ETV Bharat / bharat

ହାଇଦ୍ରାବାଦରେ ସେପ୍ଟେମ୍ବର 7ରୁ ଚାଲିବ ମେଟ୍ରୋ

author img

By

Published : Sep 2, 2020, 10:43 AM IST

କୋରୋନା ମହାମାରୀ କାରଣରୁ ଦୀର୍ଘ 5 ମାସ ହେବ ତେଲେଙ୍ଗାନାରେ ମେଟ୍ରୋ ସେବା ବନ୍ଦ ଥିବାବେଳେ ସେପ୍ଟେମ୍ବର 7ରୁ ପୁଣି ମେଟ୍ରୋ ସେବା ଆରମ୍ଭ କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି ।

Hyderabad Metro to resume
ହାଇଦ୍ରାବାଦରେ ମେଟ୍ରୋ ସେବା ପୁନଃଆରମ୍ଭ ନେଇ ତେଲେଙ୍ଗାନା ସରକାରଙ୍କ ଅନୁମତି

ହାଇଦ୍ରାବାଦ: ଆସନ୍ତା ସେପ୍ଟେମ୍ବର 7ରୁ ହାଇଦ୍ରାବାଦରେ ପୁନଃଆରମ୍ଭ ହେବ ମେଟ୍ରୋ ସେବା। କୋରୋନା ମହାମାରୀ କାରଣରୁ ଦୀର୍ଘ 5 ମାସ ହେବ ତେଲେଙ୍ଗାନାରେ ମେଟ୍ରୋ ସେବା ବନ୍ଦ ଥିବାବେଳେ ସେପ୍ଟେମ୍ବର 7ରୁ ପୁଣି ମେଟ୍ରୋ ସେବା ଆରମ୍ଭ କରିବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି ।

ଦେଶରେ ଅନଲକ 4.0 ଲାଗୁ ହେବାପରେ ସରକାର ବହୁ କ୍ଷେତ୍ରରେ କଟକଣା କୋହଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସମସ୍ତ ଭାରତୀୟ ମେଟ୍ରୋର ଏମଡିମାନଙ୍କର ଭିଡିଓ କନଫରେନ୍ସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆଗାମୀ 1-2 ଦିନ ମଧ୍ୟରେ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ମେଟ୍ରୋ ସେବା ପୁନଃ ଚଳାଚଳ ନେଇ ପ୍ରୋଟକଲ ଜାରି କରାଯିବ ।

କୋରୋନାକୁ ଦୃଷ୍ଟିରେ ମେଟ୍ରୋ ଭିତରେ ଏବଂ ଷ୍ଟେସନରେ ସାମାଜିକ ଦୂରତା, ମେଟ୍ରା ସାନିଟାଇଜ, ଭେଣ୍ଟିଲେସନ୍, ଟ୍ରେନରେ ଅଧିକ ସତେଜ ବାୟୁ ପମ୍ପ କରିବା ଏବଂ ଏୟାର କଣ୍ଡିସନର ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯିବ ।

ଏପଟେ ଏହି ବୈଠକ ପରେ ଆସନ୍ତା ସେପ୍ଟେମ୍ବର 7ରୁ ହାଇଦ୍ରାବାଦରେ ମେଟ୍ରୋ ସେବା ପୁନଃଆରମ୍ଭ ହେବା ନେଇ ତେଲେଙ୍ଗାନା ସରକାର ଅନୁମତି ଦେଇଛନ୍ତି । ହାଇଦ୍ରାବାଦ ମେଟ୍ରୋ ସେବା ଭାରତର ଦ୍ବିତୀୟ ବୃହତ୍ତମ ମେଟ୍ରୋ ରେଳ ନେଟୱର୍କ ଅଟେ । ତେବେ କୋରୋନା ମହାମାରୀ ପୂର୍ବରୁ ଏଚଆରଏମଏଲର ପ୍ରତିଦିନ 55ଟି ଟ୍ରେନ୍ ଚଳାଚଳ କରୁଥିଲା । ଯେଉଁଥିରେ ପ୍ରାୟ 4.5 ଲକ୍ଷ ଯାତ୍ରୀ ଯାତାୟତ କରୁଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.