ETV Bharat / bharat

ହିରୋସିମା ଦିବସ: ଜାଣନ୍ତୁ ଆକ୍ରମଣ ପଛର କିଛି ଅଜଣା କଥା

ଆମେରିକାର ଏନୋଲା ଗେ ନାମକ ବି-29 ବୋଇଂ ସୁପରଫୋର୍ଟେସ ଏହି ଆଣବିକ ବୋମାକୁ ହିରୋସିମା ଉପରେ ପକାଇଥିବା ଜଣାଯାଏ । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା କି ଏହାର ପ୍ରଭାବରେ ପ୍ରାୟ 1,40,000 ଲୋକଙ୍କର ମୃତ୍ୟୁ ହୋଇଥିଲା ।

ହିରୋସିମା ଦିବସ: ଜାଣନ୍ତୁ ଆକ୍ରମଣ ପଛର କିଛି ଅଜଣା କଥା
ହିରୋସିମା ଦିବସ: ଜାଣନ୍ତୁ ଆକ୍ରମଣ ପଛର କିଛି ଅଜଣା କଥା
author img

By

Published : Aug 6, 2020, 2:51 PM IST

ମାନବ ଶକ୍ତିର ବିନାଶ ପାଇଁ ବ୍ୟବହୃତ ହୋଇଥିବା ସବୁଠାରୁ ଭୟଙ୍କର ଓ ଶକ୍ତିଶାଳୀ ଅସ୍ତ୍ର ଯେ କ’ଣ ହୋଇପାରେ ତାହା ଇତିହାସ ପୃଷ୍ଠାରେ ବେଶ ସ୍ପଷ୍ଟ ବର୍ଣ୍ଣିତ । ଥରେ ନୁହେଁ ଏହି ଶକ୍ତିର ଦୁଇ ଦୁଇ ଥର ବ୍ୟବହାର କରି ନିଜ ଆଣବିକ ସ୍ଥିତି ସୁଦୃଢ କରିଥିଲା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା । ଆଜିଠାରୁ ଠିକ୍‌ 75 ବର୍ଷ ପୂର୍ବେ ଅର୍ଥାତ୍‌ ଅଗଷ୍ଟ 6, 1945 ମସିହାରେ ଏହି ଶକ୍ତିର ପ୍ରୟୋଗ ହୋଇଥିଲା ଜାପାନର ହିରୋସିମା ଉପରେ । ଦେଖୁ ଦେଖୁ ମାଟିରେ ବିଲୀନ ହୋଇଯାଇଥିଲା ହିରୋସିମାର ଅସ୍ତିତ୍ବ । ଯୁଦ୍ଧ କ୍ଷେତ୍ରରେ ଆଣବିକ ବୋମା ବ୍ୟବହାରର ଏହା ଥିଲା ଦ୍ବିତୀୟ ନଜିର ।

ଆମେରିକାର ଏନୋଲା ଗେ ନାମକ ବି-29 ବୋଇଂ ସୁପରଫୋର୍ଟେସ ଏହି ଆଣବିକ ବୋମାକୁ ହିରୋସିମା ଉପରେ ପକାଇଥିବା ଜଣାଯାଏ । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା କି ଏହାର ପ୍ରଭାବରେ ପ୍ରାୟ 1,40,000 ଲୋକଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏସମସ୍ତ ମୃତ୍ୟୁ ଏକସଙ୍ଗରେ ନହୋଇ ଦୀର୍ଘ ବର୍ଷ ଯାଏଁ ଜାରି ରହିଥିଲା । ଆଣବିକା ବୋମା ଯୋଗୁଁ ସମ୍ପୃକ୍ତ ସ୍ଥାନରେ ଦୀର୍ଘ ଦିନ ଯାଏ ଶକ୍ତିଶାଳୀ ରେଡିଓ ଆକ୍ଟିଭ ପାର୍ଶ୍ବପ୍ରତିକ୍ରିୟା ଅନୁଭୂତ ହୋଇଥିଲା । ଫଳରେ ବିଭିନ୍ନ ସ୍ବାସ୍ଥ୍ୟଜନିତ ସମସ୍ୟା ଲାଗି ରହିଥିଲା । ଫଳସ୍ବରୂପ ଦୀର୍ଘ ଦିନ ପର୍ଯ୍ୟନ୍ତ ହିରୋସିମାରେ ମୃତ୍ୟୁର ତାଣ୍ଡବ ଜାରି ରହିଥିଲା ।

