ନୂଆଦିଲ୍ଲୀ: ଝିଅଟି ସବୁବେଳେ ନିଜ ପରିବାର ଲୋକଙ୍କ ପାଖରେ ହିଁ ସୁରକ୍ଷିତ ରହିଥାଏ । କିନ୍ତୁ ଯେବେ ସେହି ପରିବାର ତା ପାଇଁ ଘାତକ ସାଜେ ତେବେ ବଦଳିଯାଏ ତା ଦୁନିଆ । ଆଉ ଏମିତି ଏକ ଅନରକିଲିଂ ଭଳି ବିଭତ୍ସ ଘଟଣା ସାମନାକୁ ଆସିଛି ପୂର୍ବ ଦିଲ୍ଲୀର ନ୍ୟୁ ଅଶୋକନଗର ଅଞ୍ଚଳରେ । ଯେଉଁଠି ନିଜର ମାନ ସମ୍ମାନ ବଞ୍ଚାଇବାକୁ ଯାଇ ନିଜ ଝିଅକୁ ହତ୍ୟା କରିବାକୁ ପଛାଇ ନାହାନ୍ତି ପରିବାର ଲୋକେ।
ପୋଲିସର ସୂଚନାନୁଯାୟୀ, ଅଶୋକନଗର ଅଞ୍ଚଳରେ ରହୁଥିବା ଶୀତଲ ଚୌଧୁରୀ ତାଙ୍କ ପଡିଶା ଅଙ୍କିତ ଭଟ୍ଟିକୁ 3 ବର୍ଷ ହେଲା ଭଲପାଉଥିଲେ । ଆଉ ଦୁହିଁଙ୍କ ପରିବାର ଲୋକ ଏ ବିଷୟରେ ଜାଣିନଥିଲେ । ଗତ ଅକ୍ଟୋବର ମାସରେ ଦୁହେଁ ଆର୍ଯ୍ୟ ସମାଜକୁ ଯାଇ ଲୁଚିଛପି ବିବାହ କରିଥିଲେ । ବିବାହ ପରେ ଦୁହେଁ ଦୁହିଁଙ୍କ ଘରେ ପୂର୍ବ ପରି ରହୁଥିଲେ ।
କିଛିଦିନ ପରେ ଯେବେ ଶୀତଲଙ୍କ ବିବାହ ବିଷୟରେ ପରିବାର ଲୋକ ଜାଣିବାକୁ ପାଇଥିଲେ, ଅଙ୍କିତକୁ ଛାଡିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ଶୀତଲ ତାଙ୍କ ଜିଦରେ ଅଟଳ ଥିଲେ । ପରେ ପରିବାର ଲୋକେ ସମସ୍ତେ ମିଶି ଶୀତଲଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ତାଙ୍କ ମୃତଦେହକୁ ଏକ କାରରେ ଭର୍ତ୍ତି କରି ନେଇ ଦିଲ୍ଲୀରୁ 80 କିଲୋମିଟର ଦୂର ଆଲିଗଡ ଜାଭା ଅଞ୍ଚଳରେ ଥିବା ଏକ କେନାଲକୁ ଫିଙ୍ଗି ଦେଇଥିଲେ । ପୋଲିସ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।