ETV Bharat / bharat

ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କାର୍ଯ୍ୟରେ 10 ଦମକଳ - ବେଙ୍ଗାଲୁରର ଏକ କାରଖାନାରେ ଅଗ୍ନିକାମ୍ଡ

ବେଙ୍ଗାଲୁରୁର ହୋସାଗୁଦାଦାହାହଲିରେ ଥିବା ଏକ ରାସାୟନିକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ । ନିଆଁ ଆୟତ କାର୍ଯ୍ୟରେ ଲାଗିଛନ୍ତି 10 ଦମକଳ ଗାଡି । ପଢନ୍ତୁ ଅଧିକ....

ରାସାୟନିକ କାରଖାନାରେ ଭୟାଭୟ ଅଗ୍ନିକାଣ୍ଡ , ଶତାଧିକ ପ୍ରଭାବିତ

author img

By

Published : Nov 10, 2020, 5:48 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁର ହୋସାଗୁଦାଦାହାହଲିରେ ଥିବା ଏକ ରାସାୟନିକ କାରଖାନାରେ ବ୍ୟାପକ ଅଗ୍ନୀକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଲେ ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ।

ପ୍ରାଥମିକ ସୂଚନା ଅନୁଯାୟୀ ବାବୁଜି ନଗରରେ ବର୍ତ୍ତମାନ ଦଶଟି ଅଗ୍ନିଶମ ଟିମ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛି । କାରଖାନା ଭିତରେ ଥିବା 4 ଜଣ ଶ୍ରମିକଙ୍କୁ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି ଏବଂ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ କାରଖାନା ସମ୍ମୁଖରେ ଠିଆ ହୋଇଥିବା ଅନେକ ଗାଡି ଜଳି ଯାଇଛି ।

ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବାହିନୀ ଏବଂ ପୋଲିସ 500 ମିଟର କାରଖାନା ନିକଟରେ ରହିଥିବା ଘର ଗୁଡିକୁ ଖାଲି କରିବାକୁ ପ୍ରୟାସ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ କାରାଖାନାର 5ଶହ ମିଟର ପର୍ଯ୍ୟନ୍ତ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଥିବା ଜଣା ପଡିଛି । ସେହିପରି ଅଘଟଣ ଘଟିବା ସମୟରେ ସେଠାରେ ଉପସ୍ଥିତ ଲୋକ ଦୌଡି ପଳାଇ ଯିବାରୁ ତାଙ୍କ ଜୀବନ ବଞ୍ଚିଯାଇଥିବା ଦେଖାଯାଇଛି ।

ମିଲିଥିବା ସୂଚନା ଅନୁସାରେ କେମିକାଲ ଭର୍ତ୍ତି କ୍ୟାନ ଗୁଡିକ ଷ୍ଟୋର ରୁମରେ ରଖାଯାଇଥିବା ବେଳେ ବଡ ବିସ୍ପୋରଣର ଆଶଙ୍କା ଥିବା ବେଳେ ଅଗ୍ନିଶମ ବିଭାଗର କଠିନ ପରିଶ୍ରମ ବଳରେ ସେପରି କିଛି ବଡ ଧରଣର ବିସ୍ଫୋରରଣକୁ ଏଡାଯାଇପାରିଛି । କାରଖାନାର ମାଲିକ ଓ କର୍ତ୍ତୃପକ୍ଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ପୋଲିସ ଖୋଜୁଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.