ଏପରି ମଧ୍ୟ କୁହାଯାଏ କି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା କି ଏହାକୁ ମହାକାଶରୁ ମଧ୍ୟ ଦେଖାଯାଇଥିଲା । ତେବେ ଏହି ବିସ୍ଫୋରଣରେ ହିରୋସିମା ଧରାଶାୟୀ ହୋଇ ପଡିଥିବା ବେଳେ ସମୁଦାୟ ଘର ଓ ବିଲ୍ଡିଂ ମଧ୍ୟରୁ ମାତ୍ର 10 ପ୍ରତିଶତ ଘର ବଞ୍ଚିଯାଇଥିଲା । ଜାପାନ ଉପରେ ଆମେରିକାର ନୃଶଂଶତା କେବଳ ସେତିକିରେ ଥମି ଯାଇନଥିଲା । ହିରୋସିମା ଉପରେ ଆକ୍ରମଣର ଠିକ୍‌ ତିନି ଦିନ ପରେ ଅଗଷ୍ଟ 9ରେ ପୁମି ନାଗାସାକି ଉପରେ ପଡିଥିବା ଆମେରିକାର ନଜର । ଆଉ ଦ୍ବିତୀୟ ଆଣବିକୋ ବୋମା ବିସ୍ଫୋରଣରେ ନିଶ୍ଚିହ୍ନ ହୋଇଥିଲା ନାଗାସାକି ।

ତେବେ ମନୁଷ୍ୟ ଦ୍ବାରା ସୃଷ୍ଟି ଓ ବିକଶିତ ଏହି ଆଣବିକ ଶକ୍ତି କେତେ ଯେ ଭୟଙ୍କର ହୋଇପାରେ ତାହା ଆମେରିକାର ଜାପାନ ପ୍ରତି କ୍ରୁରତା ବେଶ ଭଲ ଭାବେ ପ୍ରମାଣ କରିଦେଇଥିଲା । ଏପରି ମଧ୍ୟ କୁହାଯାଏ କି ଦ୍ବିତୀୟ ବିଶ୍ବ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ଏହି ଆକ୍ରମଣ କରିଥିଲା । ତେବେ ଏହି ବିସ୍ଫୋରଣ ଦ୍ବାରା ଆକାଶରେ 20,000 ହଜାର ଫୁଟ ପର୍ଯ୍ୟନ୍ତ ଧୂଆଁର ବଳୟ ମାଡି ଯାଇଥିଲା ।

କେବଳ ସେତିକି ନୁହେଁ, ହିରୋସିମା ଆକ୍ରମଣକୁ ନେଇ ରହିଛି ଆହୁରି ଅନେକ ଅଜଣା ତଥ୍ୟ । କ’ଣ ରହିଛି ହିରୋସିମା ଆକ୍ରମଣ ପଛରେ ଅଜଣା କଥା, ଜାଣନ୍ତୁ...

- ହିରୋସିମା ଓ ନାଗାସାକି ଆକ୍ରମଣ ଏକ ଅକସ୍ମାତ ଆକ୍ରମଣ ନଥିଲା । ଏହା ପୂର୍ବରୁ ଜାପାନ ସରକାରଙ୍କୁ ଖୋଲା ଚେତାବନୀ ଦେଇଥିଲା ଆମେରିକା । ଏନେଇ ଆକାଶମାର୍ଗରୁ ବିଭିନ୍ନ ଲିଫ୍ଲେଟ ପଠାଯାଇଥିଲା । ଏଥିରେ ଲେଖାଥିଲା କି ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ଦେଶ ତୁରନ୍ତ ଖାଲି କରାଯାଉ ।

