ETV Bharat / bharat

କୋଭିଡ-୧୯ ପରେ ଦୁର୍ବଳ ହୋଇଛି ଭାରତର ପୋଷଣ କାର୍ଯ୍ୟକ୍ରମ

ଭାରତ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍ ରେ ପ୍ରବେଶ କରିସାରିଛି । କିନ୍ତୁ ପୋଷଣ କାର୍ଯ୍ୟକ୍ରମ କୋରୋନା ମହାମାରୀର ପ୍ରଭାବ ଆଗାମୀ କିଛି ବର୍ଷ ଧରି ଅନୁଭୂତ ହେବ । ମାର୍ଚ୍ଚ ୨୪ରୁ ମେ ୩୧ ପର୍ଯ୍ୟନ୍ତ ଜାରି ଲକଡାଉନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପୋଷଣା କାର୍ଯକ୍ରମ ବାଧାପ୍ରାପ୍ତ ହୋଇଥିଲା, ଯାହାକି ଏବେ ବ୍ୟବସ୍ଥିତ ହୋଇପାରିନାହିଁ । ପର୍ଯ୍ୟାପ୍ତ ପୋଷଣର ଅଭାବ ସମାଜର ଅନେକ ଗୋଷ୍ଠୀଙ୍କୁ ପ୍ରଭାବିତ କରିବ ।

କୋଭିଡ-୧୯ ପରେ ଦୁର୍ବଳ ହୋଇଛି ଭାରତର ପୋଷଣ କାର୍ଯ୍ୟକ୍ରମ
କୋଭିଡ-୧୯ ପରେ ଦୁର୍ବଳ ହୋଇଛି ଭାରତର ପୋଷଣ କାର୍ଯ୍ୟକ୍ରମ
author img

By

Published : Jul 4, 2020, 3:57 PM IST

Updated : Jul 5, 2020, 5:36 AM IST

ଭାରତ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍ ରେ ପ୍ରବେଶ କରିସାରିଛି । କିନ୍ତୁ ପୋଷଣ କାର୍ଯ୍ୟକ୍ରମ କୋରୋନା ମହାମାରୀର ପ୍ରଭାବ ଆଗାମୀ କିଛି ବର୍ଷ ଧରି ଅନୁଭୂତ ହେବ । ମାର୍ଚ୍ଚ ୨୪ରୁ ମେ ୩୧ ପର୍ଯ୍ୟନ୍ତ ଜାରି ଲକଡାଉନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପୋଷଣା କାର୍ଯକ୍ରମ ବାଧାପ୍ରାପ୍ତ ହୋଇଥିଲା, ଯାହାକି ଏବେ ବ୍ୟବସ୍ଥିତ ହୋଇପାରିନାହିଁ । ପର୍ଯ୍ୟାପ୍ତ ପୋଷଣର ଅଭାବ ସମାଜର ଅନେକ ଗୋଷ୍ଠୀଙ୍କୁ ପ୍ରଭାବିତ କରିବ । ବିଶେଷ କରି ଗର୍ଭବତୀ ମହିଳା, ଦୁଇ ବର୍ଷରୁ କମ ବୟସର ଶିଶୁ ପୋଷଣ ଅଭାବରୁ ଅଧିକ ପ୍ରଭାବିତ ହେବେ । ଏସବୁ ବୟସରଙ୍କ ପୋଷଣର ଅଭାବ ରହିଲେସଂଜ୍ଞାନାତ୍ମକ ବଧୀରତା, ରୁଗଣ ସ୍ୱାସ୍ଥ୍ୟ ଓ ରକ୍ତହୀନତା ଭଳି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ । ଭାରତ ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନା ସେବା-ଆଇସିଡିସି ଅନ୍ତର୍ଗତ ଶିଶୁଙ୍କୁ ମୌଳିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ସେବା ଯୋଗାଇଦେବା ବ୍ୟବସ୍ଥା ରହିଛି । ପ୍ରତି ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ଏହି ସେବା ପରିଚାଳତ ହୁଏ । ଅଙ୍ଗନବାଡି କର୍ମୀ ଓ ସହାୟକମାନେ ଏଥିରେ ନିୟୋଜିତ ହୋଇଥାନ୍ତି । ୨୦୧୯ ଜୁନ୍ ସୁଦ୍ଧା ଭାରତରେ ମୋଟ ୧୩ ଲକ୍ଷ ୭୮ ହଜାର ଅଙ୍ଗନବାଡି କେନ୍ଦ୍ର ଥିଲା ବେଳେ ୧୩ ଲକ୍ଷ ୨୧ ହଜାର ଅଙ୍ଗନବାଡି କର୍ମୀ ଓ ୧୧ ଲକ୍ଷ ୮୨ ହଜାର ଅଙ୍ଗନବାଡି ସହାୟକକର୍ମୀ ଅଛନ୍ତି।

