ରାଞ୍ଚି: କୋରୋନା ମହାମାରୀ କାରଣରୁ ଧାର୍ମିକ ସ୍ଥଳରେ ଲୋକଙ୍କ ସମାଗମକୁ ସରକାର ତଥା ପୋଲିସ ପ୍ରଶାସନ ନିଷେଧ କରିଥିବା ସତ୍ତ୍ବେ ରାମଗଡ଼ ଥାନା କ୍ଷେତ୍ରର ନଇ ସରାୟ ମସଜିଦରେ ବକରୀ ଇଦ୍ ଦିନ ସକାଳୁ ନମାଜ ପାଇଁ ଏକାଠି ହୋଇଥିଲେ ଶହ ଶହ ଲୋକ ।
ସୂଚନାଯୋଗ୍ୟ ଯେ ରାମଗଡ଼ ଉପାୟୁକ୍ତ ଓ ପୋଲିସ ଅଧୀକ୍ଷକ ଲୋକଙ୍କୁ ଅପିଲ ମଧ୍ୟ କରିଥିଲେ ଯେ ନିଜ ନିଜ ଘରେ ରହି ନମାଜ ପାଠ କରନ୍ତୁ । ଏହା ସତ୍ତ୍ବେ ମୁସଲମାନ ସମ୍ପ୍ରଦାୟର ଅନେକ ଲୋକ ସରାୟସ୍ଥିତ ମସଜିଦରେ ପହଞ୍ଚି ନମାଜ ପାଠ କରିଥିଲେ । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ବହୁ ସଂଖ୍ୟାରେ ଲୋକ ମସଜିଦରେ ପହଞ୍ଚିଥିଲେ । ତେବେ ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ମସଜିଦରୁ ବାହାର କରିବାକୁ ଚେଷ୍ଟା କରିଥିଲା କିନ୍ତୁ ନମାଜ ପାଠ ନସରିବା ଯାଏଁ କେହି ମସଜିଦରୁ ବାହାରି ନଥିଲେ । ପୋଲିସ ଅନେକ ସମୟ ଧରି ଅନୁରୋଧ କରିବା ପରେ ଲୋକ ବାହାରକୁ ବାହାରିଥିଲେ । ତେବେ ପୋଲିସ ଦ୍ବାରା ଶାନ୍ତି କମିଟି ବୈଠକରେ ଅପିଲ କରିବା ପରେ ଲୋକେ ଏକତ୍ରିତ ହେବା ନିଶ୍ଚିତ ଭାବରେ ଏକ ଚିନ୍ତା ଜନକ ବିଷୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