- କୁହାଯାଏ କି ହିରୋସିମା ଓ ନାଗାସାକି ଉପରେ ସମାନ ବୋମାରେ ଆକ୍ରମଣ ହୋଇଥିଲା । କିନ୍ତୁ ବାସ୍ତବରେ ଉଭୟ ବୋମା ଭିନ୍ନ ଥିଲା । ହିରୋସିମା ଉପରେ ପଡିଥିବା ବୋମାର ନାମ ରହିଥିଲା ‘ଲିଟିଲ ବୟ’ । ଏଥିରେ ୟୁରାନିୟମ ପ୍ରଚୁର ପରିମାଣରେ ରହିଥିବା ବେଳେ ନାଗାସାକିରେ ପଡିଥିଲା ‘ଫ୍ୟାଟ ମ୍ୟାନ’ । ଏଥିରେ ରହିଥିଲା 8 କିଲୋଗ୍ରାମର ପ୍ଲୁଟୋନିୟମ ।

- ସେ ସମୟରେ ମହଜୁଦ ଥିବା ସମସ୍ତ ୟୁରାନିୟମକୁ ବ୍ୟବହାର କରାଯାଇ ଲିଟିଲ ବୟ ପ୍ରସ୍ତୁତ କରାଯାଇଥିଲା । କୁହାଯାଏ କି ଏଥିରେ ପ୍ରାୟ 141 ପାଉଣ୍ଡର ୟୁରାନିୟମର ବ୍ୟବହାର ହୋଇଥିଲା । ଯାହାର ପ୍ରଭାବ ସାରା ବିଶ୍ବ ଆଜି ବି ମନେ ରଖିଛି ।

- ହିରୋସିମା ଉପରେ ଆକ୍ରମଣ ପୂର୍ବରୁ ଏହି ବୋମାର କୌଣସି ପରୀକ୍ଷଣ ହୋଇନଥିଲା । ଏହା ଏତେ ଶକ୍ତିଶାଳୀ ଥିଲା କି ଏହାକୁ ହିରୋସିମା ଉପରେ ପକାଯିବାର କିଛି କ୍ଷଣ ପୂର୍ବରୁ ବୋଇଂ ବିମାନରେ ଖଞ୍ଜାଯାଇ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ଚଳନ୍ତା ବିମାନରେ ଏକ ହୁକରେ ବୋମାକୁ ଝୁଲାଯାଇ ପ୍ରସ୍ତୁତ କରାଯାଇଥିଲା ।

- ଯଦି ହିରୋସିମା ଉପରେ ପକାଯିବା ପୂର୍ବରୁ ବୋମାଟି ବୋଇଂ ବିମାନରେ ଫୁଟି ଥାଆନ୍ତା କିମ୍ବା ବିମାନକୁ ପ୍ରତିଆକ୍ରମଣରେ ଖସାଇ ଦିଆଯାଇଥାଆନ୍ତା ତେବେ ଏହାର ପ୍ରଭାବ ଆହୁରି ଭୟଙ୍କର ହୋଇଥାଆନ୍ତା । ଯାହାକୁ ବର୍ତ୍ତମାନର ଭାଷାରେ ‘ଡାର୍ଟି ବୋମା’ ବୋଲି କୁହାଯାଏ ।

- ଦ୍ବିତୀୟ ବିଶ୍ବଯୁଦ୍ଧର ଅନ୍ତ ପାଇଁ ଏହି ବୋମା ବିସ୍ଫୋରଣ ପ୍ରକୃତ ଦାୟୀ ନୁହେଁ । ସମସ୍ତଙ୍କ ବିଶ୍ବାସ କି ବୋମା ବିସ୍ଫୋରଣ ଦ୍ବାରା ଭୟଭୀତ ହୋଇ ଜାପାନ ଆତ୍ମସମର୍ପଣ କରିଥିଲା । ହେଲେ ବାସ୍ତବ ଦୃଶ୍ୟ ଥିଲା ଭିନ୍ନ । ଜାପାନ ଆତ୍ମସମର୍ପଣ ନକରି ନିଜ ପାରୁ ପର୍ଯ୍ୟନ୍ତ ପ୍ରତି ଜବାବ ଦେଇଥିଲା । ହେଲେ ଷ୍ଟାଲିନ ଯେବେ ଯୁଦ୍ଧ ଘୋଷଣା କରିଥିଲେ ସେହି ସମୟରେ ଜାପାନ ନିଜ ସ୍ଥିତି ହୃଦବୋଧ କରି ହାର ସୁନିଶ୍ଚିତ ଜାଣି ପାରିବାରୁ ଆତ୍ମସମର୍ପଣ କରିଥିଲା ।

