ETV Bharat / bharat

ଅନ୍ୟ ଜାତିରେ ଭଲ ପାଇବା ପଡିଲା ମହଙ୍ଗା, ଝିଅକୁ ହତ୍ୟା କଲେ ବାପା-ମା - Honour killing in Telangana

ଜାତିଗତ ଭେଦଭାଦ ଆଉ ଏହାର ପରିଣାମ ମୃତ୍ୟୁ । ଅନ୍ୟ ଜାତିରେ ପ୍ରେମ କରିବା ଭାରି ପଡିଲା କଲେଜ ପଢୁଆ ଝିଅକୁ । ଶେଷରେ ନିଜ ବାପା-ମା ଝିଅଟିକୁ ମାରିଦେବାକୁ ପଛେଇଲେନି ।

Honour killing in Telangana
ନିଜ ଝିଅକୁ ହତ୍ୟା କଲେ ବାପା-ମା
author img

By

Published : Jun 9, 2020, 1:15 PM IST

ହାଇଦ୍ରାବାଦ: ଜାତିଗତ ଭେଦଭାଦ ଆଉ ଏହାର ପରିଣାମ ମୃତ୍ୟୁ । ଅନ୍ୟ ଜାତିରେ ପ୍ରେମ କରିବା ଭାରି ପଡିଲା କଲେଜ ପଢୁଆ ଝିଅକୁ । ଶେଷରେ ନିଜ ବାପା-ମା ଝିଅଟିକୁ ମାରିଦେବାକୁ ପଛେଇଲେନି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ଜୋଗୁଲମ୍ବା ଗାଡୱାଲ ଜିଲ୍ଲାରେ । ମୃତ ଦିବ୍ୟା ସେହି ଗାଁର ଅନ୍ୟ ଜାତିର ପୁଅର ପ୍ରେମରେ ପଡିଥିଲେ ଓ ଶେଷରେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ସେ କୁର୍ନୁଲର ଏକ କଲେଜରେ ପାଠ ପଢୁଥିଲେ । ଲକଡାଉନର 2 ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ ।

ବାପା-ମା ଯେତେବେଳେ ଏହି କଥା ଜାଣିବାକୁ ପାଇଥିଲେ ସେତେବେଳେ ସେ ରାଗରେ ଝିଅକୁ ଗର୍ଭପାତ କରିବାକୁ କହିଥିଲେ ମାତ୍ର ଦିବ୍ୟା ଏଥିରେ ରାଜି ହୋଇନଥିଲେ । ଏହାପରେ ରାଗରେ ଜର୍ଜରିତ ବାପା-ମା ତକିଆରେ ତାଙ୍କ ମୁହଁକୁ ଚାପି ଧରିଥିଲେ ଫଳରେ ଶ୍ବାସରୁଦ୍ଧ ହୋଇ ଦିବ୍ୟା ପ୍ରାଣ ହରାଇଥିଲେ ।

ତେବେ ବାପା-ମା ନିଜ ଅପରାଧ ସ୍ବୀକାର କରିବା ସହ ଏହାକୁ ନେଇ ସଫେଇ ଦେଇଛନ୍ତି । ସେମାନେ କହିଛନ୍ତି, ଘରେ ଆହୁରି 2 ଝିଅ ଅଛନ୍ତି, ସେମାନଙ୍କ ଉପରେ ଖରାପ ପ୍ରଭାବ ପଡିବ ବୋଲି ସେମାନେ ଏପରି କରିଛନ୍ତି । ତେବେ ପୋଲିସ ବାପା ଓ ମାଆକୁ ଗିରଫ କରି ଏକ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.