ETV Bharat / bharat

ଜାତୀୟ ପତାକାର ଇତିହାସ...

ଆଜି ଦେଶ ପାଳୁଛି 73ତମ ସ୍ବାଧୀନତା ଦିବସ । ଏହି ପରିପ୍ରେକ୍ଷୀରେ ଦେଶର କୋଣ ଅନୁକୋଣରେ ଜାତୀୟ ପତାକାକୁ ଉତ୍ତୋଳନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଜାତୀୟ ପତାକାର ଇତିହାସ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 15, 2019, 7:05 PM IST

ନୂଆଦିଲ୍ଲୀ: ବିଶ୍ବର ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ରର ଏକ ସ୍ବତନ୍ତ୍ର ଜାତୀୟ ପତାକା ରହିଛି । ସ୍ବାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିଥାଏ ସେହି ଦେଶର ଜାତୀୟ ପତାକା । ତେବେ 1947, 22 ଜୁଲାଇ ଠାରୁ ଆମର ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଉତ୍ତୋଳନ କରାଯାଇ ଆସୁଛି । ଏହି ଦିନ ବ୍ରିଟିଶ ସରକାର ଓ ଜବାହାରଲାଲ ନେହରୁଙ୍କ ନେତୃତ୍ବରେ ବସିଥିବା ବୈଠକରେ ବର୍ତ୍ତମାନ ପତାକାକୁ ଜାତୀୟ ପତାକା ଭାବେ ମାନ୍ୟତା ମିଳିଥିଲା ।
ଆଉ ଦେଶର କୋଣ ଅନୁକୋଣରେ ବର୍ଷରେ ଦୁଇଥର ଦେଶବ୍ୟାପୀ ପତାକାକୁ ଉତ୍ତୋଳନ କରାଯାଇଥାଏ । ପ୍ରଥମ ଅଗଷ୍ଟ 15(ସ୍ବାଧୀନତା ଦିବସ) ଓ ଦ୍ବିତୀୟତଃ ଜାନୁୟାରୀ 26(ସାଧାରଣତନ୍ତ୍ର ଦିବସ) ଦିନ ଦେଶ ବ୍ୟାପି ପତାକା ଉତ୍ତୋଳନ କରାଯାଇଥାଏ ।

national flag
ମହାତ୍ମା ଗାନ୍ଧୀ

ଇଣ୍ଡିଆନ ନ୍ୟାସନାଲ ଫ୍ଲାଗ(ଟ୍ରାଇ କଲର)ର ରୂପ
ଭାରତର ଜାତୀୟ ପତାକା ବିଶ୍ବର ଅନ୍ୟ ଦେଶର ପତାକାଠାରୁ ଭିନ୍ନ । ତିନୋଟି ରଙ୍ଗରେ ସଜେଇ ହୋଇଛି ଆମର ଜାତୀୟ ପତାକା । ଓସାରିଆ କପଡ଼ାରେ ସମାନ ଅନୁପାତରେ ତିନୋଟି ରଙ୍ଗ ରହିଛି ଏଥିରେ । ଉପର ଭାଗରେ ସାଫ୍ରନ(କେଶରୀ) ବା କମଳା ରଙ୍ଗ ରହିଥିବା ବେଳେ ମଝିରେ ଧଳା ଓ ଶେଷ ଭାଗରେ ଗାଢ ସବୁଜ ରଙ୍ଗରେ ସଜେଇ ହୋଇଥାଏ । ତେବେ ଅନୁପାତକୁ ଦେଖିଲେ ଓସାର ଓ ଲମ୍ବ ଯଥାକ୍ରମେ 2:3 ଅନୁପାତରେ ରହିଥାଏ । ଏହା ସହିତ ଜାତୀୟ ପତାକାର ମଧ୍ୟ ଭାଗରେ ଥିବା ଧଳା ଅଂଶର ଠିକ ମଧ୍ୟ ଭାଗରେ ଅଶୋକ ଚକ୍ରର ଚିହ୍ନ ମଧ୍ୟ ରହିଥାଏ ।

ଜାତୀୟ ପତାକାର ଶିଳ୍ପୀ
ଆମର ଜାତୀୟ ପତାକାକୁ ରୂପ ଦେଇଥିଲେ ପିଙ୍ଗାଲି ଭେଙ୍କୟା । ପିଙ୍ଗାଲି ହେଉଛନ୍ତି ବ୍ରିଟିଶ ଶାସନ ସମୟରେ ମାଦ୍ରାସର ମଛଲିପଟନମ ଅଞ୍ଚଳର(ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ) ଜଣେ ସ୍ବାଧୀନତା ସଂଗ୍ରାମୀ । 1876, ଅଗଷ୍ଟ 2 ତାରିଖରେ ଜନ୍ମଗ୍ରହଣ କରିଥିଲେ ପିଙ୍ଗାଲି । ତେବେ ପିଙ୍ଗାଲି ସେହି ସମୟରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିବା ଜଣାଯାଏ । ଏହା ସହିତ ସେ ଜଣେ ଶିକ୍ଷାବିତ ଭାବରେ ମଧ୍ୟ ଖ୍ୟାତି ଅର୍ଜନ କରିଥିବା ଜଣାଯାଏ ।

