ETV Bharat / bharat

ଜମ୍ମୁ କଶ୍ମୀରରେ ଘୋଡାକୁ କୋରୋନା, ମାଲିକ ସହ କ୍ବାରେଣ୍ଟାଇନରେ ଘୋଡା - horse

ଜମ୍ମୁ କାଶ୍ମୀରରେ ଘୋଡାକୁ କୋରୋନା ପଜିଟିଭ । ମାଲିକଙ୍କ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇନାହିଁ । ଅଧିକ ପଢନ୍ତୁ...

ଜମ୍ମୁକଶ୍ମୀରରେ ଏକ ଘୋଡା କୋରୋନା ପଜିଟିଭ ଚିହ୍ନଟ, ମାଲିକ ସହ କ୍ବାରେଣ୍ଟାଇନରେ ଘୋଡା

author img

By

Published : May 27, 2020, 10:50 AM IST

ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଏକ ଘୋଡା କୋରୋନା ପଜିଟିଭ ଥିବା ଜଣାପଡିଛି । ଏହି ଘୋଡା ମାଲିକ ସହିତ କାଶ୍ମୀର ଘାଟିରୁ ଫେରିଥିଲା । ଘୋଡାକୁ ଏବେ କ୍ବାରେଣ୍ଟାଇନରେ ରଖାଯାଇଛି । ଏଥିସହିତ ଘୋଡାର ମାଲିକଙ୍କୁ ମଧ୍ୟ ପ୍ରଶାସନିକ କ୍ବାରେଣ୍ଟାଇନକୁ ପଠାଯାଇଛି । ତେବେ ଘୋଡା କୋରୋନା ପଜିଟିଭ ହେବା ଦେଶରେ ଏହା ପ୍ରଥମ ଖବର ।

ମଙ୍ଗଳବାର ଏହି ମାମଲା କାଶ୍ମୀରର ସୋପିଆନ ଜିଲ୍ଲାର ଜଣେ ଶ୍ରମିକ ଘୋଡା ନେଇ ଜମ୍ମୁର ରାଜୌରୀ ଜିଲ୍ଲା ଥାନାମାଣ୍ଡିରେ ତାଙ୍କ ଘରକୁ ମୋଗଲ ରାସ୍ତା ଦେଇ ଆସୁଥିଲେ। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ମଧ୍ୟ ଘୋଡା ଧରି ଆସୁଥିବା ଏହି ବ୍ୟକ୍ତିଙ୍କୁ ତାଙ୍କ ନମୁନା ସଂଗ୍ରହ ସହ କ୍ବାରେଣ୍ଟାଇନ ପାଇଁ ଅଟକାଯାଇଥିଲା । ଉଭୟ ମାଲିକ ଓ ଘୋଡାର ରକ୍ତନମୂନା ପରୀକ୍ଷା ପାଇଁ ପଠାଯାଇଛି । କିନ୍ତୁ ଘୋଡାର ନମୂନାରେ ପଜିଟିଭ ମିଳିଥିବା ବେଳେ ମାଲିକଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରଶାସନର ହସ୍ତଗତ ହୋଇନାହିଁ । ଉଭୟଙ୍କୁ ଏବେ ଅଲଗା ଅଲଗା ଭାବେ ଆଇସୋଲେସନରେ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.