ହାଇଦ୍ରାବାଦ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ହାଇଦ୍ରାବାଦର ଏକ ଗବେଷକ ଦଳକୁ ମିଳିଛି ବଡ ସଫଳତା । ଏହି ଦଳ ଦାବି କରିଛି କି ସେମାନେ ସ୍ବଳ୍ପ ମୂଲ୍ୟରେ ଏକ ଏପରି ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛନ୍ତି ଯାହା ମାତ୍ର 20 ମିନିଟରେ କୋଭିଡ-19 ଚିହ୍ନଟ କରିବାରେ ସକ୍ଷମ । ବର୍ତ୍ତମାନ ଟେଷ୍ଟିଂ କିଟ୍ରେ ବ୍ୟବହୃତ ରିଭର୍ସ ଟ୍ରାନ୍ସକ୍ରିପ୍ସନ ପଲିମରେଜ ଚେନ ପ୍ରତିକ୍ରିୟା(ଆରଟି-ପିସିଆର) ପ୍ରକ୍ରିୟା ଏହି ଟେଷ୍ଟିଂ କିଟ୍ରେ ବ୍ୟବହୃତ ହୋଇନଥିବା ଦଳ ସ୍ପଷ୍ଟ କରିଛି ।
ଏହି ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବା ପାଇଁ ସର୍ବମୋଟ 550 ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ 350 ପର୍ଯ୍ୟନ୍ତ ସୀମିତ ରଖାଯାଇପାରେ । ଏହାର କ୍ଲିନିକାଲ ଟ୍ରାଏଲ ହାଇଦ୍ରାବାଦସ୍ଥିତ ଇଏସଆଇସି ମେଡିକାଲ କଲେଜ ଓ ହସ୍ପିଟାଲରେ କରାଯାଇଛି । ଏଥିସହ ଏହି ଟେଷ୍ଟିଂ କିଟ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ବାରା ଅନୁମୋଦିତ କରିସାରିଛି ।
ଏନେଇ ଆଇଆଇଟି ହାଇଦ୍ରାବାଦର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗ ପ୍ରେଫସର ଶିବ ଗୋବିନ୍ଦ ସିଂ କହିଛନ୍ତି କି ଏହି ଟେଷ୍ଟିଂ କିଟ୍କୁ ସ୍ବଳ୍ପ ମୂଲ୍ୟରେ ପ୍ରସ୍ତୁତ କରାଯାଇଛି ଯାହା ମାତ୍ର 20 ମିନିଟରେ ଉଭୟ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ କୋଭିଡ-19 ଚିହ୍ନଟ କରିବାରେ ସକ୍ଷମ । ଏଥିସହ ଏହାର ଆକର୍ଷଣ ହେଉଛି ବର୍ତ୍ତମାନ ଟେଷ୍ଟିଂ କିଟ୍ରେ ବ୍ୟବହୃତ ପ୍ରକ୍ରିୟାରେ ଏହା ପରିଚାଳିତ ହୋଇନଥାଏ । ସେ ଏହା ମଧ୍ୟ କହିଛନ୍ତି କି ଏହାର ମୂଲ୍ୟ କମ ହୋଇଥିବାରୁ ଏହାକୁ ବିଭିନ୍ନ ସ୍ଥାନକୁ ନେବା ଆଣିବା ସହଜ ହୋଇଥାଏ । ଏଥିସହ ଏହାର ବ୍ୟବହାର କରି ଯେକୌଣସି ସୁରକ୍ଷିଚ ସ୍ଥାନରେ ଟେଷ୍ଟିଂ କରାଯାଇପାରେ ।