ETV Bharat / bharat

ଭାରତରେ ଆୟୋଜିତ ହେବ 'ହାୱଡି ଟ୍ରମ୍ପ'!

author img

By

Published : Jan 18, 2020, 5:39 PM IST

ଗତବର୍ଷ ନଭେମ୍ବରରେ ଆମେରିକାରେ ଆୟୋଜିତ ହୋଇଥିବା ‘ହାୱଡି ମୋଦି’ କାର୍ଯ୍ୟକ୍ରମ ଭଳି ଭାରତରେ ମଧ୍ୟ ଏକ ବଡ କାର୍ଯ୍ୟକ୍ରମ ହୋଇପାରେ। ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

modi-trump
ମୋଦି-ଟ୍ରମ୍ପ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ହେବାକୁ ନିର୍ବାଚନରେ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଏକ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ସେ ଦୃଷ୍ଟିରୁ ପ୍ରବାସୀ ଭାରତୀୟଙ୍କ ଭୋଟ ହାତେଇବା ପାଇଁ ଟ୍ରମ୍ପ ଏବେ ବଡ ଯୋଜନା ଆରମ୍ଭ କରିଛନ୍ତି।

ଗତବର୍ଷ ନଭେମ୍ବରରେ ଆମେରିକାରେ ଆୟୋଜିତ ହୋଇଥିବା ‘ହାୱଡି ମୋଦି’ ଭଳି ଭାରତରେ ମଧ୍ୟ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ଯେଉଁଥିରେ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଯୋଗ ଦେଇପାରନ୍ତି ।

ଯଦି ଏହା ହୁଏ ତାହେଲେ ଏହା ସ୍ପଷ୍ଟ ଯେ, ରାଷ୍ଟ୍ରପତି ନିର୍ବାଚନରେ ପ୍ରବାସୀ ଭାରତୀୟଙ୍କ ଭୋଟ ହାତେଇବା ପାଇଁ ଭାରତରେ ଏକ ପ୍ରକାର ପ୍ରଚାର କରିବେ ଡୋନାଲ୍ଡ ଟ୍ରମ୍ପ । ‘ହାୱଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି 'ଅବକି ବାର ଟ୍ରମ୍ପ ସରକାର' ନାରା ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାୱଡି ମୋଦି’ କାର୍ଯ୍ୟକ୍ରମ ସଫଳ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ, ବିଜେପିର ଗଡ କୁହାଯାଉଥିବା ଗୁଜୁରାଟରରେ ଏହି କାର୍ଯ୍ୟକ୍ରମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମ ଅହମ୍ମଦାବାଦରେ ଆୟୋଜିତ ହୋଇପାରେ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଫେବୃଆରୀରେ ଆସି ପାରିନ୍ତି। ଯଦି ସେ ଭାରତ ଗସ୍ତରେ ଆସନ୍ତି ନୂଆଦିଲ୍ଲୀ ବ୍ୟତୀତ ଅହମ୍ମଦାବାଦ ମଧ୍ୟ ଯାଇପାରନ୍ତି। ଯେଉଁଠି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମରେ ପିଏମ ମୋଦି ମଧ୍ୟ ସାମିଲ ହୋଇପାରନ୍ତି।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.