ETV Bharat / bharat

ସ୍ବପ୍ନା ସୁରେଶଙ୍କୁ 5 ବର୍ଷରୁ ଜାଣିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶିବଶଙ୍କର - ସୁନା ଚୋରା ଚାଲାଣ ମାମଲା

କେରଳ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ, ସରିଥ କୁମାର ଏବଂ ସନ୍ଦୀପ ନାୟାରଙ୍କ ସହ ସମ୍ପର୍କ ଥିବା ସ୍ବିକାର କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ ଶିବଶଙ୍କର ।

ସ୍ବପ୍ନା ସୁରେଶ
ସ୍ବପ୍ନା ସୁରେଶ
author img

By

Published : Jul 15, 2020, 3:43 PM IST

ଥିରୁଅନନ୍ତପୁରମ : କେରଳ ସୁନା ଚୋରା ଚାଲାଣ ମାମଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ, ସରିଥ କୁମାର ଏବଂ ସନ୍ଦୀପ ନାୟାରଙ୍କ ସହ ସମ୍ପର୍କ ଥିବା ସ୍ବିକାର କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ ଶିବଶଙ୍କର । କଷ୍ଟମ ବିଭାଗର ଜେରା ସମୟରେ ସେ ଏହା ସ୍ବୀକାର କରିଛନ୍ତି । ସେ ସ୍ବପ୍ନା ସୁରେଶଙ୍କୁ 5 ବର୍ଷରୁ ଜାଣିଥିଲେ ବୋଲି କହିଛନ୍ତି ।

ସ୍ବପ୍ନାଙ୍କ ସ୍ୱାମୀ ମଧ୍ୟ ଜୟଶଙ୍କରଙ୍କ ସହ ସମ୍ପର୍କରେ ଅଛନ୍ତି । ସରିଥ କୁମାର ଏବଂ ସନ୍ଦୀପଙ୍କୁ ସ୍ବପ୍ନାଙ୍କର ବନ୍ଧୁ ଭାବରେ ପରିଚିତ କରାଯାଇଥିଲା । ଶିବଶଙ୍କର ସରିଥଙ୍କ ସହ ଅନେକ ଥର ଫୋନରେ ମଧ୍ୟ କଥା ହୋଇଛନ୍ତି । କିନ୍ତୁ ସେ ସନ୍ଦୀପଙ୍କ ସହ ଫୋନରେ କଥା ହୋଇନଥିଲେ ବୋଲି କହିଛନ୍ତି । ତେବେ ଶିବଶଙ୍କର ସୁନା ଚୋରା ଚାଲାଣ ସମ୍ପର୍କରେ କଷ୍ଟମ ବିଭାଗ ଦ୍ବାରା ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି ବୋଲି ଜଣାପଡିଛି । ତେବେ ସ୍ବପ୍ନାଙ୍କ ସ୍ବାମୀ ନିକଟରେ ଶିବଶଙ୍କରଙ୍କ ଫ୍ଲାଟରେ ଏକ କୋଠରୀ ବୁକ୍ କରିଥିଲେ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ସ୍ପାନାର ସ୍ୱାମୀ ଜୟଶଙ୍କର ସେକ୍ରେଟାରୀ ନିକଟରେ ଥିବା ଶିବଶଙ୍କରଙ୍କ ଫ୍ଲାଟରେ ଏକ ରୁମ ମଧ୍ୟ ବୁକ୍ କରିଥିଲେ।

ସୂଚନାଯୋଗ୍ୟ ଯେ, ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା । ଏହି ସୁନା ଚୋରା ଚାଲାଣ ପଛରେ ସ୍ବପ୍ୱା ସୁରେଶଙ୍କ ନାମ ସାମ୍ନାକୁ ଆସିଛି । ସ୍ବପ୍ନା କେରଳ ସରକାରଙ୍କ ଆଇଟି ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ଜଣାପଡ଼ିଛି। ଏହାପୂର୍ବରୁ ସେ ୟୁଏଇ ଦୂତାବାସରେ ଏକଜିକ୍ୟୁଟିଭ୍ ଭାବେ ମଧ୍ୟ କାମ କରିଥିଲେ। ତେବେ ଏହାକୁ ନେଇ କେରଳ ରାଜନୀତି ସରଗରମ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.