ETV Bharat / bharat

ଦର୍ଶକଙ୍କୁ ନିରନ୍ତର ସେବା ଯୋଗାଇବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅପିଲ୍

author img

By

Published : Apr 13, 2020, 4:15 PM IST

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଟେଲିଭିଜନ ପ୍ରସାରଣକାରୀ, DTH ଏବଂ କେବୁଲ ଟିଭି ଅପରେଟରଙ୍କୁ କୋଭିଡ-19 ମହାମାରୀର କଷ୍ଟଦାୟକ ସମୟରେ ଦର୍ଶକଙ୍କୁ ନିରନ୍ତର ସେବା ଯୋଗାଇଦେବାକୁ କହିଛନ୍ତି ।

I&B ministry
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଟେଲିଭିଜନ ପ୍ରସାରଣକାରୀ, DTH ଏବଂ କେବୁଲ ଟିଭି ଅପରେଟରଙ୍କୁ କୋଭିଡ-19 ମହାମାରୀର କଷ୍ଟଦାୟକ ସମୟରେ ଦର୍ଶକଙ୍କୁ ନିରନ୍ତର ସେବା ଯୋଗାଇଦେବାକୁ କହିଛନ୍ତି ।

ସମସ୍ତ ପ୍ରସାରଣକାରୀ, DTH ପ୍ରଦାନକାରୀ, ମଲ୍ଟି ସିଷ୍ଟମ ଅପରେଟର (MSOs) ଏବଂ ସ୍ଥାନୀୟ କେବୁଲ ଅପରେଟର (LCOs) କୁ ଲେଖିଥିବା ଏକ ଚିଠିରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ ଜାରି ରଖିବାକୁ କୁହାଯାଇଛି । ଏହି କଠିନ ସମୟରେ ଦର୍ଶକ ଏବଂ ଜନସାଧାରଣଙ୍କ ସୁରକ୍ଷା ଜରୁରୀ ।

ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଅତ୍ୟାବଶ୍ୟକ ତଥା ପ୍ରାମାଣିକ ସୂଚନାର କ୍ରମାଗତ ପ୍ରସାରଣର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସୁରକ୍ଷା । ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ସୂଚନା ଏବଂ ସମ୍ବାଦ ପ୍ରସାରଣ, ପ୍ରାମାଣିକ ସୂଚନା ଏବଂ ମନୋରଞ୍ଜନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ନିଜ ଘରେ ରଖିବାକୁ ସାହାଯ୍ୟ କରିବ ବୋଲି ମନ୍ତ୍ରଣାଳୟ କହିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.