ETV Bharat / bharat

ଏପ୍ରିଲ 8 ସୁଦ୍ଧା ଆଇସିଏମଆରକୁ ଯୋଗାଇ ଦିଆଯିବ 7 ଲକ୍ଷ ଟେଷ୍ଟିଂ କିଟ

author img

By

Published : Apr 6, 2020, 2:00 PM IST

ଦେଶରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖି କୋରୋନା ଟେଷ୍ଟକୁ ବୃଦ୍ଧି କରାଯାଇଛି । ଏନେଇ ଏପ୍ରିଲ 8 ସୁଦ୍ଧା ଆଇସିଏମଆରକୁ ଯୋଗାଇ ଦିଆଯିବ 7 ଲକ୍ଷ ଟେଷ୍ଟିଂ କିଟ । ଅଧିକ ପଢନ୍ତୁ...

ICMR to get 7 lakh testing kits by april 8
ଏପ୍ରିଲ 8 ସୁଦ୍ଧା ଆଇସିଏମଆରକୁ ଯୋଗାଇ ଦିଆଯିବ 7 ଲକ୍ଷ ଟେଷ୍ଟିଂ କିଟ

ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତି 4 ଦିନରେ ସଂକ୍ରମଣ ଦୁଇ ଗୁଣ ହେଉଥିବା ନେଇ ଗତକାଲି କହିଛନ୍ତି କେନ୍ଦ୍ର ଯୁଗ୍ମ ସ୍ବାସ୍ଥ୍ୟ ସଚିବ । ଏଭଳି ସ୍ଥିତିରେ କୋରୋନା ଟେଷ୍ଟକୁ ଅଧିକରୁ ଅଧିକ କରିବାକୁ ନିର୍ଦ୍ଦେଶ ଦେଇଛି ଆଇସିଏମଆର । ସେପଟେ, ଏଥିପାଇଁ ଆବଶ୍ୟକ ହେଉଥିବା ଟେଷ୍ଟିଂ କିଟ ଆଇସିଏମଆରକୁ ଯୋଗାଇବ କେନ୍ଦ୍ର । ଏପ୍ରିଲ 8 ସୁଦ୍ଧା 7 ଲକ୍ଷ ଟେଷ୍ଟିଂ କିଟ ଯୋଗାଇ ଦିଆଯିବ । ପର୍ଯ୍ୟାୟ କ୍ରମରେ ଯୋଗାଇ ଦେବାକୁ ଥିବାବେଳେ, ପ୍ରଥମ ପର୍ଯ୍ୟାୟରେ 5 ଲକ୍ଷ ଟେଷ୍ଟିଂ ଯୋଗାଇ ଦିଆଯିବ ।

ଗତ ମାସରେ ଦିଲ୍ଲୀ ନିଜାମୁଦ୍ଦିନ ସମ୍ମିଳନୀରେ ଯୋଗ ଦେଇଥିବା ଅଧିକାଂଶ ସଦସ୍ୟ ଏବେ କୋରୋନା ସଂକ୍ରମିତ । ଏହି ଆକ୍ରାନ୍ତୀୟଙ୍କ ସମ୍ପର୍କୀୟ ଏବଂ ସେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ସେମାନେ ମଧ୍ୟ ସଂକ୍ରମିତ ଥିବା ନେଇ ଏବେ ଚିନ୍ତା ବଢାଇଛି ।

ରବିବାର ଗୋଟିଏ ଦିନରେ 500 ଶହ ଜଣ ଆକ୍ରାନ୍ତ ହୋଇଥିବାବେଳେ 27 ଜଣଙ୍କ ଜୀବନ ଯାଇଛି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାର କରିଛି । ସେହିପରି ମୃତ୍ୟୁ ସଂଖ୍ୟା 120ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.