ETV Bharat / bharat

ସାଉଦିରେ ମା’ଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଭାରତ ସରକାରଙ୍କ ସହାୟତା ଲୋଡିଲା ଝିଅ - nquiry into mother's death in Saudi Arabia

ସାଉଦି ଆରବର ରିୟାଦରେ ଜଣେ ଭାରତୀୟ ମୂଳ ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମତ୍ୟୁ ନେଇ କୌଣସି ଖବର ପାଉନାହାଁନ୍ତି ମହିଳାଙ୍କ ଝିଅ ସାଦେକା ବେଗମ୍ । ଏଣୁ ଭାରତ ସରକାରଙ୍କ ସହାୟତା ଲୋଡିଲା ଝିଅ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାଉଦିରେ ମା’ଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ
ସାଉଦିରେ ମା’ଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ
author img

By

Published : Aug 12, 2020, 6:57 AM IST

ହାଇଦ୍ରାବାଦ: ସାଉଦି ଆରବର ରିୟାଦରେ ଜଣେ ଭାରତୀୟ ମୂଳ ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମତ୍ୟୁ ନେଇ କୌଣସି ଖବର ପାଉନାହାଁନ୍ତି ମହିଳାଙ୍କ ଝିଅ ସାଦେକା ବେଗମ୍ । ସାଦେକା ହାଇଦ୍ରାବାଦରେ ରୁହନ୍ତି । ଚଳିତ ମାସ ଅଗଷ୍ଟ 1 ତାରିଖରେ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କର ଶେଷକ୍ରିୟା କରିବା ପାଇଁ କୌଣସି ଉପାୟ ନପାଇଁ ଭାରତ ସରକାର ନିକଟରେ ସାହାଯ୍ୟ ମାଗିଛନ୍ତି ସାଦେକା ।

ସାଦେକା ବେଗମ ତାଙ୍କ ମୃତ୍ୟୁ ବିଷୟରେ ଯାଞ୍ଚ କରିବା ଏବଂ ତାଙ୍କର ଶେଷ ରୀତିନୀତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ସାଦେକା କହିଛନ୍ତି ଯେ ତାଙ୍କ ମାଆ ରେହାନା ବେଗମଙ୍କର ଚଳିତ ମାସ ଆରମ୍ଭରେ ମୃତ୍ୟୁ ଘଟିଥିଲା । ହେଲେ ଏସମ୍ପର୍କରେ ରିୟାଦରେ ଥିବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିପାରୁନାହାଁନ୍ତି । ମାଆଙ୍କର ମୃତ୍ୟୁ ଘଟି 10 ଦିନ ହେବା ସତ୍ତ୍ବେ ତାଙ୍କର କୌଣସି ଖବର ପାଉନାହାଁନ୍ତି ସାଦେକା । ଯେଉଁଥିପାଇଁ ସେ ସରକାରଙ୍କ ସାହାଯ୍ୟ ଚାହୁଁଛନ୍ତି ।

ସାଦେକା କହିଛନ୍ତି, "ମୁଁ ଯେତେବେଳେ ଜାଣିଲି ଯେ ମୋ ମା’ଙ୍କ ମୃତଦେହ ସାଉଦି ଆରବର ରିୟାଦର ଶାମାସି ହସ୍ପିଟାଲରେ ଅଛି, ସେତେବେଳେ ରିୟାଦରେ ଥିବା ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲି । ହେଲେ ଏପର୍ଯ୍ୟନ୍ତ ମୁଁ ସେମାନଙ୍କ ସହ ଯୋଗାଯୋଗ କରି ପାରୁନାହିଁ । ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ମୋ ମା’ଙ୍କ ମୃତ୍ୟୁ ଘଟଣାର ଯାଞ୍ଚ କରାଯାଉ ଏବଂ ସାଉଦି ଆରବରେ ତାଙ୍କୁ ସମାଧି ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ । ନଚେତ ଭାରତକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରନ୍ତୁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.