ନୂଆଦିଲ୍ଲୀ: ବାୟୁସେନା ମୁଖ୍ୟର ଦାୟୀଦ୍ବ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଅଧିକାରୀକ ବିଦେଶ ଯାତ୍ରାରେ ଓମାନ ପହଞ୍ଚିଛନ୍ତି ଏୟାର ମାର୍ଶଲ ରାକେଶ ସିଂହ ଭଦୋରିଆ । ସେଠାରେ ସେ ପୂର୍ବ କ୍ଷେତ୍ରର ଦ୍ବିପାକ୍ଷିକ ବାୟୁ ଯୁଦ୍ଧାଭ୍ୟାସର ସମୀକ୍ଷା କରିଛନ୍ତି ।
ଏହି ଯୁଦ୍ଧାଭ୍ୟାସରେ ଓମାନର ଯୁଦ୍ଧ ବିମାନ ଟାଇଫୁନର ସାମ୍ନା କରିବା ପାଇଁ ଭାରତ ନିଜର ଏଫ-16 ଏବଂ ହକ ବିମାନ ସହ ମିଗ-29 କୁ ମୈଦାନକୁ ଓହ୍ଲାଇଛି । ତେବେ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯୁଦ୍ଧାଭ୍ୟାସ ସହ ଜଡିତ କିଛି ଫଟୋ ମଧ୍ୟ ଜାରି କରାଯାଇଛି ।