୪୫ ବର୍ଷରୁ ଅଧିକ ସମୟ ହେବ ସମନ୍ୱିତ ଶିଶୁ ବିକାଶ ଯୋଜନା ଭାରତର ପୋଷଣ ଉଦ୍ୟମର ମେରୁଦଣ୍ଡ ଭାବେ ରହିଆସିଛି । ସେଂଟର ଫର୍ ପଲିସି ରିସର୍ଚ୍ଚ ଆକାଂଉଟ୍‌ବିଲିଟି ଇନିସିଏଟିଭ୍ ପକ୍ଷରୁ ଆମେ ଯୋଜନାର ଅଗ୍ରଗତି ସଂପର୍କରେ ଗବେଷଣା କରି ଜାଣିବାକୁ ପାଇଲୁ ଯେ, ମହାମାରୀ ପୂର୍ବରୁ ମଧ୍ୟ ଏହି ଯୋଜନାରେ ଅନେକ ଦୁର୍ବଳତା ଓ ଆହ୍ୱାନ ରହିଛି, ଯାହା କି ଉଦବେଗଜନକ । କୋଭିଡ-୧୯ ମହାମାରୀ ସଂକଟ ଦ୍ୱାରା ସେସବୁ ଦୋଷଦୁର୍ବଳତା ଓ ଆହ୍ୱାନ ଆହୁରି ଘନୀଭୂତ ହୋଇପାରୋ

ଏହି ଯୋଜନା ପାଇଁ ପ୍ରଥମ ଆହ୍ୱାନ ହେଉଛି ଏହାର ଅପ ଯ୍ୟା ର୍ପ୍ତ କଭରେଜ୍ । ଆଇସିଡିସି ହେଉଛି ଏକ ୟୁନିଭର୍ସାଲ ସ୍କିମ୍ । ଏହା ଦ୍ୱାରା ସବୁ ଗର୍ଭବତୀ ମହିଳା, ସ୍ତନପାନ କରାଉଥିବା ମାଆ ଓ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ସେବା ପାଇବା ପାଇଁ ଯୋଗ୍ୟ, ଯଦି ସେମାନେ ଏହା ଆବଶ୍ୟକ କରୁଥିବେ । ୨୦୧୯ ଜୁନ୍‌ ସୁଦ୍ଧା ୮ କୋଟି ୩୬ ଲକ୍ଷ ଲୋକ ଆଇସିଡିଏସରୁ ଗରମ ରନ୍ଧା ଖାଦ୍ୟ ବା ରାସନ ଆକାରରେ ଅତିରିକ୍ତ ପୋଷଣ ଗ୍ରହଣ କରିଛନ୍ତି । ଏହି ସଂଖ୍ୟା ଅଧିକ ମନେହେଉଛି । କିନ୍ତୁ ଅତିରିକ୍ତ ପୋଷଣ ପାଇବାକୁ ଯୋଗ୍ୟ ୬ ମାସରୁ ୬ ବର୍ଷ ବୟସ୍କ ଶିଶୁଙ୍କ ସହ ପାଇଥିବା ଲୋକଙ୍କ ସଂଖ୍ୟା ତୁଳନା କଲେ ବଡ ଅଭାବ ଦେଖିବାକୁ ମିଳେ ।

