ETV Bharat / bharat

ଶିଶୁ ଦିବସ: ଆଜିର ଶିଶୁ କାଲିର ଭବିଷ୍ୟତ - ଶିଶୁ ଦିବସ

ଗୁରୁବାର ଶିଶୁ ଦିବସ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।

ଫାଇଲ ଫଟୋ
author img

By

Published : Nov 14, 2019, 1:12 AM IST

ହାଇଦ୍ରାବାଦ: ନଭେମ୍ବର 14 ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

ନେହରୁଙ୍କ ଜନ୍ମ 1889 ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର 14 ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ ଏବଂ ସଦଗତିରେ ଯିବା ପାଇଁ ପରାମର୍ଶ ମଧ୍ୟ ଦେଉଥିଲେ । ତେଣୁ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

2011ର ଜନଗଣନା ଅନୁଯାୟୀ, ଭାରତରେ ପ୍ରାୟ 121 କୋଟି ଲୋକ ବସବାସ କରନ୍ତି । ସେଥିମଧ୍ୟରୁ 0-6 ବର୍ଷ ବୟସର 16.45 କୋଟି ଏବଂ 0-14 ବର୍ଷ ବୟସର 37.24 କୋଟି ଶିଶୁ ଅଟନ୍ତି । ତେବେ ଦେଶର ଆଗାମୀ ଭବିଷ୍ୟତ ଦେଶରେ କେତେ ସୁରକ୍ଷିତ ତାହା ଚିନ୍ତାର ବିଷୟ । ଦେଶର ପ୍ରାୟ 35 ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଦକ୍ଷିଣ ଏସିଆର ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ଶିଶୁଙ୍କ କୁପୋଷଣ ସମସ୍ୟା ଅଧିକ ରହିଛି । ସେହିପରି 5 ରୁ କମ ବର୍ଷ ବୟସର ଶିଶୁଙ୍କ ମୃତ୍ୟୁହାର ଭାରତରେ ସର୍ବାଧିକ ରହିଛି । 2018 ରେ ଏହି ମୃତ୍ୟୁ ସଂଖ୍ୟା 8 ଲକ୍ଷ ଥିଲା । ତେବେ ପ୍ରତି 5 ମଧ୍ୟରୁ ଜଣେ ଶିଶୁ ଦେହରେ ଭିଟାମିନ ଏ ଅଭାବ ରହୁଛି । ସେହିପରି ପ୍ରତି 10 ମଧ୍ୟରୁ ଜଣେ ଶିଶୁ ମଧୁମେହରେ ପୀଡିତ ହେଉଛି ।

ତେବେ ଶିଶୁଙ୍କ ସହ ଅପରାଧ ମଧ୍ୟ ତୀବ୍ର ଗତିରେ ବଢିବାରେ ଲାଗିଛି । ଆଇପିସି ଏବଂ ଏସଏସଏଲ(ସ୍ବତନ୍ତ୍ର ଏବଂ ଆଞ୍ଚଳିକ ଆଇନ) ଅନୁଯାୟୀ ଭାରତରେ 2015 ରେ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ସମ୍ପର୍କିତ 94,172 ମାମଲା ଦାଏର ହୋଇଥିବା ବେଳେ ୨୦୧୬ ବେଳକୁ ଏହା ବୃଦ୍ଧିପାଇ 1,06,958 ରେ ପହଞ୍ଚିଛି। ସେହିପରି 2017 ରେ ଏହି ସଂଖ୍ୟାରେ ପୁଣି ବୃଦ୍ଧି ଘଟି 1,29,032 ହୋଇଛି ।

ସେପଟେ ଆଜିକାଲିର ଅନଲାଇନ ଯୁଗରେ ଅନେକ ଶିଶୁ ପଥଭ୍ରଷ୍ଟ ମଧ୍ୟ ହେଉଛନ୍ତି । ଏହି ବୟସରେ ସେମାନଙ୍କୁ ଅଧିକରୁ ଅଧିକ ସମୟ ନିଜ ପରିବାର ସହ ବିତେଇବାର ଆବଶ୍ୟକତା ରହିଛି । କିନ୍ତୁ ସେମାନେ ନିଜ ସମୟ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ସହ ବିତାଇବା ପସନ୍ଦ କରୁଛନ୍ତି । ଯାହାଦ୍ବାରା ସେମାନଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଉଛି । ତେବେ ଏଥିରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ପରିବାରବର୍ଗକୁ ନିଜ ପିଲାଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ନିଜ ପିଲାଙ୍କୁ ସେମାନଙ୍କ ବନ୍ଧୁ ସାଜି ବୁଝାଇବା ଦରକାର । କାରଣ ଆଜିକ ଶିଶୁ ହିଁ ଭାରତର ଆଗାମୀ ଭବିଷ୍ୟତ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.