ETV Bharat / bharat

‘ବେକାରୀ ବ୍ୟତୀତ ଏନଡିଏ ବିହାରକୁ ଦେଇଛି କଣ’

ଆଜି ବିହାର ପ୍ରଚାର ମୈଦାନକୁ ଲମ୍ପ ମାରିଛନ୍ତି ନରେନ୍ଦ୍ର ମୋଦି । ରାଲି ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର 15 ବର୍ଷ ଶାସନ ମଧ୍ୟରେ ରାଜ୍ୟର କ୍ଷତି ହୋଇଛି ।

author img

By

Published : Oct 23, 2020, 10:44 AM IST

‘ବେକାରୀ ବ୍ୟତୀତ ଏନଡିଏ ବିହାରକୁ ଦେଇଛି କଣ’
‘ବେକାରୀ ବ୍ୟତୀତ ଏନଡିଏ ବିହାରକୁ ଦେଇଛି କଣ’

ପାଟନା: ବିହାର ନିର୍ବାଚନ ପାଇଁ ମାହୋଲ ସରଗରମ। ପ୍ରଚାର ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଓହ୍ଲାଇଛନ୍ତି ହେଭିୱେଟ ଷ୍ଟାର କ୍ୟାମ୍ପନର। ତେବେ ପାଣିପାଗ ଓ ଭୋଟରଙ୍କୁ ନିଜ ନିଜ ଦଳ ଆଡକୁ ମନାଇବା ପାଇଁ କସରତ କରୁଛନ୍ତି ନେତା ଠୁ କର୍ମୀ। ଆଜି ଏହି କ୍ରମରେ ବିହାର ପ୍ରଚାର ମୈଦାନକୁ ଲମ୍ପ ମାରିଛନ୍ତି ନରେନ୍ଦ୍ର ମୋଦି । ରାଲି ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର 15 ବର୍ଷ ଶାସନ ମଧ୍ୟରେ ରାଜ୍ୟର କ୍ଷତି ହୋଇଛି ।

ଯାଦବ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ମୁଁ ଆଶା କରୁଛି ଆଜି ପ୍ରଧାନମନ୍ତ୍ରୀ ବିହାର ବାସିନ୍ଦାଙ୍କୁ କହିବେ କାହିଁକି ଜେଡିୟୁ-ବିଜେପି ସରକାର ବିହାରରେ 15 ବର୍ଷ ଶାସନ ପରେ ବି ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରୀ, ରୋଜଗାର, ଚାଷ, ଶିଳ୍ପ ପରି ଜାତୀୟ ହାରରେ ସର୍ବନିମ୍ନ ସ୍ତରରେ ରହିଛି? ଏନଡିଏ ବିହାରକୁ କଣ ଦେଇଛି? ଯାହା ବେକାରୀ ବ୍ୟତୀତ 40 ସାଂସଦଙ୍କ ମଧ୍ୟରୁ 39 ଜଣଙ୍କୁ ଦେଇଛି?

ଆଜି ପ୍ରଧାନମନ୍ତ୍ରୀ ସାସାରାମ, ଭାଗଲପୁର ଓ ଗୟାରେ ନିର୍ବାଚନ ପ୍ରଚାର ପାଇଁ ରାଲି କରିବେ। ଆଜିଠାରୁ ବିହାରରେ ପ୍ରଧାନମନ୍ତ୍ରୀ ମୋଦି 12 ଟି ନିର୍ବାଚନ ରାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରକାଶ ଥାଉକି, ବିହାର ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28, ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର 3 ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର 7ରେ ଅନୁଷ୍ଠିତ ହେବ । ନଭେମ୍ବର 10ରେ ଭୋଟ୍ ଗଣନା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.