ମୁମ୍ବାଇ: ମହାରାଷ୍ଟ୍ରର 'ଧାରାବି' ଏସିଆର ସର୍ବବୃହତ ବସ୍ତି । କିଛିଦିନ ତଳେ ମୁମ୍ବାଇର କୋରୋନା ହଟସ୍ପଟ ପାଲଟିଥିଲା ଧାରାବି । କିନ୍ତୁ ଗତ ମାସରୁ ଏହି ଅଞ୍ଚଳରୁ ପଜିଟିଭ ମାମଲା ଓ ମୃତ୍ୟୁହାର ବେଶ୍ ତଳକୁ ଖସିଯାଇଛି ।
ତେବେ ଏହି ସଫଳଳା ପଛରେ ହାତ ରହିଛି ନଗରପାଳିକା, ସ୍ବାସ୍ଥ୍ୟକର୍ମୀ ଓ ବେସରକାରୀ ସଙ୍ଗଠନର । ସମସ୍ତଙ୍କ ମିଳିତ ପ୍ରୟାସରେ ଆକ୍ରାନ୍ତମାନଙ୍କୁ ତୁରନ୍ତ କ୍ବାରେଣ୍ଟିନ କରିବା ସହ କଣ୍ଟାକ୍ଟ ଟ୍ରେସିଂ ଜୋରସୋରରେ କରିଥିଲେ । ଯାହାର ସୁଫଳ ବର୍ତ୍ତମାନ ଦେଖିବାକୁ ମିଳୁଛି । ଏହି ସଫଳତା ପାଇଁ ବିଏମସିର ପ୍ରସଂଶା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟ । ଏହାପରେ ଦିଲ୍ଲୀ ସମେତ ଅନେକ ରାଜ୍ୟ ଧାରାବିର ସଫଳତାର ରହସ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି ।
ପ୍ରାୟ 10ଲକ୍ଷ ଲୋକ ରହୁଥିବା ଧାରାବି ବସ୍ତିରେ ସାମାଜିକଦୂରତା ଅବଲମ୍ବନ କରିବା କାଠିକାର ପାଠ ଥିଲା । ପ୍ରଥମେ ବସ୍ତିରେ ରହୁଥିବା ଲୋକମାନେ କୋରୋନା ଲକ୍ଷଣ ସମ୍ପର୍କରେ ସୂଚନା ଦେବାକୁ ଡରୁଥିଲେ । କିନ୍ତୁ ମୁମ୍ବାଇ ପୌରପରିଷଦ ନିଜର ଡାକ୍ତର ମାନେ ପାରିବାରିକ ଡାକ୍ତର ଙ୍କ ସହାୟତାରେ ସେମାନଙ୍କ ନିକଟରେ ପହଞ୍ଚିବ ବୋଲି ନିଷ୍ପତି ନେଇଥିଲା ।
ସେହି ପାରିବାରିକ ଡାକ୍ତରମାନେ ଲୋକଙ୍କ ଠାରୁ ବହୁତ କମ ଫିସ୍ ନେଉଥିଲେ । ସେମାନଙ୍କ ବିଶ୍ବାସ ଜିଣିବା ପାଇଁ ଲୋକଙ୍କ ନିକଟତର ହେଉଥିଲେ । ତେବେ କୋଭିଡ-19ର ଟେଷ୍ଟିଙ୍ଗ ପାଇଁ 'ଫିଭର କ୍ଲିନିକ'ର ସ୍ଥିପାତ କରାଯାଇଥିଲା । ସେଠାରେ କୋରୋନା ସନ୍ଦିଗ୍ଧଙ୍କ ଯାଞ୍ଚ କରାଯିବା ସହ କଣ୍ଟାକ୍ଟ ଲିଷ୍ଟ ପ୍ରସ୍ତୁତ କରାଯାଉଥିଲା ।
ଇଟିଭି ଭାରତକୁ ଡାକ୍ତର ଅନିଲ ପଚନେକର ଧାରାବି ମିଶନକୁ ନେଇ କହିଛନ୍ତି ଯେ, ପ୍ରାୟ ଗୋଟିଏ ସପ୍ତାହରେ 47,500ଲୋକଙ୍କ ଡୋର ଟୁ ଡୋର ଯାଇ ସ୍କ୍ରିନିଙ୍ଗ କରାଯାଇଛି । ସେମାନଙ୍କ ମଧ୍ୟରୁ 1100 ଲୋକଙ୍କୁ କ୍ବାରଣ୍ଟାଇନ କେନ୍ଦ୍ରକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ 150ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଦେଶବ୍ୟାପୀ ତାଲାବନ୍ଦୀ ହେବାପରେ 4ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ନିଜର ଘରକୁ ଫେରି ଯାଇଥିଲେ । ଫଳରେ ସେଠାରେ ଭିଡ ପ୍ରାୟ କମ ହୋଇଯାଇଥିଲା ।
