ETV Bharat / bharat

ଯଦି ତୁମେ ରାସ୍ତାକୁ ଆସିବ, ମୁଁ ତୁମ ଘରକୁ ଆସିବି

author img

By

Published : Apr 2, 2020, 1:43 PM IST

ଲୋକଙ୍କୁ ସଚେତନ କରିବା ନେଇ କର୍ଣ୍ଣାଟକ ପୋଲିସ ରାସ୍ତାରେ ଲେଖିଲା ଏମିତି କିଛି କଥା । ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

traffic
ଯଦି ତୁମେ ରାସ୍ତାକୁ ଆସିବ, ମୁଁ ତୁମ ଘରକୁ ଆସିବି

ବେଙ୍ଗାଲୁରୁ: କୋରୋନା ଭାଇରସ ରୋକିବା ନେଇ କର୍ଣ୍ଣାଟକ ପୋଲିସର ନୂଆ ପ୍ରୟାସ । ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନାଗେନାହାଲ୍ଲୀ ଚେକପୋଷ୍ଟରେ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ରାସ୍ତାରେ ଲେଖିଛି, ଯଦି ତୁମେ ରାସ୍ତାକୁ ଆସିବ, ମୁଁ ତୁମ ଘରକୁ ଆସିବି। ଯାହା ପରେ ପୋଲିସର ଏପରି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

କୋରୋନା କବଳରୁ ଦେଶକୁ ରକ୍ଷା କରିବା ପାଇଁ ସରକାର ଅନେକ ପ୍ରୟାସ ଜାରି ରଖିଛନ୍ତି । ହେଲେ ଲୋକଙ୍କ ମଧ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଉନି । ଯାହାକୁ ନେଇ ମନଇଚ୍ଛା କାମ ନଥାଇ ମଧ୍ୟ ବାହାରେ ବୁଲୁଛନ୍ତି ଲୋକେ ଆଉ ଏଥିରେ ଅତିଷ୍ଠ ହୋଇପଡିଲେଣି କର୍ଣ୍ଣାଟକ ପୋଲିସ । ଯେଉଁଥିପାଇଁ ପୋଲିସ ବାଧ୍ୟହୋଇ ରାସ୍ତାରେ ଏପରି ଲେଖି ଲୋକଙ୍କୁ ସଚେତନ କରିବାକୁ ଅଣ୍ଟାଭିଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.