ETV Bharat / bharat

ଏଥର ସାମରିକ ବଳ ନା କୁଟନୀତି ଆପଣାଇବ ଭାରତ ?

ନୂଆଦିଲ୍ଲୀ: ଦେଶ ଦେଖିବ କି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ? କେଉଁ ପଇଁତରା ଆପଣାଇବ ଭାରତ ? ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ଲକ୍ଷ୍ୟରେ ଦେଶ । ଆତଙ୍କବାଦୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇ ଥିବା ପାକିସ୍ତାନ ମିଶନର ଜବାବ ଦେବାକୁ ଭାରତ ଆରମ୍ଭ କଲାଣି ପ୍ରସ୍ତୁତି । ଆଜି ଜମ୍ମୁ ପୁଲୱାମାରେ ଆତଙ୍କୀ ଆକ୍ରମଣ ପରେ ସ୍ତମ୍ଭୀଭୂତ ହୋଇ ଯାଇଛି ଦେଶ । ଆଉ ଏହାର ପ୍ରତିଶୋଧ ନେବା ପାଇଁ ତୟାର ଭାରତ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 15, 2019, 5:44 AM IST

ଉରି ଆକ୍ରମଣ ପରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଏଥର ବି ଭାରତ ନିକଟରେ ରହିଛି ଦୁଇଟି ବିକଳ୍ପ । କୁଟନୀତି ହେଉ ବା ସାମରିକ ବଳ । ଏହି ଦୁଇଟି ରାସ୍ତା ଆପଣାଇ ପାରେ ଭାରତ । କଥାରେ ଅଛି ଶତ୍ରୁର ଶତ୍ରୁ ମିତ୍ର ହଇଥାଏ । ଏଣୁ କୁଟନୀତି ରାସ୍ତା ବାଛିଲେ ବିନା ହତିଆରରେ ଶତ୍ରୁନାଶ କରିପାରିବ ଭାରତ । ବେଲୁଚିସ୍ତାନ ବିଦ୍ରୋହୀଙ୍କୁ ଭାରତ ସମର୍ଥନ କରି ପାକିସ୍ତାନ ଠୁ ନେଇ ପାରିବ ପ୍ରତିଶୋଧ । ଯାହାକି ବାଲାଂଦେଶ କ୍ଷେତ୍ରରେ ହୋଇଥିଲା ସମ୍ଭବ ।

ସେପଟେ ସାମରିକ ବିକଳ୍ପ ଆପଣାଇଲେ ଭାରତ କରିବ ସର୍ଜିକାଲ ଷ୍ଟ୍ରାଇକ । ନଚେତ ପାକିସ୍ତାନକୁ ଦେବ ଖୋଲା ଚ୍ୟାଲେଞ୍ଜ । ଶତ୍ରୁଦେଶର ଲାହୋର ସ୍ଥିତ ଆତଙ୍କୀ ଆଡ୍ଡାସ୍ଥଳୀକୁ ଟାର୍ଗେଟ କରି ଯବାନଙ୍କୁ ଭାରତ ଦେଇ ପାରିବ ନ୍ୟାୟ । ତେବେ ପୁଲୱାମା ଆକ୍ରମଣ ପାଇଁ ରାଜନୈତିକ କାଦୁଅ ଫିଙ୍ଗାଫିଙ୍ଗା ନ ହୋଇ ଏହାର ସମାଧାନ କରିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

ଗୁରୁବାର ଜମ୍ମୁ କଶ୍ମୀରର ପୁଲୱାମା ସ୍ଥିତ ଅବନ୍ତିପୋରାରେ ଆତଙ୍କବାଦୀ ଗୁରୁବାର ଘଟାଇଛନ୍ତି ବର୍ବର କାଣ୍ଡ ।

ଆତ୍ମଘାତୀ ଆକ୍ରମଣରେ ୪୪ ସିଆରପିଏଫ୍ ଯବାନ ଶହୀଦ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପାଇଁ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଛି ।

Intro:Body:

ଏଥର ସାମରିକ ବଳ ନା କୁଟନୀତି ଆପଣାଇବ ଭାରତ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.