ନୂଆଦିଲ୍ଲୀ: ସଂସଦରେ ଉଠିଲା ହାଇଦ୍ରାବାଦର ପଶୁ ଡାକ୍ତରଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ବୀଭତ୍ସ ହତ୍ୟାକାଣ୍ଡ ଘଟଣା । ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏଭଳି ଘଟଣାର ପୁନରାବୃତି ହେଉ ବୋଲି କୌଣସି ନେତା କିମ୍ବା ସରକାର ଚାହିଁବେ ନାହିଁ । ଏହି ସମସ୍ୟାର ସମାଧାନ କେବଳ ଆଇନ ପ୍ରଣୟନ ଦ୍ବାରା ହୋଇପାରିବ ନାହିଁ । ଏହି ଅପରାଧ ବିରୋଧରେ ଆମକୁ ଏକଜୁଟ ହେବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।
ସେହିପରି କଂଗ୍ରେସ ସାଂସଦ ଆମି ୟାଜନିକ ମଧ୍ୟ ନାରୀ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ନାରୀ ସୁରକ୍ଷାକୁ ନେଇ ସରକାରଙ୍କୁ ଜବାବ ମାଗିଛନ୍ତି ରାଜ୍ୟସଭା ସାଂସଦ ଜୟା ବଚନ ।
ସେପଟେ ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ପ୍ରଶ୍ନକାଳ ପରେ ଘଟଣାକୁ ନେଇ ଚର୍ଚ୍ଚା କରିବାର ଅନୁମତି ଦେଇଛନ୍ତି ସେ ।