୨୦୧୯ରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଯୋଗ୍ୟ ଶିଶୁଙ୍କ ସଂଖ୍ୟାର ଅଧାରୁ କମ୍‌ ହିଁ ପ୍ରକୃତରେ ସପ୍ଲିମେଂଟାରୀ ନ୍ୟୁଟ୍ରିସନ ଆଇସିଡିଏସ ଜରିଆରେ ପାଇଛନ୍ତି । ଆଉ ଏକ ଚିନ୍ତାର ବିଷୟ ହେଲା ଯେ, ସପ୍ଲିମେଂଟାରୀ ନ୍ୟୁଟ୍ରିସନ ଗ୍ରହଣ କଲା ପରେ ସଂପୃକ୍ତ ଲୋକେ ସେଗୁଡିକ ଖାଆନ୍ତି ନା, ସଂପୂଣ୍ଣ ର୍ ପରିବାର ଭିତରେ ସେଗୁଡିକ ବ୍ୟବହାର କରନ୍ତି । ଏହା ନିଶ୍ଚିତ କରିବା କାଠିକର ପାଠ ହୋଇପଡିଛି । ଗର୍ଭବତୀ ମହିଳା ଓ ସ୍ତନପାନ କରାଉଥିବା ମାଆମାନେ ସପ୍ଲିମେଂଟାରୀ ନ୍ୟୁଟ୍ରିସନ ପାଆନ୍ତି ନାହିଁ । ଯାହାଫଳରେ ଆଇସିଡିଏସର ଲକ୍ଷ୍ୟ ପୂରଣ ହୋଇପାରେ ନାହିଁ । ମହାମାରୀ ଓ ଲକଡାଉନ ଯୋଗୁଁ ଅଙ୍ଗନବାଡି କେନ୍ଦ୍ରଗୁଡିକ ସାମୟିକ ଭାବେ ବନ୍ଦ ହୋଇଯାଇଛି । ଏଣେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ହୋଇଥିବାରୁ ନିକଟ ଭବିଷ୍ୟତରେ ଅଧିକ ପରିବାର ପାଇଁ ନ୍ୟୁଟ୍ରିସନ ଓ ଶିକ୍ଷା ସେବା ଦରକାର ପଡିପାରେ । ତେଣୁ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମଧ୍ୟ ନୂଆ ପରିସ୍ଥିତି ସହ ଖାପ ଖୁଆଇବାକୁ ପଡିବ ।

ଅଙ୍ଗନବାଡି କର୍ମୀଙ୍କୁ ଶାରୀରିକ ଦୂରତା ରକ୍ଷା ସହ ଅନ୍ୟ ସବୁ ପ୍ରଟୋକଲ ମାନିବାକୁ ପଡିବ । ଏସବୁ ପାଇଁ ଅବଶ୍ୟ ସମୟ ଲାଗିବ । ହେଲେ ମହାମାରୀ ଯୋଗୁଁ ଜୀବନଜୀବିକା ପ୍ରଭାବିତ ହୋଇଥିବା ବେଳେ କ୍ୟାସ ଫ୍ଲୋ ବି କମ୍‌ ରହିଛି । ତେଣୁ ଦୈନନ୍ଦିନ ଖାଦ୍ୟ ଆବଶ୍ୟକତା ଏକ ଆହ୍ୱାନ ହୋଇଛି । ଗର୍ଭବତୀ ମହିଳା ଓ ସ୍ତନପାନ କରାଉଥିବା ମାଆଙ୍କ ପାଇଁ ପୋଷଣ ହାର ବଜାୟ ରଖିବା ଆହୁରି କଷ୍ଟକର ହୋଇପଡିବ । ଅଙ୍ଗନବାଡି କେନ୍ଦ୍ରଗୁଡିକ ମୁଖ୍ୟତଃ ଅଙ୍ଗନବାଡି କର୍ମୀ ଓ ଅନ୍ୟ ଷ୍ଟାଫ୍‌ଙ୍କ ଉପରେ ନିର୍ଭର କରିଥାନ୍ତି ।

କାଉନସେଲିଂ, ମାତୃ ଯତ୍ନ, ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ଭଳି ଅନେକ କାଯ୍ୟର୍କଳାପରେ ସେମାନେ ସଂପୃକ୍ତ ରହନ୍ତି । ତେବେ, ଦୁର୍ଭାଗବଶତଃ ସରକାରଙ୍କ ବର୍ତମାନର ଆଇସିଡିଏସ ଗାଇଡଲାଇନ ଅନୁସାରେ ସେମାନଙ୍କୁ ସ୍ୱେଚ୍ଛାସେବୀ ଓ ଠିକା ଶ୍ରମିକ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି । ଫଳରେ ଅଙ୍ଗନବାଡି କର୍ମୀମାନେ ନିଶ୍ଚିତ ବେତନ ପାଆନ୍ତି ନାହିଁ । ମାନଦେୟ ସ୍ୱରୂପ ସେମାନେ ଯାହା ପାଆନ୍ତି ନା, ତାହା କୁଶଳ ସରକାରୀ

