ETV Bharat / bharat

ବିରୋଧୀଙ୍କ ଆଗୁଆ ପାଗଭିଡା, ଶିବସେନା ଉପରେ ଚନ୍ଦ୍ରବାବୁଙ୍କ ଆଖି

ଗଣମାଧ୍ୟମର ପ୍ରାକ ଆକଳନ ଫଳାଫଳ ଏନଡ଼ିଏକୁ ବହୁମତ ମିଳୁଥିବା ନେଇ ସ୍ପଷ୍ଟ କରିଥିବାବେଳେ ବିରୋଧୀ କିନ୍ତୁ ଏହାକୁ ଗ୍ରହଣ କରିବାକୁ ନାରାଜ । ଏପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅଣ-ବିଜେପି ସରକାର ଗଠନ ନେଇ ଶିବସେନା ସହ ଆଜି କରିବେ ଆଲୋଚନା ।

author img

By

Published : May 20, 2019, 10:44 AM IST

Updated : May 20, 2019, 10:51 AM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ମୁମ୍ବାଇ: ନିର୍ବାଚନ ପରେ ପ୍ରାକ୍ ଆକଳନ ପ୍ରକାଶ କରିଛନ୍ତି ବିଭିନ୍ନ ଗଣମାଧ୍ୟମ ସର୍ଭେ ସଂସ୍ଥା । କେନ୍ଦ୍ରରେ ମୋଦି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ପ୍ରୟାସ ଚାଲିଥିଲା ବେଳେ ଗଣମାଧ୍ୟମର ଏକଜିଟ୍ ପୋଲ ବିରୋଧୀଙ୍କୁ କରିଛି ବେହାଲ । ସମସ୍ତ ସଂସ୍ଥାର ଆକଳନ ଅନୁଯାୟୀ ବିଜେପିକୁ ବହୁମତ ମିଳୁଥିବା ବେଳେ ବିରୋଧୀ ମହାମେଣ୍ଟର ନେତୃତ୍ବ ନେଉଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କିନ୍ତୁ ଚଳାଇଛନ୍ତି ଚାଲ୍ ।

ଦେଶରେ ଅଣ-ବିଜେପି ସରକାର ପ୍ରତିଷ୍ଠା କରିବା ପାଇଁ ସମସ୍ତ ଆଞ୍ଚଳିକ ଦଳର ନେତାଙ୍କୁ ଭେଟୁଥିବା ଚନ୍ଦ୍ରବାବୁ ସୋମବାର ଶିବସେନା ସହ କରିବେ ଆଲୋଚନା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୃଢୋକ୍ତି ବିଜେପି ଏକାକି 300 ରୁ ଅଧିକ ଆସନ ଅକ୍ତିଆର କରିବାକୁ ନେଇ ପ୍ରଶ୍ନ କରିଛନ୍ତି ଟିଡିପି ନେତା । ସେ କହିଛନ୍ତି ଯଦି ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ ତେବେ ଶିବସେନା କଣ ସଂପାଦକୀୟ ମୁଖପାତ୍ର । ତେଣୁ ଶିବସେନା ମହୋଭଙ୍ଗ କରି ଅଣ-ବିଜେପି ସରକାର ଗଠନ କରିବାକୁ ମେ 23ରେ ସାହାଯ୍ୟ କରିବା ନେଇ ଆଶା ଏବଂ ଉତ୍ସାହ ବ୍ୟକ୍ତ କରିଛନ୍ତି ଚନ୍ଦ୍ରବାବୁ ।

Intro:Body:

dsg

Conclusion:
Last Updated : May 20, 2019, 10:51 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.