ETV Bharat / bharat

ଡାକ୍ତରଙ୍କୁ ବିରୋଧ ପ୍ରଦର୍ଶନ ନ କରିବାକୁ ଗୃହମନ୍ତ୍ରୀଙ୍କ ଅପିଲ - ଡାକ୍ତରଙ୍କୁ ଗୃହମନ୍ତ୍ରୀଙ୍କ ଅପିଲ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ଓ ଡାକ୍ତରଙ୍କ ସହ କଥା ହୋଇ ବିରୋଧ ପ୍ରଦର୍ଶନ ନକରିବାକୁ ନିବେଦନ କରିଛନ୍ତି।

home minister
ଗୃହମନ୍ତ୍ରୀଙ୍କ ଅପିଲ
author img

By

Published : Apr 22, 2020, 1:10 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ଓ ଡାକ୍ତରଙ୍କ ସହ କଥା ହୋଇ ବିରୋଧ ପ୍ରଦର୍ଶନ ନକରିବାକୁ ନିବେଦନ କରିଛନ୍ତି। ସରକାର ତାଙ୍କ ସହ ଅଛନ୍ତି ବୋଲି ସେ ଡାକ୍ତରମାନଙ୍କୁ ଆଶ୍ବସନା ଦେଇଛନ୍ତି। ମେଡିକାଲ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରିବାକୁ ଡାକ୍ତରମାନେ ପ୍ରତୀକାତ୍ମକ ପ୍ରଦର୍ଶନ ଭାବରେ ଆଜି ଦୀପ ଜାଳିବାକୁ ଯାଉଛନ୍ତି।

ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମେଡିକାଲ ଆସୋସିଏସନର ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଅମିତ ଶାହା ଡାକ୍ତରଙ୍କ ନିରାପତ୍ତା ନେଇ ଆଶ୍ବସନା ଦେଇଛନ୍ତି ଏବଂ ସେମାନଙ୍କ ଦ୍ବାରା ପ୍ରସ୍ତାବିତ ପ୍ରତୀକାତ୍ମକ ବିରୋଧ ନକରିବାକୁ ନିବେଦନ କରିଛନ୍ତି ।

ଅମିତ ଶାହାଙ୍କ ନିବେଦନ ପରେ ଡାକ୍ତରମାନେ ନିଜ ପ୍ରତିବାଦରୁ ପ୍ରତ୍ୟାହୃତ ହୋଇଛନ୍ତି । ସେମାନ କହିଛନ୍ତି, ‘ଗୃହମନ୍ତ୍ରୀ ଅମିତ ଶାହା ପୁରା କଥା ବୁଝିଛନ୍ତି ଏବଂ ଚିନ୍ତିତ ଅଛନ୍ତି। ଡାକ୍ତରଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ସରକାର ପ୍ରତିଶୃତି ଦେଇଛନ୍ତି। ଆମେ ସରକାରଙ୍କୁ ବିଶ୍ବାସ କରୁଛୁ ତେଣୁ ଆମେ ବିରୋଧ ପ୍ରତ୍ୟାହାର କରୁଛୁ ’।

ପ୍ରକାଶଥାଉକି, ଦେଶର ବିଭିନ୍ନ ସ୍ଥାନରେ ମେଡିକାଲ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଡାକ୍ତରମାନେ ରାଗିକି ଅଛନ୍ତି ଏବଂ ସେମାନଙ୍କ ପାଇଁ କଡା ସ୍ବତନ୍ତ୍ର ଆଇନ ଦାବି କରୁଛନ୍ତି। ଯେଉଁମାନେ ଡାକ୍ତରଙ୍କୁ ମାଡ ମାରୁଛନ୍ତି ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି।

2019 ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ଡ୍ରାଫ୍ଟ ଜାରି କରି ଡାକ୍ତରଙ୍କ ଉପରେ ଆକ୍ରମଣ ଅଭିଯୋଗରେ 10 ବର୍ଷ ଜେଲ ଏବଂ 10 ଲକ୍ଷ ଟଙ୍କା ଜରିମାନା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଡ୍ରାଫ୍ଟ ଆଇନ ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଅନୁମୋଦିତ ହୋଇଥିଲା, କିନ୍ତୁ ଗୃହ ମନ୍ତ୍ରଣାଳୟ ଏହି ମାମଲାକୁ ଅଟକାଇ ରଖିଥିଲା।

ଯେଉଁ ଡାକ୍ତରମାନେ କୋରୋନା ବିରୋଧ ଯୁଦ୍ଧରେ ସାମିଲ ଅଛନ୍ତି, ସେମାନେ ଏବେ କଳା ଦିବସ ପାଳନ କରିବାକୁ ବାଧ୍ୟ ହୋଇଛନ୍ତି । ଗୋଟିଏ ପଟେ ଡାକ୍ତରମାନେ ଦିନରାତି ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଅନ୍ୟପଟେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ କମିବାର ନାଁ ନେଉନି । ଏହାକୁ ଦୃଷ୍ଟିରେ ରଖି ଦେଶର ଲକ୍ଷ ଲକ୍ଷ ଡାକ୍ତର ମଙ୍ଗଳବାର କଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.