ETV Bharat / bharat

କୋରୋନା ଲଢେଇ: 74 ହଜାରରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟିଂ କିଟ୍ ଦାନ କଲା ହିନ୍ଦୁସ୍ତାନ ୟୁନିଲିଭର

author img

By

Published : Jun 2, 2020, 10:29 PM IST

ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ମଙ୍ଗଳବାର କହିଛି ଯେ ଦେଶରେ କୋରୋନା ପରୀକ୍ଷାକୁ ବୃଦ୍ଧି କରିବାରେ 13 କୋଟି ଟଙ୍କା ମୂଲ୍ୟର 74,328 ଆରଟି-ପିସିଆର କୋଭିଡ୍ -19 ପରୀକ୍ଷା କିଟ୍ ଦାନ କରିଛି ।

ଏଚୟୁଏଲ
ଏଚୟୁଏଲ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଖାଉଟି ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ମଙ୍ଗଳବାର କହିଛି ଯେ ଦେଶରେ କୋରୋନା ପରୀକ୍ଷାକୁ ବୃଦ୍ଧି କରିବା ପାଇଁ କମ୍ପାନୀ 13 କୋଟି ଟଙ୍କା ମୂଲ୍ୟର 74,328 ଆରଟି-ପିସିଆର କୋଭିଡ୍ -19 ପରୀକ୍ଷା କିଟ୍ ଦାନ କରିଛି ।

ମହାରାଷ୍ଟ୍ର ସରକାର ପ୍ରାୟ 28,800 ଆରଟି-ପିସିଆର ପରୀକ୍ଷା କିଟ୍ ଗ୍ରହଣ କରିଛନ୍ତି ଏବଂ କିଟ୍ ଗ୍ରହଣ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ମେଟ୍ରୋପଲିସ୍ ଲ୍ୟାବ ଏବଂ ଆପୋଲୋ ହସ୍ପିଟାଲ୍ ଅନ୍ତର୍ଭୁକ୍ତ ।

ଆରଟି-ପିସିଆର ପରୀକ୍ଷଣ କିଟ୍ ଗୁଡିକରେ ନ୍ୟୁକ୍ଲିୟିକ୍ ଏସିଡ୍ ଡାଇଗ୍ନୋଷ୍ଟିକ୍ କିଟ୍, ସାମ୍ପଲ ରିଲିଜ୍ ରେଜେଣ୍ଟ୍, ଗଳା ସ୍ବାବ୍, ପିସିଆର ଟ୍ୟୁବ୍ ଏବଂ ସାମ୍ପଲ ଷ୍ଟୋରେଜ୍ ରିଜେଣ୍ଟ୍ ରହିଛି । ଏହି ପରୀକ୍ଷଣ କିଟ୍ ଗୁଡିକ ଅନ୍ତର୍ଜାତୀୟ ପ୍ରମାଣୀକରଣ ସଂସ୍ଥା ଯେପରିକି ଇୟୁ, ଇସି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ସହଯୋଗ କେନ୍ଦ୍ର FIND ରେ ମଧ୍ୟ ତାଲିକାଭୁକ୍ତ ହୋଇଛି ବୋଲି ଏଥିରେ କୁହାଯାଇଛି।

ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ଚେୟାରମ୍ୟାନ୍ ତଥା ଏମଡି ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ ପରୀକ୍ଷଣ କିଟ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣର ପର୍ଯ୍ୟାପ୍ତ ଯୋଗାଣ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ଦକ୍ଷତାର ସହ କୋଭିଡ -19 ମୁକାବିଲା କରିବାରେ ସାହାଯ୍ୟ କରିବ ।

ପୂର୍ବରୁ ଏଚୟୁଏଲ 3 କୋଟି ଟଙ୍କା ମୂଲ୍ୟର 29 ଭେଣ୍ଟିଲେଟର ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାକୁ ଦାନ କରିଛି | ଗତ ମାସରେ, ଏଚୟୁଏଲ ମହାରାଷ୍ଟ୍ର ଜନସ୍ବାସ୍ଥ୍ୟ ବିଭାଗକୁ 5000 ସେଟ୍ ପିପିଏସ୍, 20,000 N95 ମାସ୍କ, 2ଲକ୍ଷ ଗ୍ଲୋଭସ୍, 112 ପଲ୍ସ ଅକ୍ସିମିଟର ଏବଂ 28 ଅକ୍ସିଜେନ କନସେନଟ୍ରେଟର୍ସ ମଧ୍ୟ ଦାନ କରିଥିଲା।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.