ETV Bharat / bharat

ଫାଷ୍ଟଟ୍ରାକ କୋର୍ଟରେ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା, ଶୀଘ୍ର ମିଳିବ ତ ନ୍ୟାୟ ?

ହାଇଦ୍ରାବାଦ ମହିଳା ପଶୁ ଚିକିତ୍ସକ ଗଣଦୁଷ୍କର୍ମ ମାମଲାରେ ତ୍ବରିତ ହେବକି ବିଚାର । ଏହି ମାମଲା ଫାଷ୍ଟଟ୍ରାକ କୋର୍ଟକୁ ହସ୍ତାନ୍ତର କରାଯିବା ପରେ ଶିଘ୍ର ମାମଲାର ଶୁଣାଣି ପାଇଁ ଆଶା ସଞ୍ଚାର ହୋଇଛି ।

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା
ଡିଜାଇନ ଫଟୋ
author img

By

Published : Dec 5, 2019, 10:44 PM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଖେଳିଯାଇଛି ଆଲୋଡନ । ଚାରିଆଡେ ଜଳୁଛି ଅସନ୍ତୋଷର ନିଆଁ । ନିର୍ଭୟା ଘଟଣା ପରେ ଏହି ଘଟଣା ପ୍ରତ୍ୟେକ ଭାରତୀୟଙ୍କ ମନରେ ସଞ୍ଚାର କରିଛି ଭୟ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଦୁଷ୍କର୍ମକାରୀକୁ କେବେ ମିଳିବ ଦଣ୍ଡ ? ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡବିଧାନ କରିବା ପାଇଁ ସବୁ ମହଲରୁ ଦାବି ଜୋର ଧରିଛି ।

ଏହି ସମ୍ବେଦନଶୀଳ ମାମଲାର ତୁରନ୍ତ ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟକୁ ହସ୍ତାନ୍ତର କରାଯାଇଛି । ମହାଦୁବନଗର ଜିଲ୍ଲା ଦୌରାଜଜଙ୍କ ଅନୁମତି କ୍ରମେ ଫାଷ୍ଟ ଟ୍ରାକ୍ କୋର୍ଟ ବର୍ତ୍ତମାନ ମାମଲାର ଶୁଣାଣି କରିବେ । ଫାଷ୍ଟଟ୍ରାକ କୋର୍ଟକୁ ମାମଲା ହସ୍ତାନ୍ତର ପରେ ତ୍ବରିତ ମାମଲାର ଶୁଣାଣି ହେବା ନେଇ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି ।

ଫାଷ୍ଟଟ୍ରାକ କୋର୍ଟରେ ଶୀଘ୍ର ମିଳିବ ତ ନ୍ୟାୟ ?

ଫାଷ୍ଟଟ୍ରାକ କୋର୍ଟକୁ ମାମଲା ହସ୍ତାନ୍ତର ହେବା ପରେ କ’ଣ ଶିଘ୍ର ନ୍ୟାୟ ମିଳେ । ଏ ପ୍ରଶ୍ନ ସଭିଁଙ୍କ ମନରେ ଆସିବା ସ୍ବାଭାବିକ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଫାଷ୍ଟଟ୍ରାକ କୋର୍ଟରେ ଗୋଟେ ଗୋଟେ ମାମଲାର ଶୁଣାଣି ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ । ତେଲେଙ୍ଗାନାରେ 12 ପ୍ରତିଶତ ମାମଲାର ଶୁଣାଣି ପାଇଁ 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଛି ।

ଜମ୍ମୁ କାଶ୍ମୀର ଓ ମଧ୍ୟପ୍ରଦେଶରେ ଫାଷ୍ଟଟ୍ରାକ କୋର୍ଟରେ ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ଶୀର୍ଷରେ ଥିବାବେଳେ ବିହାର ଓ ତେଲେଙ୍ଗାନା ଏହି ମାମଲାରେ ନିମ୍ନରେ ଅଛନ୍ତି । ସେହିପରି ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ସାରା ଦେଶରୁ ସର୍ବମୋଟ 6 ଲକ୍ଷରୁ ଅଧିକ ମାମଲା ଫାଷ୍ଟଟ୍ରାକ କୋର୍ଟକୁ ହସ୍ତାନ୍ତର କରାଯାଇଛି । ସେଥିରୁ ଉତ୍ତର ପ୍ରଦେଶର ମାମଲା ସର୍ବାଧିକ ରହିଛି ।

