ମୁମ୍ବାଇ: ଦେଶରେ କାୟା ବିସ୍ତାର କରିଛି କୋରୋନା ମହାମାରୀ । ଆଉ ଏହି କୋରୋନା ଯୁଦ୍ଧରେ ପ୍ରମୁଖ ଯୋଦ୍ଧା ଭାବେ ଆଗଧାଢିରେ ରହିଛନ୍ତି ପୋଲିସ, ଡାକ୍ତର ,ସୁରକ୍ଷାକର୍ମୀ ଓ ସଫେଇ କର୍ମଚାରୀ । ସେମାନେ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ କୋରନା ବିରୋଧରେ ଲଢେଇ କରୁଛନ୍ତି । ତେବେ ଏହି କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ପଶ୍ଟିମ ରେଳବାଇ, ଷ୍ଟାର୍ଟ ଇଣ୍ତିଆ ଫାଉଣ୍ତେସନ ଓ ରଙ୍ଗ କମ୍ପାନୀର ମିଳିତ ଉଦ୍ୟମରେ ମାହିମ ରେଳ ଷ୍ଟସନ କାନ୍ଥରେ ସେମାନଙ୍କ ଫଟୋ ଚିତ୍ର ଅଙ୍କନ କରାଯାଇଛି । ଯେଉଁଠାରେ କଳାକାରମାନେ କୋରୋନା ଯୋଦ୍ଧାମାନଙ୍କ ପାଇଁ 'ହିରୋ ଅଫ୍ ମୁମ୍ବାଇ' କାନ୍ଥରେ ଫଟୋଚିତ୍ର ଆଙ୍କିଛନ୍ତି କୋରୋନା ମହାମାରୀରେ ଯେଉଁ ହିରୋମାନେ ପ୍ରମୁଖ ଭୂମିକ ଗ୍ରହଣ କରିଛନ୍ତି ସେମାନଙ୍କୁ ଏହି ଫଟୋ ଚିତ୍ରମାଧ୍ୟମରେ ସମ୍ମାନ ଜଣାଉଛୁ ବୋଲି ଜଣେ କଳାକାର କହିଛନ୍ତି ।
ଏହି ଚିତ୍ର ଗୁଡିକୁ ଆଙ୍କିବା ପାଇଁ 10ରୁ 12 ଦିନ ସମୟ ଲାଗିଛି । ସେପଟେ, ମହାରାଷ୍ଟ୍ରରେ କୋରୋନା ପଜେଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢି ବାରେ ଲାଗିଛି । ଗୁରୁବାର 3,752 ନୂଆ କୋରୋନା ପଜେଟିଭ ସାମ୍ନାକୁ ଆସିଥିବା ବେଳେ ମୋଟ ସଂଖ୍ୟା 1,20,504ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୌଜନ୍ୟ @ANI