ପରେ ପରେ ବିଏମସି ପ୍ରଶାସନ ଫିବର କ୍ଲିନିକରେ କୋରୋନା ପରୀକ୍ଷଣ ସଂଖ୍ୟା ବୃଦ୍ଧି କରିବା ସହ ଡୋର ଡୁ ଡୋର ସର୍ଭେ କରିବା ଓ ଉଚିତ ସଙ୍ଗରୋଧ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଥିଲା । ଏଥିସହ ସେହି ଅଞ୍ଚଳରେ ସାନିଟାଇଜେସନ ଓ ମାସ୍କର ବ୍ୟବହାର ଉପରେ ଅଧିକ ଧ୍ୟାନ ଦେଇଥିଲେ ।
ବିଏମସିର ଡେପୁଟି ମ୍ୟୁନସିପାଲ କମିଶନର କିରଣ ଦିଘାବକର କହିଛନ୍ତି ଯେ, ବିଏମସି ଅଧିକ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ମୋବାଇଲ ଭ୍ୟାନରେ ନିୟୋଜିତ କରିଥିଲା । ଧାରିବିର ସଙ୍ଗରୋଧ କେନ୍ଦ୍ର ଧାରାବି ଅଞ୍ଚଳରେ ହିଁ ସ୍ଥିପାତ କରାଯାଇଥିଲା । ଫଳରେ ଲୋକେ ନିଜକୁ ସୁରକ୍ଷିତ ମନେ କରିଥିଲେ ।
ଚିକିତ୍ସା ପାଇଁ ବସ୍ତି ବାସିନ୍ଦାଙ୍କୁ ଦୂରକୁ ଯିବାକୁ ପଡିଲା ନାହିଁ । ବିଏମସି ପକ୍ଷରୁ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପାଇଁ 21,000 ଖାଦ୍ୟ ପ୍ୟାକେଟ ବିତରଣ କରୁଥିଲେ । କାରଣ ସେମାନଙ୍କୁ ଭୋଜନ ପାଇଁ ବାହାରକୁ ଯେପରି ନପଡେ । ଏଥିସହ ସେମାନଙ୍କ ଅନ୍ୟ ଅବଶ୍ୟକତା ସେବାର ମଧ୍ୟ ଧ୍ୟାନ ଦିଆଯାଉଥିଲା ।
ସିନିୟର ପୋଲିସ ଇନିସପେକ୍ଟର ରମେଶ ନାଙ୍ଗର କହିଛନ୍ତି ଯେ, ସରକାରୀ ଓ ବେସରକାରୀ ସଙ୍ଗଠନ ଏହି ମିଶନରେ ସାମିଲ ହୋଇଥିଲେ । ଏଥିସହ ସ୍ଥାନୀୟ ପୋଲିସଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ରହିଥିଲା । ଧାରାବି ଅଞ୍ଚଳରେ ସର୍ବଦା ପୋଲିସଙ୍କୁ ମୁତୟନ କରାଯାଇଥିଲା ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ସେଠାକାର ଅଞ୍ଚଳବାସୀ ବି ତୁଲାଇଛନ୍ତି । ଲୋକଙ୍କ ବିଶ୍ବାସ ଜିଣିବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂର ଅପେକ୍ଷାକୃତ ସହଜ ହୋଇ ପଡିଲା । କିନ୍ତୁ ଏହି ମିଶନ ସମୟରେ ପ୍ରାୟ 33 ପୋଲିସକର୍ମୀ ସଂକ୍ରମିତ ହୋଇଥିଲେ । ବିଡମ୍ବନାର ବିଷୟ ଯେ, ଏହି ମିଶନରେ ଜଣେ ଅଧିରକାରୀ କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିଲେ ।
ଏହି ସମସ୍ତ ପ୍ରୟାସ ଶେଷରେ ଧାରାବୀରେ କୋରୋନା ଭାଇରାସର ସଂକ୍ରମଣକୁ ହ୍ରାସ କରିବାରେ ସାହାଯ୍ୟ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