ETV Bharat / bharat

ଭାରତୀୟ ସେନାର ଗୁଳିରେ ହିଜବୁଲ କମାଣ୍ଡର ନିହତ - ହିଜବୁଲ କମାଣ୍ଡର ନିହତ

କାମରାଜୀପୋରାରେ ଭାରତୀୟ ଯବାନଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ କମାଣ୍ଡରର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଭାରତୀୟ ସେନାର ଗୁଳିରେ ଜଣେ ହିଜବୁଲ କମାଣ୍ଡର ନିହତ

author img

By

Published : Aug 12, 2020, 5:29 PM IST

Updated : Aug 12, 2020, 8:31 PM IST

ଶ୍ରୀନଗର: ଭାରତୀୟ ସେନାକୁ ବଡ ସଫଳତା । କାମରାଜୀପୋରାରେ ଭାରତୀୟ ଯବାନଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ କମାଣ୍ଡରର ମୃତ୍ୟୁ ହୋଇଥିବା ସୂଚନା ।

କାମଜିପୋରାରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଜାମ୍ମୁ ଓ କାଶ୍ମୀର ପୋଲିସ ସୂତ୍ରରୁ ଖବର ପାଇ ଅପରେସନ ଚଳାଇଥିଲା ସେନା । ତେବେ ଏନକାଉଣ୍ଟର ସମୟରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆଜାଦ ଲାହରିର ମୃତ୍ୟୁ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଅଧିକାରୀ ଜଣକ ଆହୁରି କହିଛନ୍ତି, ସୁରକ୍ଷାବାହୀନଙ୍କ ଟିମ ଯେତେବେଳେ ଆତଙ୍କବାଦୀଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଆତଙ୍କବାଦୀମାନେ ମଧ୍ୟ ସେନା ଉପରେ ଗୁଳିବର୍ଷଣ କରିଥିଲେ । ଗୁଳିବିନିମୟ ସମୟରେ 53 ରାଷ୍ଟ୍ରୀୟ ରାଇଫଲର ଜଣେ ଜବାନ ଶହୀଦ ହୋଇଥିବା ସେ କହିଛନ୍ତି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ ଏହି ଘଟଣାରେ ଗୋଟିଏ AK47 ବନ୍ଧୁକ ସହ ଗ୍ରେନେଡ ମଧ୍ୟ ଜବତ ହୋଇଛି । ପରେ ମୃତ ଆତଙ୍କବାଦୀର ପୁଲଓ୍ବାମାର ଆଜାଦ ମହମ୍ମଦ ଲୋତ (ଆଜାଦ ଲାହରି) ବୋଲି ଜଣାପଡିଛି । ତେବେ ପୋଲିସ ଓ 53 ରାଷ୍ଟ୍ରୀୟ ରାଇଫଲର ମିଳିତ ଅପରେସନରେ ହିଜବୁଲର ଏହି ଆତଙ୍କବାଦୀକୁ ମାରିବାରେ ସଫଳ ହୋଇଛି ସେନା ।

ଆଜାଦ ଲାଲହରି ପୁଲୱାମାର ପ୍ରିଚୁ ଅଞ୍ଚଳରେ 22 ମଇ 2020ରେ ପୋଲିସ ହେଡ କନଷ୍ଟେବଳ ଅନୁପ ସିଂଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା। ଏହି ମାମଲାରେ ଲାଗରୀ ବିରୋଧରେ 6ଟି ଏତଲା ଦାଏର ହୋଇଥୃଥିବା ଜାମ୍ମୁ ଓ କାଶ୍ମୀର ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଲାଲହରିକୁ ହିଜବୁଲ ମୁଜାହିଦ୍ଦିନର ଗ୍ରାଉଣ୍ଡ ୱାର୍କର ଭାବରେ ପବ୍ଲିକ୍ ସେଫ୍ଟି ଆକ୍ଟ (PSA) ଅନୁଯାୟୀ ଗିରଫ କରାଯାଇଥିଲା। ପିଏସଏ ଅବଧି ସରିବା ପରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା କୁହାଯାଇଛି ।

ଅନ୍ୟପକ୍ଷେ ଏହି ଅପରେସନରେ ଶହୀଦ ହୋଇଥିବା ଯବାନ ଉତ୍ତରପ୍ରଦେଶ ଜୌନପୁରର ଜିଲଜୀତ ସିଂହ ଯାଦବ ବୋଲି ଜଣାପଡିଛି । କାମରାଜିପୋରା ଅପରେସନ ସମୟରେ ଜଣେ ଆତଙ୍କବାଦୀର ଗୁଳି କରି ମାରି ଦିଆଯାଇଥିବା ବେଳେ ଜିଲାଜିତ ସିଂ ଯାଦବ ଶହୀଦ ହୋଇଥିବା ପ୍ରତିରକ୍ଷା ମୁଖପାତ୍ର କୋଲ ରାଜେଶ କାଳିଆ ଇଟିଭି ଭାରତକୁ କହିଛନ୍ତି।

ସେ କହିଛନ୍ତି ଯେ ଯାଦବ ଗୁରୁତର ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଶ୍ରୀନଗରର 92 ବେସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସେ ଶହୀଦ ହୋଇଯାଇଛନ୍ତି ।

Last Updated : Aug 12, 2020, 8:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.