2017 ନ୍ୟାସନାଲ କ୍ରିମିନାଲ ଷ୍ଟାଟିଷ୍ଟ୍ରିକ ବ୍ୟୁରୋ ରିପୋର୍ଟ ଅନୁସାରେ, 12 ପ୍ରତିଶତ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ କୋର୍ଟକୁ 10 ବର୍ଷରୁ ଅଧିକ ସମୟ ଲାଗିଛି । ବିହାରରେ ଏକ ତୃତୀୟାଶଂ ମାମଲାର ଶୁଣାଣି ପାଇଁ 10 ବର୍ଷ ଲାଗିଛି ।

ନିର୍ଭୟା କାଣ୍ଡ ପରେ ସରକାର ସାରା ଦେଶରେ 1023ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଘୋଷଣା କରିଥିଲେ ବି ବର୍ତ୍ତମାନ ରହିଛି ମାତ୍ର 581ଟି କୋର୍ଟ । ବଡକଥା ହେଉଛି କୋର୍ଟରେ କର୍ମଚାରୀ ଅଭାବ ମଧ୍ୟ ଲାଗି ରହିଛି ।

ତ୍ବରିତ ନ୍ୟାୟ ପାଇଁ ଫାଷ୍ଟଟ୍ରାକ କୋର୍ଟ ଗଠିତ ହୋଇଥିଲେ ବି କିଛି ମାମଲାର ଶୁଣାଣି 10ରୁ ଅଧିକ ସମୟ ଲାଗିବା ଏକ ଚିନ୍ତାଜନକ ବିଷୟ । ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ କେବେ ନ୍ୟାୟ ମିଳିବ ତାହାକୁ ସମସ୍ତଙ୍କୁ ଅପେକ୍ଷା ।

Intro:Slug-- ମଦ୍ୟପ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ
Reporter :Gyanaranjan ojha
Anchor : ଶିକ୍ଷାଦାନ ବଦଳରେ ଛାତ୍ର ଛାତ୍ରୀଙ୍କୁ ମଦ୍ୟପ ଶିକ୍ଷକଙ୍କ ରାସ୍ତା ଉପରେ କଙ୍ଗାରୁ କୋର୍ଟ। ଏଭଳି ଅଭାବନୀୟ ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ସଂପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟନ୍ତର କରିଛନ୍ତି ସୁକିନ୍ଦା ବିଇଓ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଂଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ। ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷିତ ସ୍କୁଲ ମାନଙ୍କରେ କୋମଳମତି ଘଟଣାରୁ ପ୍ରକାଶ ଯେ, ସବୁଦିନ ଭଳି ଗତକାଲି ସମ୍ପୃକ୍ତ ଶିକ୍ଷକ ମକରନ୍ଦ ମହାନ୍ତ ସ୍କୁଲକୁ ବିଳମ୍ବରେ ଆସିଥିଲେ। ଛାତ୍ର ଛାତ୍ରୀ ମାନେ ଏହାର ପ୍ରତିବାଦ କରିବାରୁ ମକରନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ସମ୍ମୁଖରେ ରାସ୍ତା ଉପରେ ଆଣ୍ଠେଇ ଦେଇଥିଲେ। ଗ୍ରାମବାସୀ ମାନେ ଏହାର ବିରୋଧ କରିବାରୁ ସମ୍ପୃକ୍ତ ମଦ୍ୟପ ଶିକ୍ଷକ ମୋ ଫୋଟୋ ଉଠା ବୋଲି କହି ରାସ୍ତା ଉପରେ ପିଲାମାନଙ୍କ ସହ ବସିଯାଇଥିଲେ। ତେବେ ସୁକିନ୍ଦାର ଏହି ଖଣି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗ୍ରାମବାସୀ ମାନେ ତୀବ୍ର ସମାଲୋଚନା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଏଠାରୁ ବିଦା କରିବାକୁ ଦାବି କରିଛନ୍ତି।
Bite- ମକରନ୍ଦ ମହାନ୍ତ, ଅଭିଯୁକ୍ତ ଶିକ୍ଷକ
Bite-- ମାଜିଆ ଟୁଡୁ, ୱାର୍ଡ ମେମ୍ବର 12 ନମ୍ବର
Bite-- ମୋହନ ମୁର୍ମୁ, ଗ୍ରାମବାସୀ
Bite-- ବଇଲୋଚନା ହୋତା, ପ୍ରଧାନ ଶିକ୍ଷକBody:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.