ETV Bharat / bharat

'ଗଲୱାନ ଘାଟିକୁ ନେଇ ଚୀନର ଦାବିରେ କେନ୍ଦ୍ରକୁ ସ୍ପଷ୍ଟୀକରଣ ଦେବା ଉଚିତ'

author img

By

Published : Jun 21, 2020, 4:39 PM IST

ଗଲୱାନ ଘାଟିକୁ ନେଇ ଚୀନର ଦାବି ଉପରେ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି କଂଗ୍ରେସ ନେତା ହୁସୈନ ଦଲବଇ । ଜାଣନ୍ତୁ ସେ କଣ କହିଛନ୍ତି...

 କଂଗ୍ରେସ ନେତା ହୁସୈନ ଦଲବଇ
କଂଗ୍ରେସ ନେତା ହୁସୈନ ଦଲବଇ

ନୂଆଦିଲ୍ଲୀ: ଗଲୱାନ ଘାଟିକୁ ନେଇ ଚୀନର ଦାବି ଉପରେ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି କଂଗ୍ରେସ ନେତା ହୁସୈନ ଦଲବଇ । ଗଲୱାନ ଘାଟି ଭାରତର ବୋଲି ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଚୀନ ଏହି କ୍ଷେତ୍ରର ଏକ ବୃହତ୍ତ ଭାଗରେ ଅନୁପ୍ରବେଶ କରିଥିବା ଆମେରିକା କହୁଛି । ବାସ୍ତବରେ ଘଟଣା କଣ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

ଗଲୱାନ ଘାଟିରେ ଘଟିଥିବା ଘଟଣାକୁ ନେଇ ହୁସୈନ ଦଲବଇ କହିଛନ୍ତି, 'ଆମର 20 ଜଣ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିନା ସେଠାକୁ କିଏ ପଠାଇଲା ସରକାର ଏହାର ତଦନ୍ତ କରିବା ଉଚିତ । ଘଟଣାର ତଦନ୍ତ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ମୁଁ ଭାବୁଛି ।'

ସରକାର ଏବଂ ସେନାର ସମର୍ଥନରେ ସେ କହିଛନ୍ତି, 'ଚୀନ ମାମଲାରେ ଆମେ ନିଜ ସେନାକୁ ସମର୍ଥନ କରୁଛୁ । ସରକାରଙ୍କ କଠିନ ସ୍ଥିତିରେ ମଧ୍ୟ ଆମେ ସରକାରଙ୍କ ସହ ଅଛୁ । ଦେଶରେ ଉପୁଜିଥିବା ଏଭଳି ଉତ୍ତେଜନାମୁଳକ ପରିସ୍ଥିତିରେ ଆମେ ରାଜନୀତିକୁ ଅଲଗା ରଖୁଛୁ । ସରକାରଙ୍କୁ ଚୀନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଯଦି ଗଲୱାନ ଘାଟିକୁ ନେଇ ଭାରତର ପକ୍ଷ ଠିକ ରହିଛି ତାହେଲେ ପୁରା ବିଶ୍ବ ଭାରତକୁ ସମର୍ଥନ ଦେବ ।'

ତେବେ ନେପାଳ ଦ୍ବାରା ଭାରତୀୟଙ୍କ ପାଇଁ କରାଯାଇଥିବା ନାଗରିକତ୍ବ ଆଇନର ସଂଶୋଧନକୁ ନେଇ କଂଗ୍ରେସ ନେତା ହୁସୈନ ଦଲବଇ କହିଛନ୍ତି, 'ନେପାଳକୁ ଏଭଳି କାମ କରିବା ଉଚିତ ନୁହେଁ । ନେପାଳ ସହ ଆମର ସମ୍ପର୍କ ଗୋଟିଏ ପରିବାରର ସଦସ୍ୟ ଭଳି । ଲୋକଙ୍କୁ ସୀମାପାର ବିବାହ କରିବା ଉଚିତ । ନେପାଳରେ ରହୁଥିବା ଭାରତୀୟଙ୍କ ତୂଳନାରେ ଭାରତରେ ଅଧିକ ନେପାଳି ନାଗରିକ ଅଛନ୍ତି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.