ETV Bharat / bharat

ମଝି ଆକାଶରେ ବାୟୁବୀରଙ୍କ ପରାକ୍ରମ - ରାକେଶ କୁମାର ସିଂହ ଭଦୌରିୟା

ଭାରତର ରକ୍ଷା ପାଇଁ ସବୁ ପରିସ୍ଥିତିରେ ବାୟୁସେନା ପ୍ରସ୍ତୁତ । ଆଜି ବାୟୁସେନା ଦିବସ ଅବସରରେ ଏପରି କହି ଦେଶବାସୀଙ୍କ ବାୟୁସେନା ପ୍ରତି ଥିବା ସମ୍ମାନକୁ ବଢାଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ରାକେଶ କୁମାର ସିଂହ ଭଦୌରିୟା । ଅଧିକ ପଢନ୍ତୁ...

ମଝି ଆକାଶରେ ବାୟୁବୀରଙ୍କ ପରାକ୍ରମ
ମଝି ଆକାଶରେ ବାୟୁବୀରଙ୍କ ପରାକ୍ରମ
author img

By

Published : Oct 8, 2020, 11:37 AM IST

Updated : Oct 8, 2020, 10:19 PM IST

ନୂଆଦିଲ୍ଲୀ: ବଢିଲା ଚୀନର ଚିନ୍ତା । ଭୟରେ ଥରହର ପାକିସ୍ତାନ । ବାୟୁବୀରଙ୍କ କଳାବାଜିରେ ଶତ୍ରୁ ଛାତିରେ ଛନକା । ତଳେ ବୀରବାଦ୍ୟ ତାଳେତାଳେ ବୀର ଯବାନଙ୍କ ପରେଡ, ଉପରେ ସାହାସୀ ପାରାଟ୍ରୁପରଙ୍କ କମାଲ । ଏୟାରବେସରେ ଲଢୁଆ ବିମାନର ଫ୍ଲାଏ ପୋଷ୍ଟ, ବିଜୟ ଫର୍ମେସନରେ ଉଡିଲା ବାହୁବଳୀ ରାଫେଲ । ସାରଙ୍ଗ ଦେଖାଇଲା କଳାକୌଶଳ । ଅଗ୍ନିବର୍ଷା କଲା ଫାଇଟର ଜେଟ୍ । ଆଉ ପାରାଚ୍ୟୁଟରେ ପାରାଟ୍ରୁପର କରିସ୍ମା କରି ବିଶ୍ବକୁ ବଡ ସନ୍ଦେଶ ଦେଇଛି ଦେଶର ବାୟୁଶକ୍ତି । ଖାସ କରି ଯୁଦ୍ଧଖୋର ପଡୋଶୀ ଶତୃଦେଶଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛି ଭାରତୀୟ ବାୟୁସେନା । ଗାଜିୟାବାଦର ହିଣ୍ଡନ ଏୟାରବେସରେ ଦେଖିବାକୁ ମିଳିଛି ଶକ୍ତିଶାଳୀ ଯୁଦ୍ଧବିମାନର ପରାକ୍ରମ ।