ଶ୍ରମିକଙ୍କଠାରୁ ଯଥେଷ୍ଟ ପରିମାଣରେ କମ୍‌ ଶେଷରେ ଅକ୍ଟୋବର ୨୦୧୮ରେ ମାନଦେୟ ବୃଦ୍ଧି କରାଯାଇଥିଲା । ୮ ବର୍ଷ ପରେ ଏହି ପାରିଶ୍ରମିକ ଅଙ୍ଗନବାଡି କର୍ମୀଙ୍କ ପାଇଁ ୩ ହଜାରରୁ ୪ ହଜାର ୫ ଶହ ଏବଂ ସହାୟକମାନଙ୍କ ପାଇଁ ୧ ହଜାର ୫ ଶହରୁ ୨ ହଜାର ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ବୃଦ୍ଧି ସତ୍ୱେ ସେମାନଙ୍କର ମାନଦେୟ ବହୁ କମ୍ ହିଁ ରହିଛି । ଏପରିକି ଅନେକ ସମୟରେ ଏହି ଦେୟ ଠିକ୍ ସମୟରେ ପୈଠ କରାଯାଉନାହିଁ । ତେଣୁ ବିଭିନ୍ନ ରାଜ୍ୟରେ ଏ ନେଇ ଆନ୍ଦୋଳନ ବି ହୋଇଛି ।

କୋଭିଡ-୧୯ ସମୟରେ ଏସବୁ କୋରୋନା ଯୋଦ୍ଧା ଗୁରୁତ୍ୱପୂଣ୍ଣର୍ ଭୂମିକା ନିର୍ବାହ କରୁଛନ୍ତି । ଘର ଘର ବୁଲି ସେମାନେ ଲୋକଙ୍କୁ ସଚେତନ କରିବା ସହ ସର୍ଭେ କରୁଛନ୍ତି । ଦେଖିବାକୁ ଗଲେ, କେନ୍ଦ୍ର ସରକାରଙ୍କ କୋଭିଡ-୧୯ କଂଟେନମେଂଟ୍ ଯୋଜନାରେ ଅଙ୍ଗନବାଡି କର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଅଧିକ ଭୂମିକା ଦିଆଯାଇଛି । ସେମାନେ ଲକ୍ଷଣ ଜାଣିବା ପାଇଁ ମୌଳିକ ସ୍କିନିଂ ବି କରୁଛନ୍ତିା ହେଲେ ସେମାନଙ୍କୁ ସେମାନଙ୍କର ନିୟମିତ ଅଙ୍ଗନବାଡି କାମ ସହ ସରକାରଙ୍କ ତରଫରୁ ଦିଆଯାଇଥିବା କୋଭିଡ-୧୯

ସଂପର୍କିତ କାମ ବି କରୁଛନ୍ତି । କିନ୍ତୁ ଏଥିପାଇଁ ସେମାନଙ୍କ ପାଖରେ ସମ୍ବଳ ଅଭାବ ରହୁଛି । ଏଭଳି ପରିସ୍ଥିତିରେ ଆଇସିଡିଏସ ଅଧୀନରେ ଚାଲୁଥିବା ନ୍ୟୁଟ୍ରିସନ ବା ପୋଷଣ କାର୍ଯ୍ୟକ୍ରମ ପ୍ରତି ଅଙ୍ଗନବାଡି କର୍ମୀମାନେ ଉଚିତ ଧ୍ୟାନ ଦେଇ ପାରୁନାହାନ୍ତି । ଏହାଛଡା ରାଜ୍ୟ ରାଜସ୍ୱ କମ୍ ହୋଇଥିବାରୁ

