ETV Bharat / bharat

ୟୁପିରେ ଅନରକିଲିଂ, ନାବାଳିକା ଗର୍ଭବତୀ ହେବାରୁ ହତ୍ୟା କଲେ ପରିବାରଲୋକେ - ନାବାଳିକା ଗର୍ଭବତୀ ହେବାରୁ ହତ୍ୟା

ଉତ୍ତରପ୍ରଦେଶର ଶାହାଜାହାନପୁରରେ ଅନରକିଲିଂ । ନାବାଳିକା ଗର୍ଭବତୀ ହେବାରୁ ହତ୍ୟା କଲେ ପରିବାର ଲୋକେ। ଅଭିଯୁକ୍ତ ବାପା ଗିରଫ, ଭାଇ ଫେରାର । ଅଧିକ ପଢନ୍ତୁ...

Honour killing: Teen strangled, mutilated by father & brother in UP
ଅନରକିଲିଂ : ନାବାଳିକା ଗର୍ଭବତୀ ହେବାରୁ ହତ୍ୟା କଲେ ପରିବାର ଲୋକେ
author img

By

Published : Oct 7, 2020, 10:52 AM IST

ଲକ୍ଷ୍ନୌ: ଥମୁନି ନାରୀ ଉପରେ ନିର୍ଯାତନା । ନାବାଳିକା ଗର୍ଭବତୀ ହେବାରୁ ହତ୍ୟା କଲେ ପରିବାର ଲୋକେ । ଅନରକିଲିଂ ଭଳି ବିଭତ୍ସ ଘଟଣା ସାମନାକୁ ଆସିଛି ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରୁ । ନାବାଳିକା ଗର୍ଭବତୀ ହେବାରୁ ଗାଁ ଲୋକଙ୍କ ଟାହିଟାପରା ସହି ନ ପାରି ଶେଷରେ ଝିଅକୁ ହତ୍ୟା କରିଛନ୍ତି ପରିବାର ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଗିରଫ କରିଥିବା ବେଳେ ବଡ ଭାଇ ଫେରାର ରହିଥିବା ସୂଚନା ମିଳିଛି । ନଦୀ କଡରୁ ନାବାଳିକାର ଖଣ୍ତ ବିଖଣ୍ତିତ ମୃତଦେହ ଉଦ୍ଧାର କରିବା ସହିତ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ନାବାଳିକା ଜଣକ ଗତ ମାସ 23 ତାରିଖରୁ ନିଖୋଜ ଥିଲେ ମଧ୍ୟ କୈଣସି ମାମଲା ରୁଜୁ କରାଯାଇ ନ ଥିବା ଜଣାପଡିଛି ।

ସୂଚନା ଅନୁସାରେ, ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ଘରେ ଦୀର୍ଘ ଦିନ ହେବ ରହୁଥିଲେ । ନାବାଳିକାଙ୍କ ସହ ଯୌନ ଶୋଷଣ ହୋଇ ଥିବା ନେଇ କୈଣସି କଥା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇ ନଥିଲେ ପୀଡିତା । ଯେତେବେଳେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ହୋଇ ଥିବା କଥା ପରିବାର ଲୋକେ ଜାଣିଲେ । ପରେ ପୀଡିତାଙ୍କୁ ମାଡ ମାରି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ଏପରିକି ପୀଡିତାଙ୍କ ସହ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.