ମଝି ଆକାଶରେ ବାୟୁବୀରଙ୍କ ପରାକ୍ରମ
'ନଭଃସ୍ପୃଶଙ୍ଗ୍‌ ଦୀପ୍ତମ'। ଗୀତାର ଏକାଦଶ ଅଧ୍ୟାୟରୁ ଆଦୃତ ବାୟୁସେନାର ଆଦର୍ଶ ବାକ୍ୟ, ଯାହା ବାୟୁବୀରଙ୍କ ରକ୍ତର ପ୍ରତିଟି କଣିକାରେ ଭରିଦିଏ ଶତୃକୁ ବିନାଶ କରିବାର ଅଦ୍ୟମ ସାହସ ଓ ଶକ୍ତି । 8 ଅକ୍ଟୋବର 1932, ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଯୋଡି ହୋଇଥିଲା ଏକ ନଭଶ୍ଚୁମ୍ଭୀ ଅଧ୍ୟାୟ । ଏହି ଦିନ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ଆଉ ସେବେ ଠାରୁ ପ୍ରତ୍ୟେକ ବର୍ଷ 8 ଅକ୍ଟୋବରରେ ପାଳନ ହୋଇଥାଏ ଭାରତୀୟ ବାୟୁସେନା ଦିବସ ।
‘ଭାରତର ରକ୍ଷା ପାଇଁ ସବୁ ପରିସ୍ଥିତିରେ ବାୟୁସେନା ପ୍ରସ୍ତୁତ’
ମହାମାରୀ କୋରୋନା ସଙ୍କଟ ସହ ସୀମାରେ ଉତ୍ତେଜନା ମଧ୍ୟରେ ନିଜର 88 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବାୟୁସେନା । ଏହି ଅବସରରେ ଗାଜିୟାବାଦର ହିଣ୍ଡନ ଏୟାରବେସରେ ନିଜର ପରାକ୍ରମ ଦେଖାଇଛନ୍ତି ବାୟୁସେନାର ଫାଇଟର ଏୟାରକ୍ରାଫ୍ଟ । ଚଳିତ ବର୍ଷ ଦେଶର ବାୟୁବୀରଙ୍କ ମନୋବଳ ବେଶ ସୁଦୃଢ ରହିଛି, କାରଣ ଭାରତୀୟ ବାୟୁସେନାରେ ଯୋଡି ହୋଇଛି ବିଶ୍ବର ସବୁଠୁ ଆଧିୁନିକ ଯୁଦ୍ଧ ବିମାନ ରଣବୀର ରାଫେଲ । ଆଉ ରାଫେଲ ସାମିଲ ହେବା ପରେ ବହୁଗୁଣିତ ହୋଇଯାଇଛି ବାୟୁସେନାର ଶକ୍ତି । ନଜର ପକାନ୍ତୁ ବାୟୁସେନାର ଶକ୍ତି ଉପରେ...ଭାରତୀୟ ବାୟୁସେନା ପାଖରେ ରହିଛନ୍ତି 1 ଲକ୍ଷ 27 ହଜାର 200 ଯବାନ । ଭାରତୀୟ ବାୟୁସେନା ପାଖରେ ମୋଟ 2185 ଏୟାରକ୍ରାଫ୍ଟ ରହିଛି । ଆଇଏଏଫ୍ ପାଖରେ ରହିଛି ମୋଟ 814 କମ୍ବାଟ ଏୟାରକ୍ରାଫ୍ଟ, 590 ଫାଇଟର୍ସ ଓ ଇନସେପ୍ଟର୍ସ । ବାୟୁସେନା ପାଖରେ 804 ଆଟାକ ଏୟାରକ୍ରାଫ୍ଟ, 720 ହେଲିକ୍ୟାପ୍ଟର । ଆଉ ଭାରତରେ ରହିଛି 246 ଏୟାରପୋର୍ଟ । କେବଳ ସେତିକି ନୁହେଁ ଭାରତୀୟ ବାୟୁସେନା ପାଖରେ ସୁଖୋଇ 30 MKI, ମିଗ-29, ଜାଗୁଆର, ମିରାଜ ଓ ତେଜସ ଭଳି ଶକ୍ତିଶାଳୀ ଯୁଦ୍ଧ ବିମାନ, ଚିନୁକ ଓ ଆପାଚି ଭଳି ଅତ୍ୟାଧୁନିକ ହେଲିକପ୍ଟର । ପ୍ରତିଷ୍ଠା ଦିବସରେ ଭରପୁର କଳାବାଜି ସାଙ୍ଗକୁ କଳାନିପୁଣତା । ସୌର୍ଯ୍ୟ ଦମ, ପରାକ୍ରମର ଶହ ଶହ କାହାଣୀ । ମଝି ଆକାଶରେ ବିସ୍ମିତ କଲା ଭଳି ଷ୍ଟଣ୍ଟରେ ମାହିର ଦୁଃସାହାସୀ ବାୟୁଯୋଦ୍ଧା । ଏହି ସବୁ ଆକର୍ଷଣୀୟ କଳାକୌଶଳ କରି ପୁଣି ଶତୃକୁ ସାବଧାନ କରିଛି ବାୟୁସେନା । ପୁଣି ଜୋସରେ ଭରପୁର ବାୟୁବୀର ଶୁଣାଇଛନ୍ତି ଅଭୟ ବାଣୀ । ଭାରତ ଉପରେ ଆଖି ଉଠାଇଦେଖିଲେ, ସର୍ବନାଶର କାହାଣୀ ଲେଖିବାକୁ ସଦା ପ୍ରସ୍ତୁତ ବାୟୁସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2020, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.