ଅନ୍ୟାନ୍ୟ ଅତ୍ୟାବଶ୍ୟକ ଆବଶ୍ୟକତା ଯଥା ହସପିଟାଲ ବେଡ୍‌, ପ୍ରୋଟେକଟିଭ୍‌ ଇକ୍ୟୁପମେଂଟ୍ , ରାସନ କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ଧ୍ୟାମ ଦିଆଯିବା ସମ୍ଭାବନା ରହିଛି । ଏଣୁ ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଅଙ୍ଗନବାଡି କର୍ମୀଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ଆଶଙ୍କା ସୃଷ୍ଟି ହୋଇଛି ।

ତେଣୁ କେମିତି ଏସବୁ ସମସ୍ୟାର ସମାଧାନ ହୋଇପାରିବ ? ଭାରତରେ ୬୮ ପ୍ରତିଶତ ଶିଶୁ ( ୫ ବର୍ଷ ବୟସରୁ କମ୍ ) କୁପୋଷଣ ଯୋଗୁଁ ମୃତ୍ୟୁମୁଖରେ ପଡନ୍ତି । ମହାମାରୀ ଲକଡାଉନ ଯୋଗୁ ସର୍ଭିସ ଡେଲିଭରି ବାଧାପ୍ରାପ୍ତ ହେଲେ ଏହାର ଦୀର୍ଘକାଳିନ ପ୍ରଭାବ ପଡିପାରେ । ବିଶେଷ କରି କୋରୋନା କାଳରେ ଜନ୍ମ ହୋଇଥିବା ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ପଡିବା ଆଶଙ୍କା ରହିଛି । ସୁଖର କଥା ଯେ, ବିଭିନ୍ନ ରାଜ୍ୟ ସରକାର ପୋଷଣ ସେବା ସଂପର୍କିତ ଏକାଧିକ ପଦକ୍ଷେପ ଘୋଷଣା କରିଛନ୍ତି । ଏପରିକି ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ । କିନ୍ତୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ ।

ପ୍ରଥମେ ନିଶ୍ଚିତ କରିବାକୁ ପଡିବ ଯେ, ଆଗରୁ ପଂଜୀକୃତ ହିତାଧିକାରୀଙ୍କୁ ଛାଡି ସେବାର ପରିସର କେମିତି ବଢିବ । କେଉଁମାନେ ସେବା ପାଇପାରିବେ ସେ ନେଇ ସରକାର ସମୀକ୍ଷା କରିବା ଦରକାର । ଘରକୁ ଘର ବୁଲି ହେଉଥିବା କୋଭିଡ-୧୯ ସଚେତନତା ଅଭିଯାନକୁ ଆଇସିଡିଏସ ଅଧୀନରେ ସେବା ପାଇବାକୁ ଥିବା ଲୋକଙ୍କ ସର୍ଭେ ଭାବେ ବ୍ୟବହାର କରାଯାଇପାରିବ । ଦ୍ୱିତୀୟରେ ସପ୍ଲିମେଂଟାରୀ ନ୍ୟୁଟ୍ରିସନ କିଭଳି ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଖରେ ଠିକ୍ ଭାବେ ପହଂଚିବ , ତାହା ନିଶ୍ଚିତ କରିବା ଦରକାର । ସେମାନେ ଯେମିତି କୋଭିଡ ସଂକ୍ରମିତ ନହେବେ, ସେଥିପ୍ରତି ବି ଧ୍ୟାନ ଦେବା ଜରୁରୀ । ଓଡିଶା ଭଳି ଘର ଘର ବୁଲି

ରାସନ ଦେବା ବ୍ୟବସ୍ଥା ଦରକାର ପଡିପାରୋ ଝାଡଖଣ୍ଡ ଭଳି କିଛି ରାଜ୍ୟରେ ତ କିଛି ମାସର ରାସନ ଏକାଥରକେ ଦିଆଯାଇଛି । ହେଲେ ହିତାଧିକାରୀଙ୍କ ଘରେ ଷ୍ଟୋରେଜ୍ ସ୍ପେସ ଅଛି ନା ନାହିଁ, ତାହା ବି ଦେଖିବାକୁ ପଡିବ । ଖାଦ୍ୟ ପାଇଁ କ୍ୟାସ ଟ୍ରାନସଫର ବି ଏକ ବିକଳ୍ପ ହୋଇପାରେ । ବିହାର ସରକାର

