ETV Bharat / bharat

5ଜି ଦୁନିଆରେ ଡେବ୍ୟୁ କଲା ଏଚଟିସି - HTC company

ଏଚଟିସି ନିଜର 2ଟି 5ଜି ସ୍ମାର୍ଟଫୋନ୍ ବାହାର କରିଛି । ଉଭୟ ଫୋନ୍ ପ୍ରଥମେ ତାଇୱାନ ମାର୍କେଟରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

5ଜି ଦୁନିଆରେ ଡେବ୍ୟୁ କଲା ଏଚଟିସି
5ଜି ଦୁନିଆରେ ଡେବ୍ୟୁ କଲା ଏଚଟିସି
author img

By

Published : Jun 17, 2020, 9:43 AM IST

ହାଇଦ୍ରାବାଦ: ତାଇୱାନର ସ୍ମାର୍ଟଫୋନ୍ କମ୍ପାନୀ ଏଚଟିସି ଶେଷରେ 5ଜି ଦୁନିଆରେ ପ୍ରବେଶ କରିଛି । ନିଜର ନୂଆ ଫୋନ୍ ଲଞ୍ଚ କରି 5ଜି ୱାର୍ଲଡରେ ଡେବ୍ୟୁ କରିଛି । ନିଜର ପ୍ରଥମ 5ଜି ସେଟ୍ ଏଚଟିସି ୟୁ20 ରିଲିଜ କରିଛି କମ୍ପାନୀ ।

ଏଚଟିସି ଏହାସହ ନିଜର ଅନ୍ୟ ଏକ ଫୋନ୍ ଡିଜାୟାର୍ ପ୍ରୋ 20 ବାହାର କରିଛି । ଉଭୟ ଫୋନ୍ ପ୍ରଥମେ ତାଇୱାନ ମାର୍କେଟରେ ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହାକୁ ଆମେିରକା ଓ ୟୁରୋପ ସମେତ ଭାରତୀୟ ମାର୍କେଟରେ ଲଞ୍ଚ ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଏଚଟିସି ୟୁ20 5ଜିର 6.8 ଇଞ୍ଚ ଏଚଡି ଏଲସିଡି ଡିସପ୍ଲେ ରହିଛି । ସେହିପରି 32 ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ଯାହା ଯୁବପିଢିଙ୍କୁ ଅଧିକ ଉତ୍ସାହିତ କରିବ । ଏହାର ଫିଙ୍ଗରପ୍ରିଣ୍ଟ ସେନସେର ପଛ ପଟେ ଥିବାବେଳେ କ୍ବାଡ୍ କ୍ୟାମେରା ସେଟିଙ୍ଗ ରହିଛି ।

ସ୍ମାର୍ଟଫୋନର କ୍ବାଲକୋମ୍ ସ୍ନାପଡ୍ରାଗନ୍ 765ଜି ପ୍ରୋସେସର ରହିବା ସହ 8 ଜିବି ରାମ୍ ଏବଂ 265 ଜିବି ଷ୍ଟୋରେଜ କ୍ଷମତା ଅଛି । ପ୍ରୋ 20ରେ ସମାନ କ୍ବାଲିଟି ଥିବାବେଳେ ଡିସପ୍ଲେ ସାମାନ୍ୟ ଛୋଟ ରହିଛି । କ୍ବାଲକୋମ୍ ସ୍ନାପଡ୍ରାଗନ୍ 665 ପ୍ରୋସେସର ଦ୍ବାରା ଏହା କାର୍ଯ୍ୟକାରୀ ହେଉଛି । ଏହାର 6 ଜିବି ରାମ୍ ଏବଂ 128 ଜିବି ଫୋନ୍ ମୋମୋରୀ ରହିଛି । ଉଭୟ ଫୋନ୍ କମ୍ପାନୀର ପ୍ରଥମ 5ଜି ସେଟ୍ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.