ETV Bharat / bharat

ଦିଲ୍ଲୀ ହିଂସା: ଆଇବି ଅଧିକାରୀଙ୍କୁ ଛୁରୀଭୁଷି ହତ୍ୟା କରାଯାଇଛି - ଅଙ୍କିତ ଶର୍ମା

ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ସମୟରେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରକୁ ଏକାଧିକ ଛୁରାଘାତ ଚିହ୍ନ, ଗଭୀର କଟା ଦାଗ ଥିବା ଓ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରାଯିବା ଫଳରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ କରିଥିବା ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 27, 2020, 11:30 PM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ସମୟରେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ଅଙ୍କିତଙ୍କୁ ଅତ୍ୟନ୍ତ ବିଭତ୍ସତାର ସହ ବାରମ୍ବାର ଛୁରୀରେ ଆଘାତ କରି ହତ୍ୟା କରାଯାଇଥିବା ଜଣାପଡିଛି ।

ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଏକାଧିକ ଛୁରାଘାତ ଓ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରାଯିବା ଫଳରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ କରିଥିବା ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି ।

ଅଙ୍କିତ ଶର୍ମା 2017ର ଆଇବିରେ ଜଣେ ସହକାରୀ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟରତ ଥିଲେ । ଉତ୍ତର-ପୂର୍ବ ଦିଲ୍ଲୀ ହିଂସାକାଣ୍ଡ ସମୟରେ ଚାନ୍ଦବାଗର ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଙ୍କିତ ଶର୍ମା ଅଫିସରୁ ଘରକୁ ଫେରିବା ପରେ ଦଙ୍ଗା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବାହାରିଥିଲେ, ପରେ ଦଙ୍ଗାକାରୀଙ୍କ ସହ ମୁହାଁମୁହିଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ବୁଧବାର ତାଙ୍କ ମୃତଦେହ ନାଳକୁ ପିଙ୍ଗି ଦିଆଯାଇଥିଲା ।

ଅଙ୍କିତଙ୍କ ପିତା ଦେବେନ୍ଦ୍ର ଶର୍ମା ମଧ୍ୟ ଇଣ୍ଟେଲିଜେନ୍ସି ବ୍ୟୁରୋରେ କାର୍ଯ୍ୟରତ ରହିଛନ୍ତି । ସେ କହିଛନ୍ତି ଯେ, ଅଙ୍କିତ ମଙ୍ଗଳବାର ରାତି ପ୍ରାୟ 5.30 ସମୟରେ ଘରକୁ ଫେରିଥିଲେ । ମାତ୍ର ପରେ ବାହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଘରୁ ବାହାରି ଯାଇଥିଲେ ।

4 ଘଣ୍ଟା ପରେ ମଧ୍ୟ ଅଙ୍କିତ ଘରକୁ ଫେରିନଥିଲା । ପରେ ସମସ୍ତ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ । ଏହାପରେ ଆମେ ସମସ୍ତେ ଜିଟିବି ଏବଂ ଲୋକ ନାୟକ ହସ୍ପିଟାଲକୁ ଯାଇ ଖୋଜାଖୋଜି ମଧ୍ୟ କରିଥିଲେ । ମାତ୍ର ଅଙ୍କିତଙ୍କ କୌଣସି ସନ୍ଧାନ ମିଳିନଥିବା କହିଛନ୍ତି ଦେବେନ୍ଦ୍ର ଶର୍ମା ।

ବୁଧବାର ଦିନ 3ଟା ଯାଏଁ ଅଙ୍କିତଙ୍କୁ ଖୋଜିଥିଲେ ପରିବାର ବର୍ଗ । ପରେ ରାତି ପ୍ରାୟ 10 ଟା ସମୟରେ ଅଙ୍କିତଙ୍କ ମୃତଦେହ ଚାନ୍ଦବାଗ ଡ୍ରେନ୍ ଭିତରେ ପଡ଼ିଥିବାର ସୂଚନା ମିଳିଥିଲା । ଅଙ୍କିତଙ୍କୁ ହତ୍ୟା କରାଯାଇଥିବା କଥା ଆମେ କେବେ ହେଲେ ଭାବି ନଥିଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି ଅଙ୍କିତଙ୍କ ପିତା ଦେବେନ୍ଦ୍ର ଶର୍ମା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.