ETV Bharat / bharat

ଜିଲ୍ଲାପାଳ ସାଜିଲେ ଡ଼ାକ୍ତର, ମାଓ ଅଞ୍ଚଳରେ ନିର୍ମାଣ କଲେ ଉନ୍ନତ ଚିକିତ୍ସାଳୟ

ବସ୍ତର ଠାରୁ ବିଜାପୁର ସ୍ବାସ୍ଥ୍ୟ ସେବାର ବହୁ ଦୂରରେ । ଗର୍ଭବତୀ ମା ନିଜ ଶିଶୁକୁ ଜନ୍ମ ନଦେଇପାରି ଅକାଳରେ ଜୀବନ ହାରୁଥିବାବେଳେ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ନପାଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଥାଏ । ଆଉ ଚିକିତ୍ସା ଟିକିଏ ପାଇବାକୁ ହେଲେ  ନକ୍ସଲ ଅଞ୍ଚଳର  160 କିମି ଅତିକ୍ରମ  କଲାପରେ ପଡ଼ୋଶୀ ଜଗଦଲ୍ଲପୁର ଯିବାକୁ ପଡେ । ଆଉ ଏସବୁର ପୂର୍ଣ୍ଣଛେଦ ପକାଇଛନ୍ତି ଜିଲ୍ଲାପାଳରୁ ଡାକ୍ତର ସାଜିଥିବା ଅୟାଜ ତମ୍ବୋଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
author img

By

Published : Jun 9, 2019, 7:35 AM IST

ରାୟପୁର: ଘନ ଜଙ୍ଗଲ ଆଉ ପାହାଡ଼ ଘେରା ପରିବେଶ । ଚତୁପାର୍ଶ୍ବରେ ଆଚ୍ଛାଦିତ 6500 କିମି ବିଶିଷ୍ଟ ଅରଣ୍ୟ । ଦିନ ଦ୍ବିପହରରେ ଏଠାରେ ଚିତାବାଘର ଚିତ୍କାର ଯେତିକି ଭୟାନକ ତାହାଠୁ ଅଧିକ ଆତଙ୍କ ରଚାଏ ମାଓବାଦୀଙ୍କ କାର୍ଯ୍ୟକଳାପ । ଦେଶର 115 ଅପହଞ୍ଚ ଓ ଉପାନ୍ତ ଜିଲ୍ଲା ମଧ୍ୟରୁ ଛଟିଶଗଡ଼ର ବସ୍ତର ଜିଲ୍ଲା ପ୍ରମୁଖ ।

ବସ୍ତର ଠାରୁ ବିଜାପୁର ସ୍ବାସ୍ଥ୍ୟ ସେବାର ବହୁ ଦୂରରେ । ଗର୍ଭବତୀ ମା ନିଜ ଶିଶୁକୁ ଜନ୍ମ ନଦେଇପାରି ଅକାଳରେ ଜୀବନ ହାରୁଥିବାବେଳେ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ନପାଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଥାଏ । ଆଉ ଚିକିତ୍ସା ଟିକିଏ ପାଇବାକୁ ହେଲେ ନକ୍ସଲ ଅଞ୍ଚଳର 160 କିମି ଅତିକ୍ରମ କଲାପରେ ପଡ଼ୋଶୀ ଜଗଦଲ୍ଲପୁର ଯିବାକୁ ପଡେ ।

ତେଲେଙ୍ଗାନା ଓ ମହାରାଷ୍ଟ ସୀମାର ଦକ୍ଷିଣପ୍ରାନ୍ତରେ ଅବସ୍ଥିତ ବସ୍ତର । ତାହା ସହକୁ ବିଶାଳ ଜଙ୍ଗଲ ଘେରା ହୋଇଥିବାରୁ ଏହା ନକ୍ସଲ ମାନଙ୍କ ଏକପ୍ରକାର ଆଡ୍ଡାସ୍ଥଳୀ । ଯେଉଁ ଡା଼କ୍ତରକୁ ବି ନିଯୁକ୍ତି କରାଯାଏ ଜିଲ୍ଲା ଚିକିତ୍ସାଳୟରେ ସେମାନେ ଭୟରେ କାର୍ଯ୍ୟରୁ ନିବୃତ୍ତ ରୁହନ୍ତି । କିନ୍ତୁ ଏସବୁ ଆଶା, ଆକାଂକ୍ଷା ଓ ଉପରୁ 2016 ମସିହାରେ ପରଦା ଉଠିଥିଲା । ଯେବେ ଜିଲ୍ଲାକୁ ଜଣେ ନୂଆ ଜିଲ୍ଲାପାଳ ମିଳିଥିଲା । 2009 ମସିହାର ଆଇଏଏସ ଅଧିକାରୀ ଅୟାଜ ତମ୍ବୋଲି ନିଜେ ଜଣେ ଡ଼ାକ୍ତର ହୋଇଥିବା ସତ୍ତ୍ବେ ବସ୍ତର କଲେକ୍ଟର ଭାବରେ ନିଯୁକ୍ତି ପାଇଥିଲେ । ଖୁବ କମ୍ ଦିନରେ ଜିଲ୍ଲାର ସମସ୍ୟା ସମ୍ବନ୍ଧରେ ବୁଝିବା ସହିତ ନିଜ ବୃତ୍ତି ସହ ଡାକ୍ତରୀ କାମ ଆରମ୍ଭ କରିଥିଲେ ।

ପ୍ରଥମ ପଦକ୍ଷେପରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଜରିଆରେ ଆରମ୍ଭ କରିଥିଲେ ଜିଲ୍ଲା ଚିକିତ୍ସାଳୟ । ଏହି ହସପିଟାଲରେ ଅପରେସନ ଗୃହ, ଆଇସିୟୁ, ବ୍ଲଡ ବ୍ୟାଙ୍କ୍ ସହିତ 150 ରୋଗୀଙ୍କ ପାଇଁ ବେଡର ବ୍ୟବସ୍ଥା କରିଛନ୍ତି । ପ୍ରଶିକ୍ଷିତ ଡାକ୍ତରଙ୍କ ସମେତ ବିଶେଷଜ୍ଞ ଟିମ ଓ ପାରାମେଡ଼ିକାଲ ଷ୍ଟାଫକୁ ମଧ୍ୟ ନିଯୁକ୍ତ କରିଛନ୍ତି ଜିଲ୍ଲାପାଳ ଅୟାଜ । ଫଳରେ ବିଜାପୁର ମେଡ଼ିକାଲ ଚିକିତ୍ସା କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବା ସହ ଜାତୀୟ ସ୍ବାସ୍ଥ୍ୟ ଯୋଜନାରେ ପୁରସ୍କୃତ ମଧ୍ୟ ହୋଇଛି । ଏହା କେବଳ ଜିଲ୍ଲାପାଳ ଅୟାଜ ତମ୍ବୋଲିଙ୍କ ପାଇଁ ସମ୍ଭବପର ବୋଲି କହିଛନ୍ତି ବସ୍ତରବାସୀ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.