ETV Bharat / bharat

‘ନାଗରିକ ସଂଶୋଧନ ବିଲ୍ ଭାରତୀୟ ସମ୍ବିଧାନର ଆତ୍ମା’ - Hopes CAB Will Be In Spirit Of Indian Constitution

ଭାରତରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ କାଶ୍ମୀର ଅଧିକାର, ଭାରତ-ପାକ୍ ବିବାଦ ଓ ନାଗରିକ ସଂଶୋଧନ ବିଲକୁ ନେଇ ନିଜ ମତ ରଖିଛନ୍ତି । ନବନିଯୁକ୍ତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ୟୁଗୋ ଅସ୍ତୁତୋ ନୂଆଦିଲ୍ଲୀ ଆସି ଏହି ବୟାନ ରଖିଛନ୍ତି ।

CAB Will Be In Spirit Of Indian Constitution
ଫାଇଳଲ ଫଟୋ
author img

By

Published : Dec 11, 2019, 10:22 AM IST

ହାଇଦ୍ରାବାଦ: ଭାରତରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ କାଶ୍ମୀର ଅଧିକାରକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀରେ ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରଦୂତ ୟୁଗୋ ଅସ୍ତୁତୋ ପ୍ରଥମକରି ମିଡିଆ ସାମ୍ନାରେ ନିଜ ମତ ରଖିଛନ୍ତି । ଆର୍ଟିକିଲ୍ 370 ଉଠିବା ପରେ ମଧ୍ୟ କାଶ୍ମୀରରେ କୌଣସି ପରିବର୍ତ୍ତନ ଆସିନାହିଁ । କାଶ୍ମୀରର ସ୍ଥିତିକୁ ନେଇ ଆମେ ଚିନ୍ତିତ ଓ ଏହା ଜରୁରୀ କି, କାଶ୍ମୀର ବାସିନ୍ଦା ସ୍ବାଧୀନ ହୋଇ ଜୀବନ ଅତିବାହିତ କରନ୍ତୁ ବୋଲି ମିଡିଆ ପ୍ରଶ୍ନର ଉତ୍ତର ଦେଇଛନ୍ତି ସେ ।

ଅକ୍ଟୋବର ଶେଷ ବେଳକୁ ୟୁରୋପୀୟ ସଂସଦର କିଛି ସଦସ୍ୟଙ୍କ କାଶ୍ମୀର ଗସ୍ତ ବେଆଇନ ଥିଲା । ଏହାକୁ ନେଇ ବିବାଦ ମଧ୍ୟ ଉପୁଜିଥିଲା । ଏହା ୟୁରୋପୀୟ ସଂଘ ବିରୋଧି ଥିଲା ବୋଲି ସେ କହିଥିଲେ । ଅନ୍ୟପକ୍ଷେ ଭାରତ-ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ଦେଖାଦେଉଥିବା ବିବାଦକୁ ନେଇ ମଧ୍ୟ ମତ ରଖିଥିଲେ ନବନିଯୁକ୍ତ ରାଷ୍ଟ୍ରଦୂତ । ନୂଆଦିଲ୍ଲୀ-ଇସଲାମବାଦ ମଧ୍ୟରେ ବିବାଦକୁ କେବଳ ଏକ ଆଲୋଚନା, ଏହା ପରସ୍ପରର ଇଚ୍ଛା ବୋଲି କହିଥିଲେ । ଏହାକୁ ୟୁରୋପୀୟ ସଂଘ ରାଜନୀତି ଆକାରରେ ନେବାକୁ ଚାହୁଁନି । ଏହା କାଶ୍ମୀର ଭିତରେ ସୀମିତ ରହିବା ଆବଶ୍ୟକ ।

ଅନ୍ୟପକ୍ଷେ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ । ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦ ରାଷ୍ଟ୍ର ହୋଇଗଲାଣି, ଏହାର ପ୍ରତ୍ୟେକ ମାଟିରେ ଆତଙ୍କବାଦ ରହିଛି ବୋଲି ସେ କହିଛନ୍ତି । ଏହାସହ ନାଗରିକ ସଂଶୋଧନ ବିଲକୁ ନେଇ ମଧ୍ୟ ମତ ରଖିଛନ୍ତି ୟୁଗୋ ଅସ୍ତୁତୋ । ଭାରତୀୟ ସମ୍ବିଧାନରେ ନାଗରିକ ସଂଶୋଧନ ବିଲ୍ ସମସ୍ତଙ୍କୁ ସମାନ ଅଧିକାର ଦେବାର ସୁଯୋଗ ଦେଉଛି ଓ ଏହା ଭାରତୀୟ ସମ୍ବିଧାନର ଆତ୍ମା । ଏହାକୁ ନେଇ ସଂସଦରେ ହେଇଥିବା ଆଲୋଚନାକୁ ସେ ପଢିଛନ୍ତି ଓ ଏହାର ଫଳାଫଳ ସମସ୍ତଙ୍କ ହିତରେ ହେବ ବୋଲି ସେ କହିଛନ୍ତି ।

ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ(FTA) 2013ରୁ ଅଟକି ଯାଇଛି । ଏହାକୁ ନେଇ ରାଷ୍ଟ୍ରଦୂତ ଆଶା ବ୍ୟକ୍ତ କରିଛନ୍ତି ଯେ, କଥାବାର୍ତ୍ତା ସରିବା ପରେ ପୁଣି ଏହା ଆରମ୍ଭ ହେବ ଓ ଏହାକୁ ନେଇ ଖୁବଶୀଘ୍ର କଥାବର୍ତ୍ତା ଆରମ୍ଭ ହେବ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.