ହାଇଦ୍ରାବାଦ: ତେଲେଙ୍ଗାନାସ୍ଥିତ ହାଇଦ୍ରାବାଦର ଜିଏମଆର ଭାରାଲକ୍ଷ୍ମୀ ଫାଉଣ୍ଡେସନ (ଜିଏମଆରଭିଏଫ) କେନ୍ଦ୍ରରେ 14 ଜଣ ମହିଳା ମିଶି ଗତ ଚାରିମାସ ଧରି ମାସ୍କ ଏବଂ ପିପିଏ କିଟ୍ ତିଆରି କରୁଛନ୍ତି । ବର୍ତ୍ତମାନ ସେମାନେ 30,000 ରୁ ଅଧିକ ମାସ୍କ ଏବଂ 6,000 ପିପିଇ କିଟ୍ ତିଆରି କରିବାରେ ସଫଳ ହୋଇଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ପ୍ରକଳ୍ପ GMRVF ମହିଳାମାନଙ୍କୁ କୋଭିଡ ବିରୋଧରେ ଲଢେଇରେ ସହଯୋଗ କରିବାକୁ ଏକ ସୁଯୋଗ ପ୍ରଦାନ କରୁଥିବାବେଳେ ଏହା ଲକ୍-ଡାଉନ୍ ଏବଂ କୋଭିଡ ଦ୍ବାରା ଆର୍ଥିକ ଅବନତି ସମୟରେ ମଧ୍ୟ ସେମାନଙ୍କ ପରିବାର ପାଇଁ କିଛି ରୋଜଗାର କରିବାରେ ସାହାଯ୍ୟ କରୁଛି ।
"ଆମେ ଗର୍ବିତ ଅନୁଭବ କରୁଛୁ ଯେ GMRVF ର କୁଶଳୀ ମହିଳାମାନେ ପିପିଇ କିଟ ଏବଂ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କ ପାଇଁ ମାସ୍କ ପ୍ରସ୍ତୁତ କରିବାରେ ଆଗେଇ ଆସିଛନ୍ତି । ଏକ ସଂଗଠନ ଭାବରେ ଆମେ ଆମର ସାମାଜିକ ଦାୟିତ୍ବ ପାଇଁ ପ୍ରତିଶୃତିବଦ୍ଧ ଏବଂ ଆନନ୍ଦିତ ଯେ ଆମର ସଶକ୍ତ ମହିଳାମାନେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିପାରୁଛୁ । ଆମର ସ୍ବେଚ୍ଛାସେବୀମାନେ ଏକ ଉତ୍ସର୍ଗୀକୃତ କାରଣ ପାଇଁ ସେବା ଜାରି ରଖିଛନ୍ତି ।'' ବୋଲି ଜିଆଇଏଚଏଏଲ ର ସିଇଓ ପ୍ରଦୀପ ପାନିକର୍ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ।