ଭୁବନେଶ୍ବର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ(IIMC) ହାଇଦ୍ରାବାଦ ଚାପ୍ଟରର-2020 କନେକ୍ସନ ହାଇଦ୍ରାବାଦରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ଆଇଆଇଏମସି କନେକ୍ସନ 2020ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶ ଓ ବିଦେଶରେ ରହୁଥିବା ଆଲୁମିନିଙ୍କ ସହ ସମ୍ପର୍କକୁ ସୁଦୃଢ କରିବା । ଏହାସହ ପରିବାରରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିର ସୁଖଦୁଃଖରେ ସାମିଲ ହୋଇ ତାକୁ ସାହାଯ୍ୟ କରିବା ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।
ତେବେ ଚଳିତ ବର୍ଷ ଏହି ପୁରାତନ ଛାତ୍ରଛାତ୍ରୀଙ୍କ ମିଳନ ପର୍ବ ବିଭିନ୍ନ ସହରରେ ଆୟୋଜନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଆଲୁମିନି ଆସୋସିଏସନର ସଭାପତି ପ୍ରସାଦ ସାନ୍ୟାଲଙ୍କ ସହିତ ହାଇଦ୍ରାବାଦ ଚାପ୍ଟରର ସଭାପତି ମାଧବୀ ନାଇଡୁ ଓ ଇଟିଭି ଭାରତ ଓଡିଶା ମୁଖ୍ୟ ସାରଦା ଲାହାଙ୍ଗୀର ପ୍ରମୁଖ ଯୋଗ ଦେଇଥିଲେ । ଏଥି ସହିତ ଆସୋସିଏସନର ଅନେକ ସଦସ୍ୟ ଯୋଗଦେଇ ଆଗାମୀ ଦିନରେ ଏହି ଆସୋସିଏସନକୁ ଆହୁରି ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