ETV Bharat / bharat

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ଏହା ସହିତ ସଂପୃକ୍ତ ଚକ୍ଷୁପଟଳର ବିଷାକ୍ତତା

author img

By

Published : Apr 7, 2020, 8:15 PM IST

କୋରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କ ଚିକିତ୍ସା ଲାଗି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଭାରତରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ନାମକ ଯେଉଁ ମ୍ୟାଲେରିଆ ନିରୋଧୀ ଔଷଧ କିଣିବାକୁ ଚାହୁଁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାଇଡ୍ରୋକ୍‌ସିକ୍ଲୋରୋକୁଇନ୍‌ ଏବଂ ଏହା ସହିତ ସଂପୃକ୍ତ ଚକ୍ଷୁପଟଳର ବିଷାକ୍ତତା

ହାଇଦ୍ରାବାଦ: ଆମେରିକାରେ ଦିନକୁ ଦିନ କୋରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ସେମାନଙ୍କ ଚିକିତ୍ସା ଲାଗି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନାମକ ଯେଉଁ ମ୍ୟାଲେରିଆ ନିରୋଧୀ ଔଷଧ କିଣିବାକୁ ଚାହୁଁଛନ୍ତି, ସେଥିରେ, ହୃତ୍‌ପିଣ୍ଡର ଗତିରେ ସମସ୍ୟା, ଗୁରୁତର ନିମ୍ନ ରକ୍ତଚାପ, ମାସଂପେଶୀ ଓ ସ୍ନାୟୁ ନଷ୍ଟ ଏବଂ ଦୃଷ୍ଟିଶକ୍ତି ନଷ୍ଟ ହେବା ଭଳି ଅନେକ ସମ୍ଭାବିତ ପାର୍ଶ୍ବ ପ୍ରତିକ୍ରିୟାର ଆଶଙ୍କା ରହିଛି ।

କିନ୍ତୁ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବା HCQ ସହ ସଂପର୍କିତ ଯେଉଁ ବିପଦ ସମ୍ଭାବନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତାହା ହେଲା ଚକ୍ଷୁପଟଳରେ ବା ରେଟିନାରେ ବିଷାକ୍ତତା ସଂଚାରଣ । ଯଦିଓ ସ୍ବୟଂକ୍ରିୟାଶୀଳ ରୋଗ ପ୍ରତିରୋଧକ ପ୍ରଣାଳୀ ସଂପର୍କିତ ରୋଗର ଚିକିତ୍ସା ନିମନ୍ତେ HCQ ଅନ୍ୟତମ ନିରାପଦ ଔଷଧ ରୂପେ ପରିଗଣିତ, ତଥାପି ଏହାର ପ୍ରୟୋଗ ମାତ୍ରା ସଂପର୍କରେ ସର୍ବସମ୍ମତିର ଅଭାବ ହିଁ ଏହି ସମସ୍ୟାବଳୀର କାରଣ । ସାଧାରଣତଃ ପ୍ରଦାହ ଜନିତ ଯନ୍ତ୍ରଣାଦାୟକ ରୋଗ କ୍ଷେତ୍ରରେ ଏହାକୁ 200 ମିଲିଗ୍ରାମ ହିସାବରେ ଦିନକୁ ଦୁଇ ଥର ଦିଆଯାଏ । କିନ୍ତୁ ଏ କ୍ଷେତ୍ରରେ ରୋଗୀଙ୍କ ଓଜନ ଅନ୍ୟୂନ 176 ପାଉଣ୍ଡ ହୋଇଥିବ ଏବଂ ଡାକ୍ତରଙ୍କ ସୁପାରିସ ଅନୁସାରେ ସର୍ବାଧିକ ସୀମା ଅତିକ୍ରମ କରାଯାଉ ନଥିବ ।

