ନୂଆଦିଲ୍ଲୀ: ଲଦାଖକୁ ମିଳିପାରେ ଆଦିବାସୀ ଅଞ୍ଚଳର ମାନ୍ୟତା । ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ସମେତ କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ ଲଦାଖକୁ ଆଦିବାସୀ ଅଞ୍ଚଳ ରୂପେ ଘୋଷଣା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ।
ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର 4 ତାରିଖରେ ଏ ସମ୍ପର୍କରେ କେନ୍ଦ୍ରୀୟ ଗୃହ ମନ୍ତ୍ରଳାୟ ଏବଂ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି । ଯେଉଁଥିରେ ସମସ୍ତେ ଏହି ପ୍ରସଙ୍ଗ ଉପରେ ସହମତି ଦର୍ଶାଇଛନ୍ତି । ତେବେ ଏହାର ନିଷ୍ପତ୍ତି ସେପ୍ଟେମ୍ବର 11ରେ ଜଣାପଡିବ ।
ପ୍ରକାଶ ଥାଉକି, ବହୁ ପୂର୍ବରୁ ଲଦାଖକୁ ଆଦିବାସୀ ଅଞ୍ଚଳ ଘୋଷଣା କରିବା ନିମନ୍ତେ ଦାବି ହେଇଆସୁଛି ।