ଲକ ଡାଉନ ସମୟରେ ବର୍ତ୍ତମାନ ପ୍ରାୟ ଲୋକ ୱାର୍କ ଫ୍ରମ ହୋମ କରୁଛନ୍ତି। କିନ୍ତୁ ଅଧିକାଂଶ ସମୟରେ ଦେଖାଯାଏ ଘରେ କାମ କରିବାର ମାହୋଲ ନିଜ ଭିତରେ ଆପଣ ଆଣି ପାରନ୍ତି ନାହିଁ । ଫଳରେ କାମରେ ମନ ଲାଗିନଥାଏ। ବିଭିନ୍ନ ପ୍ରକାର ଭୂଲ ହୋଇଥାଏ। ତେଣୁ ଘରେ କିପରି ଆପଣ ନିଜକୁ ଅଫିସ ଭଳି କାମ କରିବ ମୋଡ କରିବେ ଆସନ୍ତୁ ଜାଣିବା ।
ଅନ୍ୟଦିନ ଭଳି ୱାର୍କ ଫ୍ରମ ହୋମ ସମୟରେ ମଧ୍ୟ ନିଜ ନିତ୍ୟକର୍ମ ସାରି ଗାଧୋଇବା ପରେ ଅଫିସର ପୋଷାକ ପିନ୍ଧନ୍ତୁ । ଗୋଟିଏ ସ୍ଥାନରେ ଟେବୁଲ ଚେୟାରେ ବସନ୍ତୁ ।
- ଡେଲି ରୁଟିନ ବ୍ୟବହାର କରନ୍ତୁ ।ଯାହା ଦ୍ବାରା ଆପଣ ଠିକ ସମୟରେ କାମ କରିପାରିବେ ।
- ପ୍ରତିଦିନ ସମାନ ସମୟରେ ରେଡି ହୁଅନ୍ତୁ।
- ଜଳଖିଆ ପରେ ଯେମିତି ଅଫିସରେ କାମ କରନ୍ତି ଘରେ ମଧ୍ୟ ସେପରି କରନ୍ତୁ ।
- ସର୍ବଦା ପରିବାର ଅନ୍ୟ ସଦସ୍ୟଙ୍କ ଠାରୁ କିଛି ଦୂରରେ ରୁହନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ପର୍ସନାଲ ଲାଇଫ କାମ ଭିତରେ ନଆସେ ।
- ଯଦି ଆପଣ ବ୍ୟକ୍ତିଗତ ମେସେଜ କିମ୍ବା କଲ କରିବା ପାଇଁ ଚାହାନ୍ତି ତେବେ କାମ କରୁଥିବା ସ୍ଥାନରୁ ଉଠି କିଛି ସମୟ ବ୍ରେକ ନିଅନ୍ତୁ ।
- ବ୍ରେନ ଆଣ୍ଡ କମ୍ପାନୀ ଅନୁସାରେ, ୱାର୍କ ଫର୍ମ ହୋମ ସମୟରେ ବ୍ରେକ ନେବା ନିତାନ୍ତ ଜରୁରୀ ।
କାମ କରିବା ପାଇଁ କେବଳ ଗୋଟିଏ ଛୋଟ ରୁମ ବ୍ୟବହାର କରନ୍ତୁ । ଉପରୋକ୍ତ ଟିପ୍ସ ଉପରେ ଧ୍ୟାନ ଦେଇ ସମୟାନୁବର୍ତ୍ତୀ ହୋଇ କାମ କଲେ ଆପଣଙ୍କ ଦିନରେ ଥିବା ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚି ପରିବେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