ETV Bharat / bharat

ହୋଲି ପାଇଁ ରଙ୍ଗ କିଣିବା ପୂର୍ବରୁ...

author img

By

Published : Mar 9, 2020, 8:52 PM IST

ଅନେକ ସମୟରେ ହର୍ବାଲ ରଙ୍ଗ ବଦଳରେ ଆମେ କେମିକାଲଯୁକ୍ତ ରଙ୍ଗ ଘରକୁ ଆଣିଥାଉ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ଅସଲି ଏବଂ ନକଲି ରଙ୍ଗ ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ ? ଅଧିକ ପଢନ୍ତୁ...

ରଙ୍ଗ କିଣିବା ପୂର୍ବରୁ...
ରଙ୍ଗ କିଣିବା ପୂର୍ବରୁ...

ହାଇଦ୍ରାବାଦ: ହୋଲିର ନାମ ଶୁଣିବା କ୍ଷଣି ଆମ ମନରେ ବିଭିନ୍ନ ପ୍ରକାର ରଙ୍ଗର ଭାବନା ଆସିଥାଏ । ଆମେ ସମସ୍ତେ ରଙ୍ଗ ଖେଳିବାକୁ ଭଲ ପାଇଥାଉ । ମାତ୍ର ବଜାରରେ ଉପଲବ୍ଧ ରାସାୟନିକ ପଦାର୍ଥ ମିଶ୍ରିତ ରଙ୍ଗର ବିକ୍ରି କାରଣରୁ ଆମେ ଅନେକ ସମୟରେ ଭୟଭୀତ ହୋଇ ରଙ୍ଗ ଖେଳିବାରୁ ନିବୃତ୍ତ ରହିଥାଉ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଆମେ ଅସଲି ଏବଂ ନକଲି ରଙ୍ଗ ଭିତରର ପାର୍ଥକ୍ୟ କିପରି ଜାଣିବା ?

identify-herbal-organic-and-chemical-colour-in-market
ରଙ୍ଗ କିଣିବା ପୂର୍ବରୁ...

ବଜାରରେ ଉପଲବ୍ଧ ରଙ୍ଗ କେମିକାଲଯୁକ୍ତ ହୋଇଥାଏ । ଏହାଦ୍ବାରା ବିଭିନ୍ନ ପ୍ରକାର ଚର୍ମରୋଗ ହୋଇଥାଏ । ଯାହାକୁ ନଜର ରଖି ବିଗତ କିଛି ବର୍ଷରୁ ହର୍ବାଲ ହୋଲି ଖେଳ ଆରମ୍ଭ ହୋଇଛି । ତେବେ ଏଥିରେ ମଧ୍ୟ ଘୋଟାଲା ଦେଖିବାକୁ ମିଳୁଛି । ଅନେକ ସମୟରେ ହର୍ବାଲ ରଙ୍ଗ ବଦଳରେ ଆମେ କେମିକାଲଯୁକ୍ତ ରଙ୍ଗ ଘରକୁ ଆଣିଥାଉ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ଅସଲି ଏବଂ ନକଲି ରଙ୍ଗ ଚିହ୍ନି ପାରିବେ ।

କୌଣସି ରଙ୍ଗ କିଣିବା ପୂର୍ବରୁ ଏହାକୁ ଶୁଙ୍ଘି ଯାଞ୍ଚ କରନ୍ତୁ । ଯଦି ଏହା କେମିକାଲ ମିଶ୍ରିତ ତେବେ ଏଥିରୁ ପେଟ୍ରୋଲ ଏବଂ କେମିକାଲର ଗନ୍ଧ ଆସୁଥିବ ।

ରଙ୍ଗକୁ କିଛି ପାଣିରେ ମିଶାଇ ଦେଖନ୍ତୁ। ଯଦି ରଙ୍ଗ ପାଣିରେ ନମିଶୁଛି ତେବେ ଏହା କେମିକାଲଯୁକ୍ତ। ଏମିତି ରଙ୍ଗକୁ କିଣନ୍ତୁ ନାହିଁ ।

ରଙ୍ଗ କିଣିବା ସମୟରେ ଦେଖନ୍ତୁ ସେଥିରେ କିଛି ଚମକୁଥିବା ପଦାର୍ଥ ମିଶିଛି କି ? ଯଦି ମିଶିଛି ତେବେ ଏହାକୁ କିଣନ୍ତୁ ନାହିଁ ।

ରଙ୍ଗ କିଣିବା ସମୟରେ ଗାଢ ରଙ୍ଗ କିଣନ୍ତୁ ନାହିଁ ।

ଯଦି ଆପଣ ଚାହିଁବେ ତେବେ ବଜାର ପରିବର୍ତ୍ତେ ଘରେ ଏହାକୁ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣ ବେସନ, ଡାଲି, ହଳଦି, ଚନ୍ଦନ, ଗାଜର ଆଦି ବ୍ୟବହାର କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.