national flag
ପିଙ୍ଗାଲି ଭେଙ୍କୟା

ଜାତୀୟ ପତାକାର ଇତିହାସ
ଜାତୀୟ ପତାକାର ଇତିହାସକୁ ଦେଖିଲେ ବର୍ତ୍ତମାନର ପତାକା ପୂର୍ବରୁ ଏହାର ରୂପରେଖକୁ ନେଇ 5ଥର ପରିବର୍ତ୍ତନ କରାଯାଇଥିଲା ।

ପ୍ରଥମ ପତାକା
ଜାତୀୟ ପତାକାକୁ ପ୍ରଥମ ଥର ପାଇଁ 1906 ମସିହା ଅଗଷ୍ଟ 7 ତାରିଖରେ ଉତ୍ତୋଳନ କରାଯାଇଥିଲା । କୋଲକାତାର ଗ୍ରୀନ ପାର୍କ ଠାରେ ଏହାକୁ ଉଡ଼ାଯାଇଥିଲା । ତେବେ ଏହାର ରୂପ ରେଖ ମଧ୍ୟ ଭିନ୍ନ ଥିଲା । ବର୍ତ୍ତମାନ ଭଳି ମଧ୍ୟ ତାହା 3 ଭାଗରେ ରହିଥିଲା । ଉପର ଭାଗରେ ଗାଢ ସବୁଜ ରଙ୍ଗ ରହିଥିବା ବେଳେ ମଝିରେ ହଳଦିଆ ଓ ନିମ୍ନ ଭାଗରେ ଲାଲ ରଙ୍ଗ ରହିଥିଲା । ସବୁଜ ରଙ୍ଗରେ ପଦ୍ମଫୁଲର ଚିହ୍ନ ରହିଥିବା ବେଳେ ଲାଲ ରଙ୍ଗରେ ଜହ୍ନ ଓ ସୂର୍ଯ୍ୟର ଚିହ୍ନ ରହିଥିବା ଦେଖିବାକୁ ମିଳେ । ହଳଦିଆ ଅଂଶରେ ହିନ୍ଦୀରେ ବନ୍ଦେ ମାତରମ ଲେଖାଯାଇଥିବା ଜଣାଯାଏ । ତେବେ ଏହି ପତାକାକୁ ବେସରକାରୀ ଭାବେ ଉଡ଼ାଯାଇଥିଲା ।

national flag
ପ୍ରଥମ ପତାକା

ଦ୍ବିତୀୟ ପତାକା
ଏହି ପତାକାକୁ ଦ୍ବିତୀୟ ଥର ପାଇଁ 1907 ମସିହାରେ ପ୍ୟାରିସରେ ଉଡ଼ାଯାଇଥିଲା । ମ୍ୟାଡ଼ାମ କାମା ଏବଂ ତାଙ୍କର ସହଯୋଗୀ ଓ ବ୍ୟାଣ୍ଡ ଏହି ପତାକାକୁ ଉଡ଼ାଇଥିଲେ । ତେବେ ଏହି ପତାକାକୁ ବର୍ଲିନ ସୋସିଆଲିଷ୍ଟି କନଫରେନ୍ସରେ ମଧ୍ୟ ଦର୍ଶାଯାଇଥିଲା । ତେବେ ଏହି ପତାକାର ରୂପରେଖ ପ୍ରଥମ ପତାକା ଅପେକ୍ଷା ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା । ଏହି ପତାକାର ଉପର ଅଂଶରେ କମଳା ରଙ୍ଗ ଦିଆଯାଇଥିବା ବେଳେ ମଧ୍ୟ ଭାଗରେ ପୂର୍ବଭଳି ହଳଦିଆ ରଙ୍ଗ ରହିଥିଲା । ସେହିପରି ନିମ୍ନ ଅଂଶରେ ସବୁଜ ରଙ୍ଗ ରହିଥିଲା । କମଳା ରଙ୍ଗରେ 7ଟି ତାରା ଥିବା ବେଳେ ସବୁଜ ଅଂଶରେ ସୂର୍ଯ୍ୟ ଓ ତାରା ସହିତ ଚନ୍ଦ୍ରର ଚିହ୍ନ ରହିଥିଲା ।

