ହାଇଦ୍ରାବାଦ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜୀବ ଗାନ୍ଧୀ ବିମାନ ବନ୍ଦରରୁ 3 କେଜିର ସୁନା ବିସ୍କୁଟ ଜବତ ହୋଇଛି । ଯାହାର ମୂଲ୍ୟ 1 କୋଟି 11 ଲକ୍ଷ 60 ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଶେଖ ଅବଦୁଲ ସାଜିଦ ନାମକ ବ୍ୟକ୍ତି ଏହି ବିସ୍କୁଟ ନେଇ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ କଷ୍ଟମ ଅଧିକାରୀ ମାନେ ତାଙ୍କୁ ଅଟକାଇ ଥିଲେ ।
ଏହାପରେ ଅବଦୁଲ ଦୌଡି ପଳାଇ ସୁନା ସବୁକୁ ନେଇ ବାଥରୁମ ଭିତରେ ଫୋପାଡି ଦେଇଥିଲା । ଏହାପରେ ପୋଲିସ ତାକୁ ଗିରଫ କରି ପଚରାଉଚରା କରିଥିଲା । ପରେ ଉକ୍ତ ବାଥରୁମରୁ 26ଟି ସୁନା ବିସ୍କୁଟ ଜବତ କରିଥିଲା ।