ETV Bharat / bharat

ଆଇଆଇଟି ମାଡ୍ରାସର ନୂଆ ଉପଲବ୍ଧି, କର୍କଟ ଚିକିତ୍ସାର ପରିଣାମରୁ ରକ୍ଷା କରିବ ହଳଦୀ

author img

By

Published : Jul 14, 2020, 6:47 AM IST

ଗବେଷକମାନେ ଦୀର୍ଘ ଦିନ ଧରି କର୍କଟ ରୋଗ ପାଇଁ ଦାୟୀ ବୋଲାଉଥିବା ଆପୋପ୍ଟିକ ସେଲକୁ ନଷ୍ଟ କରିବାକୁ ବିଭିନ୍ନ ଗବେଷଣା ଚଳାଇଥିଲେ । ଏହାକୁ ମୁକାବିଲା କରିବା ପାଇଁ ଟିଏନଏଫ ସମ୍ବନ୍ଧୀୟ ଆପୋପ୍ଟିସ-ଇଣ୍ଡ୍ୟୁସିଂ ଲିଗାଣ୍ଡ’ ବା ଟ୍ରେଲ ସକ୍ଷମ ବୋଲି ଗବେଷକମାନେ ମତ ଦେଇଥିଲେ ।

IIT Madras, use of turmeric in cancer treatment, iit madras finding on turmeric, iit madras finding on cancer treatment, cancer treatment, ଆଇଆଇଟି ମାଡ୍ରାସ, କର୍କଟ ଚିକିତ୍ସାରେ ହଳଦୀର ବ୍ୟବହାର, ହଳଦୀ ନେଇ ଆଇଆଇଟି ମାଡ୍ରାସର ଉପଲବ୍ଧି, ଆଇଆଇଟି ମାଡ୍ରାସର କର୍କଟରେ ନୂଆ ଉପଲବ୍ଧି, କର୍କଟ ଚିକିତ୍ସା
ଆଇଆଇଟି ମାଡ୍ରାସର ନୂଆ ଉପଲବ୍ଧି, କର୍କଟ ଚିକିତ୍ସାର ପରିଣାମରୁ ରକ୍ଷା କରିବ ହଳଦୀ

ଚେନ୍ନାଇ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସର ଗବେଷକମାନେ ଖୋଜି ବାହାର କରିଛନ୍ତି ହଳଦୀର ଏକ ମୁଖ୍ୟ ଭୂମିକା । ସେମାନଙ୍କ କହିବା ଅନୁଯାୟୀ କର୍କଟ ପରି ମାରାତ୍ମକ ରୋଗର ଚିକିତ୍ସାରେ ଅନେକ ସାଇଡଇଫେକ୍ଟ ରହିଥିବା ବେଳେ ଏହାର ମୁକାବିଲା କରିବାରେ ହଳଦୀ ସକ୍ଷମ । ହଳଦୀରେ ଥିବା ‘ଟ୍ରେଲ’ ପ୍ରୋଟିନ ଏହି ମାରାତ୍ମକ ପ୍ରଭାବରୁ ମୁକ୍ତି ଦେଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଗବେଷକମାନେ ଦୀର୍ଘ ଦିନ ଧରି କର୍କଟ ରୋଗ ପାଇଁ ଦାୟୀ ବୋଲାଉଥିବା ଆପୋପ୍ଟିକ ସେଲକୁ ନଷ୍ଟ କରିବା ପାଇଁ ଉପାୟର ସନ୍ଧାନରେ ଲାଗିଥିଲେ । ଏହାକୁ ମୁକାବିଲା କରିବା ପାଇଁ ଟିଏନଏଫ ସମ୍ବନ୍ଧୀୟ ଆପୋପ୍ଟିସ-ଇଣ୍ଡ୍ୟୁସିଂ ଲିଗାଣ୍ଡ’ ବା ଟ୍ରେଲ ସକ୍ଷମ ବୋଲି ଗବେଷକମାନେ ମତ ଦେଇଥିଲେ । ଏହା ସେଲ ଦ୍ବାରା କର୍କଟର ମାରାତ୍ମକ ସେଲ ନଷ୍ଟ କରିବାର ସମସ୍ତ କ୍ଷମତା ରହିଛି । ଏନେଇ ଅନେକ ଅଧ୍ୟୟନରୁ ପ୍ରମାଣ ମିଳିସାରିଛି ।

କର୍କଟ ରୋଗରେ ମୁଖ୍ୟତଃ ଏହାର ମାରାତ୍ମକ ସେଲକୁ ନଷ୍ଟ କରିବାର ଲକ୍ଷ୍ୟ ରହିଥାଏ । ଶରୀରରେ କୌଣସି ବିଶେଷ କ୍ଷତି ନପହାଞ୍ଚାଇ କର୍କଟ ରୋଗକୁ କିପରି ସମୂଳେ ନାଶ କରାଯାଇପାରିବ ତା ଉପରେ ଗବେଷକମାନେ ଧ୍ୟାନ ଦେଇଛନ୍ତି । ପୂର୍ବରୁ ନେକ୍ରୋସିସ ପ୍ରକ୍ରିୟାର ବ୍ୟବହାର କରି କର୍କଟ ରୋଗର ଚିକିତ୍ସା କରାଯାଉଥିବା ବେଳେ ଏହାର ସାଇଡ ଇଫେକ୍ଟ ଶରୀରରେ ଅନେକ କ୍ଷତି ପହଞ୍ଚାଇଥାଏ । ଏପରି ସ୍ଥଳରେ ଗବେଷକମାନେ ହଳଦୀର ଗୁଣବତ୍ତା ଦ୍ବାରା ଏହି କ୍ଷତିକାରଣ ପରିଣାମରେ ରୋକ ଲଗାଇପାରିବାର ଯୁକ୍ତି ବାଢିଛନ୍ତି ।

ପ୍ରୋଫେସର ରମା ଶଙ୍କର ବର୍ମାଙ୍କ ନେତୃତ୍ବରେ ଏହି ଅଧ୍ୟୟନ ହୋଇଥିଲା । ଯାହାର ଉପଲବ୍ଧି ପ୍ରସିଦ୍ଧ ଜର୍ଣ୍ଣାଲ ଫାର୍ମାକୋଲୋଜିକାଲରେ ପ୍ରକାଶ ପାଇଥିଲା । ଏଥିରେ ଶ୍ରୀଦେବୀ ସୁରାପଲ୍ଲୀ ଓ ମଧମତୀ ଜୟପ୍ରକାଶମ ମଧ୍ୟ ପ୍ରୋଫେସର ବର୍ମାଙ୍କୁ ସାହାଯ୍ୟ କରିଥିଲେ । ଏହି ରିପୋର୍ଟ ଅନୁଯାୟୀ ପ୍ରିକ୍ଲିନିକାଲ ଅଧ୍ୟୟନରେ ଟ୍ରେଲର ଆଣ୍ଟିଟ୍ୟୁମର ପ୍ରଭାବ ଦେଖାଯାଇଥିଲା । ଯାହାକୁ ସମୟକ୍ରମେ କର୍କଟ ସେଲ ସହିବାର କ୍ଷମତା ରଖିପାରିବା ମଧ୍ୟ ଦେଖାଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟ ଅଧ୍ୟୟନରେ ସ୍ପଷ୍ଟ ହୋଇଥିଲା କି ଟ୍ରେଲରେ ଥିବା ରସାୟନ ପଦାର୍ଥ କର୍କଟ ସେଲକୁ ଧିରେ ଧିରେ ନିଷ୍କ୍ରିୟ କରିବା ସହ ସମୟକ୍ରମେ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।

ତେବେ ଟ୍ରେଲର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଅନେକ ପ୍ରାକୃତିକ ପଦାର୍ଥର ବ୍ୟବହାରକୁ ପରୀକ୍ଷା କରାଯାଇଥିଲା । ଏଥିରେ ଖାଦ୍ୟରେ ବ୍ୟବହୃତ ହଳଦୀର ବ୍ୟବହାର ମଧ୍ୟ ହୋଇଥିଲା । ଦେଖାଯାଇଥିବା କି ଟ୍ରେଲ ପାଇଁ ଏହା ଏକ ସାନିଟାଇଜର ପରି କାମ କରୁଛି । ସେପଟେ ହଳଦୀରେ କର୍କୁମିନ ପୂର୍ବରୁ ଆଣ୍ଟି-କ୍ୟାନ୍ସର ଏଜେଣ୍ଟ ଭାବେ ଜଣା ଯାଉଥିବା ବେଳେ ଟ୍ରେଲ ଉପରେ ମଧ୍ୟ ଏହାର ପ୍ରଭାବ ଗବେଷକଙ୍କୁ ଆଶ୍ଚର୍ଯ କରିଥିଲା । ଦେଖାଯାଇଥିଲା କି ଲ୍ୟୁକୋମିଆର ଚିକିତ୍ସା ପାଇଁ ହଳଦୀର ବ୍ୟବହାର କରିବା ଦ୍ବାରା ଏହା ଟ୍ରେଲର କ୍ଷମତା ବୃଦ୍ଧା କରିଥାଏ ଓ କର୍କଟ ସେଲକୁ ନଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଏସମ୍ପର୍କରେ ଅଧିକ ଅଧ୍ୟୟନ ଜାରି ରହିଥିବା ବେଳେ, ଖୁବଶୀଘ୍ର ଏନେଇ ଅଧିକ ସକାରାତ୍ମକ ତଥ୍ୟ ସାମ୍ନାକୁ ଆସିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.