତ୍ୟୁବରଣ କରିଛନ୍ତି ।