ପ୍ରାଥମିକ ସୂଚନା ଅନୁସାରେ, କୋଭିଡ୍‌-19 ରୋଗୀମାନଙ୍କ କ୍ଷେତ୍ରରେ ଔଷଧର ମାତ୍ରା ଦିନକୁ 600/800 ମିଲିଗ୍ରାମ ହିସାବରେ ଦେବାକୁ କୁହାଯାଉଛି । ଯାହାକି ସାଧାରଣ ମାତ୍ରା ତୁଳନାରେ 3-4 ଗୁଣ ଅଧିକ ଏବଂ ଏହା ଦ୍ବାରା ରେଟିନୋପାଥି ବା ଚକ୍ଷୁପଟଳ ରୋଗ ହୋଇପାରେ । ଏହା ବ୍ୟତୀତ, ଗବେଷଣାରୁ ଜଣାପଡ଼ିଛି ଯେ, ପୂର୍ବରୁ ରୋଗଗ୍ରସ୍ତ ବ୍ୟକ୍ତି କୋଭିଡ୍‌-19 ସଂକ୍ରମିତ ହୋଇଥିଲେ ସେମାନଙ୍କ କ୍ଷେତ୍ରରେ ଅଧିକ ବିପଦ ଆଶଙ୍କା ରହିଛି ଏବଂ ରୋଗୀଙ୍କ କିଡ୍‌ନୀ ଅକାମୀ ହୋଇଥିଲେ ସେମାନଙ୍କୁ ଦିଆଯାଉଥିବା HCQ ମଳଦ୍ବାର ଦେଇ ନିର୍ଗତ ହୋଇଯିବାର ଆଶଙ୍କା ରହିଛି ।

ବୟସାଧିକ୍ୟ କାରଣରୁ ରୋଗୀଙ୍କ ଚକ୍ଷୁପଟଳରେ ଦାଗ ପଡ଼ିବା ସହିତ କୋଷଗୁଡ଼ିକ ପ୍ରଭାବିତ ହୋଇଥିଲେ ଅଧିକ ମାତ୍ରାରେ ପ୍ରତିଦିନ HCQ ସେବନ ଦ୍ବାରା ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇପାରେ । ଗତ ସପ୍ତାହରେ ନେଚର୍‌ ମେଡିସିନ୍‌ ନାମକ ପତ୍ରିକାରେ ଗବେଷକମାନେ ପ୍ରକାଶ କରିଛନ୍ତି ଯେ, ଶରୀରର କୋଷ ଭିତରକୁ କୋରୋନା ଭାଇରସ୍‌ର ପ୍ରବେଶ କ୍ଷମତାକୁ ହାଇଡ୍ରୋକ୍‌ସିକ୍ଲୋରୋକୁଇନ୍‌ ହ୍ରାସ କରିଥାଏ ବୋଲି ବିଜ୍ଞାନାଗାରରେ ପରୀକ୍ଷଣରୁ ଜଣାପଡ଼ିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମଣିଷ ଶରୀରରେ ବି ଏହା ସେଇ ଏକାଭଳି କାମ କରିବ ଏବଂ ବିଜ୍ଞାନାଗାର ପରୀକ୍ଷାରେ ବ୍ୟବହୃତ ଔଷଧର ମାତ୍ରାକୁ ରୋଗୀଙ୍କ ଶରୀର ସହିପାରିବ ।

ଚୀନ୍‌ରୁ ମିଳିଥିବା ଏକ ରିପୋର୍ଟରେ ଦାବି କରାଯାଇଛି ଯେ, 10ଟି ହସ୍ପିଟାଲରେ 100ରୁ ଅଧିକ ରୋଗୀଙ୍କ ଚିକିତ୍ସାରେ କ୍ଲୋରୋକୁଇନ୍‌ ସହାୟକ ସିଦ୍ଧ ହୋଇଥିଲା । କିନ୍ତୁ ସେମାନଙ୍କର ରୋଗ ସଂକ୍ରମଣର ପ୍ରକାର ଅଲଗା ଅଲଗା ଥିଲା ଏବଂ ସେମାନଙ୍କୁ ଭିନ୍ନ ଭିନ୍ନ ସମୟସୀମା ପାଇଁ ବିଭିନ୍ନ ମାତ୍ରାରେ ଏହି ଔଷଧ ଦିଆଯାଇଥିଲା । ହୁଏତ ସେମାନେ ଏହି ଔଷଧ ସେବନ ନକରି ମଧ୍ୟ ଆରୋଗ୍ୟଲାଭ କରିପାରିଥାଆନ୍ତେ, କିନ୍ତୁ ତୁଳନାତ୍ମକ ଅନୁଧ୍ୟାନ ପାଇଁ ରୋଗୀମାନଙ୍କର କୌଣସି ଅଲଗା ଗୋଷ୍ଠୀ ନଥିଲା ।

