ETV Bharat / bharat

ରାଜୀବଗାନ୍ଧୀ ବିମାନ ବନ୍ଦରକୁ ‘ନ୍ୟାସନାଲ ଏନର୍ଜି ଲିଡର୍‌’ ଆୱାର୍ଡ - ରାଜୀବଗାନ୍ଧୀ ବିମାନ ବନ୍ଦରକୁ ପୁରସ୍କାର

ହାଇଦ୍ରାବାଦ ରାଜୀବଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରକୁ ମିଳିଛି ଦୁଇ ଦୁଇଟି ଆୱାର୍ଡ । କନଫେଡେରେସନ୍ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ‘ନ୍ୟାସନାଲ ଏନର୍ଜି ଲିଡର’ ଓ ‘ଏକ୍ସିଲେଣ୍ଟ ଏନର୍ଜି ଇଫିସେଣ୍ଟ ୟୁନିଟ’ ଭଳି ଦୁଇଟି ଆୱାର୍ଡ ପ୍ରଦାନ କରାଯାଇଛି ।

ରାଜୀବଗାନ୍ଧୀ ବିମାନ ବନ୍ଦରକୁ ‘ନ୍ୟାସନାଲ ଏନର୍ଜି ଲିଡର୍‌’ ଆୱାର୍ଡ

author img

By

Published : Aug 31, 2020, 9:12 AM IST

ହାଇଦ୍ରାବାଦ: ରାଜୀବଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ( ଆରଜିଆଇ)କୁ ନୂଆ ଉପଲବ୍ଧି । ଆରଜିଆଇ ହାତେଇଲା ଦୁଇ ଦୁଇଟି ଆୱାର୍ଡ । କନଫେଡେରେସନ୍ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ‘ନ୍ୟାସନାଲ ଏନର୍ଜି ଲିଡର’ ଓ ‘ଏକ୍ସିଲେଣ୍ଟ ଏନର୍ଜି ଇଫିସେଣ୍ଟ ୟୁନିଟ’ ଭଳି ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି ।

ସିଆଇଆଇ ଓ ଜିବିସି ଦ୍ବାରା ଆୟୋଜିତ 21ତମ ଜାତୀୟ ପୁରସ୍କାରରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ବିମାନବନ୍ଦରକୁ ‘ଏକ୍ସିଲେଣ୍ଟ ଇନ୍ ଏନର୍ଜି ମ୍ୟାନେଜମେଣ୍ଟ’ ପୁରସ୍କାର ମିଳିଛି । ଏହି କାର୍ଯ୍ୟକ୍ରମଟି ଗତ 6ରୁ 28 ତାରିଖ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିଲା ।

ଏନେଇ ଆରଜିଆଇ ବିମାନ ବନ୍ଦରର ସିଇଓ ପ୍ରଦୀପ ପାଣିକର କହିଛନ୍ତି କି, ଏହି ପୁରସ୍କାର ପାଇ ଆମେ ବହୁତ ଖୁସି । ଶକ୍ତି ଉତ୍ସକୁ ସଠିକ୍ ଉପଯୋଗ କରିବାରେ ଆମେ ପ୍ରତିଶୃତିବଦ୍ଧ । ଏହାସହ ସେ ଆହୁରି କହିଛନ୍ତି କି, ଉର୍ଜା ଶକ୍ତିର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଆମେ କାମ କରି ଆସୁଛୁ । GHIALର ବିଜ୍ଞପ୍ତି ଅନୁସାରେ, ଗତ 3 ବର୍ଷ ମଧ୍ୟରେ 4.55 ଏମୟୁ ଉର୍ଜା ସଞ୍ଚୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.