ETV Bharat / bharat

କୋଭିଡ ହସ୍ପିଟାଲରେ ବିରଳ ଘଟଣା, କର୍ମଚାରୀଙ୍କ ସୁରକ୍ଷା ପାଇଁ ବାଉନ୍ସର ନିଯୁକ୍ତ କଲେ କର୍ତ୍ତୃପକ୍ଷ - ବେଙ୍ଗାଲୁରୁ

କୋଭିଡ ଚିକିତ୍ସାରେ ଦେଖିବାକୁ ମିଳିଛି ବିରଳ ଘଟଣା। ହସ୍ପିଟାଲ ପରିସରରେ ଦେଖିବାକୁ ମିଳୁଛନ୍ତି ବାଉନ୍ସର । ପଢନ୍ତୁ ଅଧିକ......

କୋଭିଡ ଚିକିତ୍ସାରେ ବିରଳ ଘଟଣା
କୋଭିଡ ଚିକିତ୍ସାରେ ବିରଳ ଘଟଣା
author img

By

Published : Oct 14, 2020, 1:49 PM IST

ବେଙ୍ଗାଲୁରୁ: କୋଭିଡ ଚିକିତ୍ସାରେ ଦେଖିବାକୁ ମିଳିଛି ବିରଳ ଘଟଣା । ହସ୍ପିଟାଲ ପରିସରରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଉପସ୍ଥିତି ଏକ ସାଧାରଣ ଘଟଣା କିନ୍ତୁ ଏବେ ହସ୍ପିଟାଲ ପରିସରରେ ଦେଖିବାକୁ ମିଳୁଛନ୍ତି ବାଉନ୍ସର । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ । କୋରୋନା ଚିକିତ୍ସା ସମୟରେ ଡାକ୍ତରଖାନା ପରିସରରେ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବାରମ୍ବାର ସଂର୍ଘଷ ହେଉଥିବା ଯୋଗୁ ଡାକ୍ତରଖାନାରେ କର୍ମଚୀରୀଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ଏଭଳି ଏକ ଅଭିନବ ପ୍ରୟାସ କରିଥିବା କହିଛନ୍ତି ।

ବେଙ୍ଗାଲୁରୁ ସହରର ଟୁମୁକୁରୁ ଠାରେ ଥିବା ପ୍ରିୟଙ୍କା ହସ୍ପିଟାଲରେ ଦେଖିବାକୁ ମିଳିଛନ୍ତି ଏକାଧିକ ବାଉନ୍ସର । ଏହାର କାରଣ ବାବଦରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା କଥା ହେଲା, ପ୍ରତିଦିନ କୋରୋନା ଚିକିତ୍ସାବେଳେ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଅନେକ ସମୟରେ ରୋଗୀର ସମ୍ପର୍କୀୟମାନେ ପରିସ୍ଥିତି ନବୁଝି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆକ୍ରମଣ କରୁଥିବାର ଦେଖାଯାଉଛି । ଅତି ସଙ୍କଟାପନ୍ନ ଅବସ୍ଥାରେ ରୋଗୀକୁ ଆଣି ଆସୁଥିବା ସମ୍ପର୍କୀୟମାନେ ରୋଗୀର ମୃତ୍ୟୁ ହେଲାପରେ ଅବହେଳା ଜନିତ କାରଣ ଦେଖାଇ ହସ୍ପିଟାଲ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି । ତେଣୁ ଏହି ଭଳି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ବାଉନ୍ସର ମୁତୟନ କରୁଥିବା କହିଛନ୍ତି ।

ଏହା ବାବଦକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ମଧ୍ୟ ସେ କହିଛନ୍ତି । ତେବେ ଏହା ବାବଦରେ ସରକାର ଦୃଷ୍ଟି ଦେବା ସହ ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ହସ୍ପିଟାଲରେ ପୋଲିସ ମୁତୟନ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.