ETV Bharat / bharat

ରାଫେଲ ଅଫିସରେ ଚୋରି ଘଟଣା: ଫ୍ରାନ୍ସରେ ଭାରତୀୟ ବାୟୁସେନାର ଫରେନସିକ ଟିମ୍‌ - office

ମେ 19 ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫେଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଯାଇଥିଲା । ସେଠାରୁ କେତେକ ଦରକାରୀ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଜଣା ପଡିଥିଲା । ଏବେ ଏହାର ଯାଞ୍ଚ ପାଇଁ ଭାରତୀୟ ବାୟୁସେନାର ଏକ ଫରେନସିକ୍‌ ଟିମ୍‌ ଫ୍ରାନ୍ସ ଗସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଏନଆଇ
author img

By

Published : May 27, 2019, 12:17 PM IST

ନୂଆଦିଲ୍ଲୀ: ରାଫେଲେକୁ ନେଇ ବାଦ ବିବାଦ ଥମିବାର ନାଁ ନେଉନାହିଁ । ମେ 19 ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫେଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଯାଇଥିଲା । ସେଠାରୁ କେତେକ ଦରକାରୀ ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଜଣା ପଡିଥିଲା । ଏବେ ଏହାର ଯାଞ୍ଚ ପାଇଁ ଭାରତୀୟ ବାୟୁସେନାର ଏକ ଫରେନସିକ୍‌ ଟିମ୍‌ ଫ୍ରାନ୍ସ ଗସ୍ତ କରିଛନ୍ତି ।

ଭାରତୀୟ ବାୟୁସେନାର ଏହି ଯାଞ୍ଚକାରୀ ଦଳରେ ସାଇବର ଫରେନସିକ୍‌ ବିଶେଷଜ୍ଞଙ୍କ ଏକ ଦଳକୁ ପଠାଇବାର ଯୋଜନା ରହିଛି । ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାଳୟରୁ କୈାଣସି ପ୍ରକାର ହାର୍ଡ ଡିସ୍କ କିମ୍ବା ଫାଇଲ ଚୋରି ହୋଇନାହିଁ ବୋରି ସରକାରୀ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି । ଏବେ ତଦନ୍ତକାରୀ ଦଳ ଅନ୍ୟକିଛି ଦସ୍ତାବିଜର ଚୋରି କିମ୍ବା କପି କରାଯାଇଛି କି ନା ସେ ସଂକ୍ରାନ୍ତରେ ତଦନ୍ତ କରିବ ।

ଏଠାରେ ସୂଚନା ଯୋଗ୍ୟ ଯେ ଫ୍ରାନ୍ସର ଯୁଦ୍ଧବିମାନ ନିର୍ମାଣକାରୀ କମ୍ପାନୀ ଦାସଲ୍ଟ ଆଭିଏଶନ୍‌ର ଏକ ଅଫିସ କମ୍ପ୍ଲେକ୍ସ ସେଣ୍ଟ କ୍ଲାଉଡ୍‌ରେ ରହିଛି । ମେ 19 ତାରିଖରେ କେତେଜଣ ଦୁର୍ବୃତ୍ତ ଉକ୍ତ ଅଫିସରୁ ରାଫେଲ ଯୁଦ୍ଧବିମାନ ପ୍ରକଳ୍ପ ସମ୍ପର୍କିତ ଦସ୍ତାବିଜ ଚୋରି ଉଦ୍ୟମ କରିଥିଲେ । ଦସ୍ତାବିଜ ଓ ଅର୍ଥ ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ପ୍ୟାରିସ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Intro:Body:

dfgg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.