ଫ୍ରାନ୍‌ସର ଅନୁଧ୍ୟାନ ପ୍ରତି ସର୍ବାଧିକ ଦୃଷ୍ଟି ଆକର୍ଷିତ ହୋଇଛି । ଡାକ୍ତରମାନେ କୋରୋନା ଭାଇରସ୍‌ ସଂକ୍ରମିତ 26 ଜଣ ରୋଗୀଙ୍କୁ ହାଇଡ୍ରୋକ୍‌ସିକ୍ଲୋରୋକୁଇନ୍‌ ଦେଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କ ଶରୀରରେ ସଂକ୍ରମଣର ଲକ୍ଷଣ ମଧ୍ୟ ପ୍ରକାଶ ପାଇ ନଥିଲା । ଛଅ ଜଣ ରୋଗୀଙ୍କୁ ଆଜିଥ୍ରୋମାଇସିନ୍‌ ଆଣ୍ଟିବାୟୋଟିକ୍‌ ମଧ୍ୟ ଦିଆଯାଇଥିଲା । ଅନୁଧ୍ୟାନ ଶେଷ ହେବା ପର୍ଯ୍ୟନ୍ତ ନ ରହିବାରୁ ଏହି 26 ଜଣଙ୍କ ମଧ୍ୟରୁ କେତେଜଣଙ୍କୁ ଅନୁଧ୍ୟାନରୁ ବାଦ ଦିଆଯାଇଥିଲା । ଅର୍ଥାତ୍‌ ସେମାନଙ୍କ କ୍ଷେତ୍ରରେ ଅନୁସରଣ କ୍ରିୟା ସମାପ୍ତ ହୋଇ ନଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ତିନି ଜଣଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ସେମାନଙ୍କୁ ଇଣ୍ଟେନ୍‌ସିଭ କେୟାର୍‌କୁ ପଠାଯାଇଥିଲା ।

ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ସେ ଭୂତାଣୁ ସଂକ୍ରମିତ ହୋଇ ନଥିଲେ ବୋଲି ପରେ ଜଣାପଡ଼ିଥିଲା ଏବଂ ଅନ୍ୟ ଜଣେ ରୋଗୀଙ୍କ ଦେହ ବୁଲାଇ ହୋଇ ବାନ୍ତି ଲାଗୁଥିବାରୁ ତାଙ୍କ ଚିକିତ୍ସା ବନ୍ଦ କରିଦିଆଯାଇଥିଲା । ଛଅ ଦିନ ପରେ, ରୋଗୀଙ୍କ ନାକ ଭିତର ସ୍ବାବ୍‌ରେ ଭୂତାଣୁର ଉପସ୍ଥିତି ଜଣାପଡ଼ିଥିଲେ ହେଁ କୌଣସି ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ସହିତ ଆଜିଥ୍ରୋମାଇସିନ୍‌ ଦିଆଯାଇ ନଥିଲା ଏବଂ 57% ରୋଗୀଙ୍କୁ କେବଳ ଏହି ମ୍ୟାଲେରିଆ ନିରୋଧୀ ଔଷଧ ଦିଆଯାଇଥିଲା ଏବଂ ଅନ୍ୟ 12.5% ରୋଗୀଙ୍କୁ ଏହି ଦୁଇଟିରୁ କୌଣସି ଟି ହେଲେ ଦିଆଯାଇ ନଥିଲା ।

ଏହା ଉତ୍ସାହଜନକ, କିନ୍ତୁ ଏହାର ଫଳାଫଳକୁ ଅନେକ କାରଣ ପ୍ରଭାବିତ କରିପାରେ । ଯେମିତି କି, ରୋଗୀମାନେ କେତେ ରୋଗଗ୍ରସ୍ତ ଥିଲେ, କେତେବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହେଲା, ସେମାନେ ଆଗରୁ ଅନ୍ୟ କେଉଁ ପ୍ରକାରରେ ଚିକିତ୍ସିତ ହୋଇଥିଲେ ଏବଂ ସେମାନଙ୍କ ବୟସ, ଲିଙ୍ଗ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କିତ ଅନ୍ୟାନ୍ୟ ସ୍ଥିତି । ସୁତରାଂ, ଯଦି କୋଭିଡ୍‌-19ର ଚିକିତ୍ସା ପାଇଁ ଦୀର୍ଘ ସମୟ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ସେବନ ଲାଗି ସୁପାରିସ କରାଯାଏ ତେବେ ବିଷାକ୍ତକରଣର ପ୍ରଭାବକୁ ହ୍ରାସ କରିବା ପାଇଁ ଚକ୍ଷୁପଟଳ ବା ରେଟିନାର ଅବସ୍ଥା ପରୀକ୍ଷଣ କରିନେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.