ETV Bharat / bharat

ସାବଧାନ! 2ଟି ପ୍ୟାନ କାର୍ଡ ରଖୁଥିଲେ, ଗଣିବେ ଜୋରିମାନା

author img

By

Published : Jul 27, 2019, 2:15 PM IST

ଆୟକର ବିଭାଗର ନିୟମ ଅନୁଯାୟୀ, ଆପଣଙ୍କ ପାଖରେ 2ଟି ପ୍ୟାନକାର୍ଡ ରଖୁଥିଲେ, ହୋଇ ଯାଆନ୍ତୁ ସାବଧାନ । ଖୁବଶୀଘ୍ର ଗୋଟିଏ ନ ଫେରାଇଲେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: 2ଟି ପ୍ୟାନକାର୍ଡ ରଖୁଥିଲେ ସାବଧାନ । ଖୁବଶୀଘ୍ର ଗୋଟିଏ ପ୍ୟାନକାର୍ଡ ଫେରାଇ ଦିଅନ୍ତୁ, ନଚେତ ଏଥିପାଇଁ ଆପଣଙ୍କୁ ଗଣିବାକୁ ପଡିପାରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା । ଏପରିକି ଆୟକର ବିଭାଗ ଅଧିନିୟମ 1961ର ଧାରା 272ରେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ ।

କଳାଧନ ଉପରେ ଅଙ୍କୁଶ ଲଗାଇବା ଏବଂ ପ୍ୟାନକାର୍ଡ ଧାରୀଙ୍କ କାର୍ଡ ରେକର୍ଡ ସ୍ବଚ୍ଛ ରଖିବା ପାଇଁ ଏହି ଯାଞ୍ଚ କରାଯାଉଛି । ଏନେଇ ଆୟକର ବିଭାଗର ଅଧିକାରୀ କହିଛନ୍ତି, ପ୍ରତ୍ୟେକ ପ୍ୟାନ କାର୍ଡର ଏକ ଭିନ୍ନ ନମ୍ବର ଥାଏ । ତେଣୁ ଜଣେ ଲୋକ ଦୁଇଟି ପ୍ୟାନ କାର୍ଡ ରଖିପାରିବେ ନାହିଁ । ଯଦି ଭୁଲବଶତଃ ଆପଣଙ୍କ ପାଖରେ 2ଟି ପ୍ୟାନ କାର୍ଡ ରହିଯାଇଛି, ତୁରନ୍ତ ଗୋଟିଏ ପ୍ୟାନକାର୍ଡ ଫେରାଇ ଦିଅନ୍ତୁ । କାର୍ଡ ଫେରାଇବା ପାଇଁ ଉଭୟ ଅନଲାଇନ ଓ ଅଫ ଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଏପରି କରନ୍ତୁ ଆବେଦନ:

ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟୋରି ଲିମିଟେଡ(ଏନଏସଡିଏଲ) ୱେଟସାଇଟରେ ନୂଆ ପ୍ୟାନ କାର୍ଡ ଆବେଦନ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରି ଫର୍ମ ପୂରଣ କରନ୍ତୁ । ଯେଉଁ ପ୍ୟାନ କାର୍ଡକୁ ଚାଲୁ ରଖିବାକୁ ଚାହୁଁଛନ୍ତି, ସେହି ଫର୍ମ ଉପରେ ରଖନ୍ତୁ । ଅନ୍ୟ ଫର୍ମ ବିଷୟରେ ଜାଣିବା ପାଇଁ 11ନମ୍ବର ତାଲିକା ପୂରଣ କରନ୍ତୁ । ଏଥିସହ ଯେଉଁ ପ୍ୟାନକାର୍ଡକୁ ରଦ୍ଦ କରିବାକୁ ଚାହୁଁଛନ୍ତି, ତାହାର କପି ଫର୍ମକୁ ମଧ୍ୟ ଲଗାନ୍ତୁ । ଯଦି ଆପଣଙ୍କ କାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ନୂତନ ଆବେଦନ କରିବା ଅପେକ୍ଷା ପୁରୁଣା କାର୍ଡର ଆଉ ଏକ ଡୁପ୍ଲିକେଟ କାର୍ଡ କରନ୍ତୁ ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.