- ଏହି ବୋମା ବିସ୍ଫୋରଣ ପଛରେ ଦାୟୀ କିଛି ଆମେରିକୀୟ ଜବାନଙ୍କୁ ମଧ୍ୟ ଜୀବନ ଦାନ ଦେବାକୁ ପଡିଥିଲା । ବିସ୍ଫୋରଣ ପୂର୍ବରୁ କେତେକଙ୍କ ବିମାନକୁ ଆକ୍ରମଣରେ ଖସାଇ ଦିଆଯାଇଥିଲା । ଏହା ପଛରେ କାରଣ ଥିଲା ଏହି ଜବାନମାନେ ଧରା ପଡିବା ପରେ ସେମାନଙ୍କୁ ବନ୍ଦୀ କରାଯାଇଥାଆନ୍ତା । ଏଥିରୁ ଜବାନମାନଙ୍କୁ ରକ୍ଷା କରିବା ପାଇଁ ବୋଇଂ ବିମାନ ଦ୍ବାରା ଏହି ବିମାନଗୁଡିକ ପ୍ରଥମେ ଧ୍ବଂସ କରାଯାଇଥିଲା ।

- ସୁତୋମୁ ୟାମାଗୁଚିଙ୍କୁ ବିଶ୍ବର ସବୁଠାରୁ ଭାଗ୍ୟଶାଳୀ କିମ୍ବା ଦୁର୍ଭାଗ୍ୟ ବ୍ୟକ୍ତି ବୋଲି ମଧ୍ୟ କୁହାଯାଇପାରେ । ସେ ନାଗାସାକିରେ କାର୍ଯ୍ୟୟରତ ଥିବା ବେଳେ ବିସ୍ଫୋରଣ ଦିନ ହିରୋସିମା ଗସ୍ତ କରିଥିଲେ । ହେଲେ ଆକ୍ରମଣରୁ କୌଣସି ମତେ ବଞ୍ଚିଯାଇଥିଲେ । ଆଉ ବିସ୍ଫୋରଣର ଗୋଟିଏ ଦିନ ପରେ ସେ ପୁଣି ନାଗାସାକି ଫେରିଯାଇଥିଲେ । ହେଲେ ଅଗଷ୍ଟ 9ରେ ନାଗାସାକିରେ ହୋଇଥିବା ଆକ୍ରମଣରେ ସେ ପୁଣି ଶିକାର ହୋଇଥିଲେ । କିନ୍ତୁ ଦୁଇ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ବାଦେ ବଞ୍ଚିଯାଇଥିଲେ ସେ ।

- ହିରୋସିମା ଆକ୍ରମଣର 10 ବର୍ଷ ପରେ ପୀଡିତଙ୍କୁ ଭେଟିଥିଲେ ବୋଇଁ ବିମାନର କୋ-ପାଇଲଟ । ଯାହାକୁ ଆମେରିକୀୟ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଜନା କରାଯାଇଥିଲା ।

- ହିରୋସିମା ଆକ୍ରମଣର ରଙ୍ଗୀନ ଫଟୋ ମଧ୍ୟ ରହିଛି । ଯାହାକୁ 2011ରେ ଆମେରିକୀୟ ସେନା ରିଲିଜ କରିଥିଲା ।

- ଏହି ବିସ୍ଫୋରଣର ଅନେକ ପାର୍ଶ୍ବ ପ୍ରତିକ୍ରିୟା ରହିଥିଲା । ଯାହାର ଚିତ୍ର ପୀଡିତଙ୍କ ଶରୀର ଓ ପୋଷାକରେ ସ୍ପଷ୍ଟ ବାରି ହୋଇ ପଡିଥିଲା ।

-1954ରେ ଜାପାନରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଗଡଜିଲ୍ଲା ଏହି ଆକ୍ରମଣରୁ ଅନୁପ୍ରାଣିତ ହୋଇଥିଲା ।

- ଜଣେ ବିସ୍ଫୋରଣର ପୀଡିତ 1951ରେ ବୋଷ୍ଟନ ମାରାଥନରେ ବିଜୟୀ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.