national flag
ଦ୍ବିତୀୟ ପତାକା

ତୃତୀୟ ପତାକା
ଏହି ପତାକାକୁ 1917 ମସିହାରେ ଡ. ଆନିବେସାନ୍ତ ଓ ଲୋକମାନ୍ୟ ତିଲକ ଉଡ଼ାଇଥିଲେ । ଏହି ପତାକା ପୂର୍ବ ଦୁଇଟି ପତାକା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏହି ଓସାରିଆ ପତାକାରେ ପାଞ୍ଚଟି ଲାଲ ଓ 4ଟି ସବୁଜ ରଙ୍ଗର ପଟା ପଟା ଚିହ୍ନ ରହିଥିଲା । ଏହା ସହିତ ଏଥିରେ ସପ୍ତଋଷି ଭଳି 7ଟି ତାରାଙ୍କର ଚିହ୍ନ ମଧ୍ୟ ରହିଥିଲା । ଏଥିରେ ବାମପଟ ଉପର ପାର୍ଶ୍ସରେ ୟୁନିୟନ ଜ୍ୟାକର ଚିହ୍ନ ରହିଥିବା ଜଣାପଡ଼େ ।

national flag
ତୃତୀୟ ପତାକା

ଚତୁର୍ଥ ପତାକା
ଚତୁର୍ଥ ପତାକାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା । ପୂର୍ବ ପତାକାରେ ପରିବର୍ତ୍ତନ କରାଯାଇ1921 ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା ପତାକାକୁ ବେଜଓ୍ବାଡ଼ା(ବର୍ତ୍ତମାନର ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ା)ରେ ଉଡ଼ାଯାଇଥିଲା । ସର୍ବଭାରତୀୟ କଂଗ୍ରେସ ଅଧିବେସନ ସମୟରେ ଏହି ପତାକାକୁ ଉଡ଼ା ଯାଇଥିଲା ।

national flag
ଚତୁର୍ଥ ପତାକା

ପଞ୍ଚମ ପତାକା
ପୂର୍ବ ଚାରିଟି ପତାକା ଅପେକ୍ଷା ଏହି ପତାକା ସବୁଠାରୁ ଅଧିକ ମହତ୍ତ୍ବ ରଖେ । 1931ରେ ଦେଶର ସ୍ବତନ୍ତ୍ର ପରିଚୟ ଉଦ୍ଦେଶ୍ୟରେ ଜାତୀୟ ପତାକା ପାଇଁ କଂଗ୍ରେସ ଏକ ରିଜୋଲ୍ୟୁସନ ପାସ କରିଥିଲା । ଏହାପରେ ଏହିବର୍ଷ ସ୍ବତନ୍ତ୍ର ପତାକାର ରୂପ ନେଇଥିଲା । ବର୍ତ୍ତମାନ ଭଳି ଏହି ପତାକାରେ 3ଟି ରଙ୍ଗ ରହିଥିଲା । ଉପର ଅଂଶରେ କମଳା(କେଶରୀ)ରଙ୍ଗ ରହିଥିବା ବେଳେ ମଝି ଅଂଶରେ ଧଳା ଓ ନିମ୍ନ ଭାଗରେ ଗାଢ ସବୁଜ ରଙ୍ଗ ରହିଥିଲା । ଧଳାରେ ଗାନ୍ଧୀଜୀଙ୍କର ଅରଖ ଚିହ୍ନ ରହିଥିଲା ।

national flag
ପଞ୍ଚମ ପତାକା

ଷଷ୍ଠ ତଥା ବର୍ତ୍ତମାନର ଜାତୀୟ ପତାକା
ପରିଶେଷରେ ଦେଶ ସ୍ବାଧୀନତା ଲାଭ କରିବା ପରେ ବର୍ତ୍ତମାନର ଜାତୀୟ ପତାକାକୁ ସ୍ବାଧୀନ ଦେଶର ପରିଚୟ ଭାବେ ଗ୍ରହଣ କରାଯାଇଥିଲା । ତେବେ ଏହି ପତାକାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା ।ଗାନ୍ଧୀଜୀଙ୍କର ଅରଖ ବଦଳରେ ଅଶୋକଙ୍କ ଧର୍ମଚକ୍ର(ଅଶୋକ ଚକ୍ର)କୁ ଚିହ୍ନିତ କରାଯାଇଥିଲା । ପରେ ଏହା ସ୍ବାଧୀନ ଭାରତର ଜାତୀୟ ପତାକା ଭାବେ ଉଡ଼ାଯାଉଛି ।

national flag
ଜାତୀୟ ପତାକା

ନଷ୍ଟ ହୋଇଥିବା ପତାକାର ବିସର୍ଜନ
ଫାଟି ଯାଇଥିବା, ନଷ୍ଟ ହୋଇଥିବା ଅବା ରଙ୍ଗହୀନ ହୋଇ ପଡ଼ିଥିବା ପତାକାକୁ ସମ୍ମାନର ସହିତ ନଦୀରେ ବିସର୍ଜନ କରାଯାଇଥାଏ । ବିଶେଷ ଭାବେ ଏହାକୁ ଗଙ୍ଗାନଦୀରେ ବିସର୍ଜନ କରାଯାଇଥାଏ । ଯାହା ମୃତ ବ୍ୟକ୍ତିଙ୍କ ମରଶରୀରରୁ ବାହାରିଥିବା ପତାକାର ବିସର୍ଜନ ସହିତ ସମାନ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.