ଅଙ୍ଗନବାଡି ହିତାଧିକାରୀଙ୍କ ପାଇଁ କ୍ୟାସ ଟ୍ରାନସଫର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯଦି ଏହା ହୁଏ, ତାହା ହେଲେ ସବୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଅଛି କି ନାହିଁ, ତାହା ଦେଖିବାକୁ ପଡିବ । ପଇସା ବି ଠିକ୍ ସମରେ କେମିତି ସେମାନଙ୍କ ପାଖରେ ପହଂଚିବ, ତାହା ବି ଦେଖିବାକୁ ପଡିବ । ସେମାନେ ନଗଦ ଟଙ୍କାର କିଭଳି ବ୍ୟବହାର କରୁଛନ୍ତି, ତାହା ବି ଦେଖିବାକୁ ପଡିବ ।

ତୃତୀୟତଃ ଖାଦ୍ୟ ଅଭାବରୁ ଟେକ୍‌ ହୋମ ରାସନ-ଟିଏଚଆରକୁ ପରିବାରରର ସମସ୍ତେ ଖାଉଥିବାରୁ ଓ ଲକଡାଉନରେ ସୀମିତ ପରିମାଣରେ ଖାଦ୍ୟ ଉପଲବ୍ଧ ଥିବାରୁ ମହିଳାଙ୍କୁ ଉପଯୁକ୍ତ ଖାଦ୍ୟ ନେଇ କାଉନସେଲିଂ କରିବା ଜରୁରୀ ହୋଇପଡିଛି । ଯେତେବେଳେ ଟିଏଚଆର୍ ପ୍ରଦାନ କରାଯିବ ବା ଯେତେବେଳେ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ-୧୯ ସଚେତନତା ଅଭିଯାନରେ ବାହାରିବେ, ସେତେବେଳେ ଡାଏଟିଂ କାଉନସେଲିଂ ହୋଇପାରିବ । ରେଡିଓ ଓ ଅନ୍ୟ ଗଣମାଧ୍ୟମରେ ପ୍ରଚାର ପ୍ରସାର ବି ଏ ଦିଗରେ ସହାୟକ ହୋଇପାରିବ ଶେଷରେ ପୋଷଣ ପାଇଁ ଆବଂଟିତ ସୀମିତ ପାଣ୍ଠି ପ୍ରମୁଖ ସେବାରେ କେମିତି ଲାଗିବ, ତାହା ନିଶ୍ଚିତ ହେବା ଦରକାର । ପୋଷଣ ସଂପର୍କିତ ସବୁ ପାଣ୍ଠି , ଏପରିକି ଅଙ୍ଗନବାଡି କର୍ମୀଙ୍କ ମାନଦେୟ ସଂପୂଣ୍ଣ ର୍ ଭାବେ ଓ ଠିକ ସମୟରେ ରିଲିଜ ହେବା ଜରୁରୀ । କୁପୋଷଣ ଲୋପ କରିବା ପାଇଁ ଗତ କିଛି ବର୍ଷରେ କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହେଲେ ମହାମାରୀ ପ୍ରକୋପ ଓ ଲକଡାଉନ ଯୋଗୁଁ ଏଭଳି ଅଭିଯାନ ବନ୍ଦ ପଡିଛି । କୁପୋଷଣ ବିରୋଧରେ ଲଢେଇ ଜାରି ରଖିବାକୁ ହେଲେ ଏସବୁ ଅଭିଯାନ ପୂରା ଦମରେ ପୁଣି ଚାଲୁ ହେବା ବେଶ୍ ଗୁରୁତ୍ୱପୂଣ୍ଣ ର୍ ।

ଅବନୀ କପୁର, ନିର୍ଦ୍ଦେଶକ, ଆକାଉଂଟବିଲିଟି ଇନିସିଏଟିଭ

ରିତ୍ୱିକ ଶୁକ୍ଳା, ସହକାରୀ ଗବେଷକ,ଆକାଉଂଟବିଲିଟି ଇନିସିଏଟିଭ

ଅବନ୍ତିକା ଶ୍ରୀବାସ୍ତବ, ବରିଷ୍ଠ ଯୋଗାଯୋଗ ଅଧିକାରୀ, ଆକାଂଉଟବିଲିଟି ଇନିସିଏଟିଭ

Last Updated : Jul 5, 2020, 5:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.