ETV Bharat / bharat

IPS ଫଟୋ ପଛର ରହସ୍ୟ, ଫସିଗଲେ ହଜାରେ ଯୁବତୀ - ରିକ୍ସାବାଲା ପ୍ରେମରେ ହଜାରରୁ ଉର୍ଦ୍ଧ ମହିଳା ଓ ଯୁବତୀ

ଜଣେ କି ଦୁଇ ଜଣ ନୁହେଁ ବରଂ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଜଣେ ରିକ୍ସାବାଲା ପ୍ରେମରେ ଫସିଥିବା ଅଭିଯୋଗ ହୋଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ତେବେ ନଜର ପକାନ୍ତୁ ପୁରା ଘଟଣା ଉପରେ...

ରସିକିଆ ରିକ୍ସାବାଲା
author img

By

Published : Sep 4, 2019, 5:59 PM IST

ଲକ୍ଷ୍ନୌ: ଜଣେ ରିକ୍ସାବାଲା ଫେସବୁକ ମାଧ୍ୟମରେ ହଜାର ହଜାର ମହିଳା ଓ ଯୁବତୀଙ୍କୁ ଫସାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ । ଅଭିଯୁକ୍ତ 52 ବର୍ଷୀୟ ରିକ୍ସାବାଲାର ନାମ ଜାବେଦ ବୋଲି ଜଣାପଡିଛି । ସେ ଧରାପଡିବା ପରେ ପୋଲିସ ଆଗରେ ସବୁ ସତ ବଖାଣି ଥିଲା ।

ସେ ଫେସବୁକରେ ପ୍ରଥମେ ଏକ ଆକାଉଣ୍ଟ ଖୋଲି ଜଣେ IPS ଅଧିକାରୀଙ୍କ ଫଟୋକୁ ପ୍ରୋଫାଇଲରେ ରଖିଥିଲା । ପରେ 3 ହଜାରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀଙ୍କ ନିକଟକୁ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରିବାକୁ ନିବେଦନ କରୁଥିଲା । IPS ଅଧିକାରୀଙ୍କ ଫଟୋକୁ ସେ ଅସ୍ତ୍ର କରି ମହିଳା ଓ ଯୁବତୀଙ୍କ ସହ ଖୁବ ଚାଟ କରୁଥିଲା । ଆଉ ତା ଚାଟିଙ୍ଗରେ ଫସିଥିଲେ ହଜାର ହଜାର ସଂଖ୍ୟାର ମହିଳା ଓ ଯୁବତୀ ।

ସେ ବ୍ୟବାହାର କରୁଥିବା ଫଟୋ 2015 ବ୍ୟାଚ୍‌ IPS ଅଧିକାରୀ ନୁରୁଲ ହସନଙ୍କର । ସେ IPS ହେବା ପଛରେ ବହୁତ ବଡ କାହାଣୀ ରହିଛି । ଯାହାକୁ ନେଇ ପୂର୍ବରୁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବରେଲୀର ଇଜ୍ଜତନଗର ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରିବା ସହ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.