ନୂଆଦିଲ୍ଲୀ: ଚଳିତ ବର୍ଷ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି)ର ପାଠ୍ୟକ୍ରମ ଫି’ ବଢ଼ିବନି । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ସୂଚନା ଦେଇଛନ୍ତି ।
ଆଇଆଇଟି ବୋର୍ଡରର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି 2020-21 ଶିକ୍ଷାବର୍ଷ ପାଇଁ ନିଆଯାଇଛି ।
ସେହିପରି ଆଇଆଇଆଇଟି କ୍ଷେତ୍ରରେ କେନ୍ଦ୍ର-ଅନୁଦାନ ପ୍ରାପ୍ତ, ସ୍ନାତକୋତ୍ତର କାର୍ଯ୍ୟକ୍ରମ ପାଇଁ ଟ୍ୟୁସନ ଫି ବୃଦ୍ଧି ହେବ ନାହିଁ ବୋଲି ପ୍ରସ୍ତାବ ଦିଆଯାଇଛି । ଫି’ ବୃଦ୍ଧି ନକରିବାକୁ ଆଇଆଇଆଇଟି ବୋର୍ଡକୁ ନିବେଦନ କରିଥିବା ମନ୍ତ୍ରୀ କହିଛନ୍ତି ।